Posted inଖେଳ

ଧୋନୀଙ୍କୁ ପଛରେ ପକାଇଲେ କୋହଲି

ବେଙ୍ଗାଲୁରୁ,୨୦।୧ – ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତ ପାଇଁ ୮୯ (୯୧ ବଲ, ୮ ଚୌକା) ରନ ଇନିଂସ ଖେଳିଥିଲେ ଭାରତୀୟ ଅଧିନାୟକ ବିରାଟ କୋହଲି। ଏଥିସହ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ, ମହମ୍ମଦ ଆଝରୁଦ୍ଦିନ, ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇ ଦେଇଛନ୍ତି। ଟିମ୍‌ ଇଣ୍ଡିଆର କ୍ୟାପଟେନ ଭାବେ କୋହଲି କ୍ରିକେଟର ସମସ୍ତ ତିନୋଟିଯାକ ଫର୍ମାଟରେ ସର୍ବାଧିକ ରନ କରିବାର ରେକର୍ଡ କରିଛନ୍ତି। ସେ ମୋଟ ୧୯୯ ଇନିଂସରେ ୧୧,୨୦୮ ରନ ସଂଗ୍ରହ କରିଛନ୍ତି। ଏହିଧାରାରେ ମହେନ୍ଦ୍ର ସିଂ ଧୋନୀ ୩୩୦ ଇନିଂସ୍‌ରୁ ୧୧,୨୦୭ ରନ୍‌ କରିଥିଲେ। ତାଙ୍କ ପଛକୁ ମହମ୍ମଦ ଆଝାରୁଦ୍ଦିନ (୨୩୦ ଇନିଂସ୍‌ରୁ ୮୦୯୫) ଓ ସୌରଭ ଗାଙ୍ଗୁଲି (୨୧୭ ଇନିଂସରୁ ୭୬୪୩) ରହିଛନ୍ତି। ଅବଶ୍ୟ ଆଝାରୁଦ୍ଦିନ ଓ ଗାଙ୍ଗୁଲି ଟି୨୦ କ୍ରିକେଟ ଖେଳି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ୟୁଏସ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ: ଲକ୍ଷ୍ୟ, ପ୍ରଣୟ, ସୌରଭ ୨ୟ ରାଉଣ୍ଡରେ

ଫୁଲରଟନ (ୟୁଏସ୍‌ଏ), ୧୨।୭ (ପି.ଟି.)- ଉଦୀୟମାନ ଭାରତୀୟ ଶଟ୍‌ଲର ଲକ୍ଷ୍ୟ ସେନ୍‌ ଏଠାରେ ଅନୁଷ୍ଠିତ ୟୁଏସ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ଏକ ମ୍ୟାଚ୍‌ରେ ସିନିୟର ଖେଳାଳି...

ହରିୟାଣାରେ ହେବ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ

ନୂଆଦିଲ୍ଲୀ, ୨୫ା୭ (ପି.ଟି.)-୨୦୨୧ରେ ଟୋକିଓ ଅଲିମ୍ପିକ୍ସ ଶେଷ ହେବା ପରେ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ୪ର୍ଥ ସଂସ୍କରଣ ହରିୟାଣାରେ ହେବ। ରାଜ୍ୟ ମୁଖ୍ୟମନ୍ତ୍ରୀ ମନୋହରଲାଲ...

ଭାରତ ପାଇଁ ହେବ କଡ଼ା ଚ୍ୟାଲେଞ୍ଜ: ଚହଲ, ଓ୍ବାଶିଂଟନଙ୍କୁ ମିଳିପାରେ ସୁଯୋଗ

ପୁଣେ,୨୭।୩: ଇଂଲଣ୍ଡ ବିପକ୍ଷ ଦିନକିଆ ସିରିଜ ଜିତିବା ନେଇ ଏବେ ଭାରତ ଆଗରେ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ...

ପ୍ରଥମ ଟି୨୦: ଅଷ୍ଟ୍ରେଲିଆକୁ ହରାଇଲା ନ୍ୟୁଜିଲାଣ୍ଡ

ଖ୍ରୀଷ୍ଟଚର୍ଚ୍ଚ,୨୩ା୨(ଏପି)-ସୋମବାର ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚକୁ ନ୍ୟୁଜିଲାଣ୍ଡ ୫୩ ରନରେ ଜିତି ନେଇଛି। ଏହି ବିଜୟ ଦ୍ୱାରା ଆୟୋଜକ ଦଳ ୫...

ବ୍ରିସ୍‌ବେନ୍‌ରେ ଆୟୋଜନ ହେବ ୨୦୩୨ ଅଲିମ୍ପିକ୍ସ

ଟୋକିଓ,୨୨।୭(ଏପି): ଅଷ୍ଟ୍ରେଲିଆର ପୂର୍ବ ଉପକୂଳବର୍ତ୍ତୀ ସହର ବ୍ରିସ୍‌ବେନ୍‌ରେ ଆୟୋଜନ ହେବ ୨୦୩୨ ଅଲିମ୍ପିକ୍ସ। ଏ ନେଇ ବୁଧବାର ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଆୟୋଜନ ଦୌଡ଼ରେ...

ଅଷ୍ଟ୍ରେଲିଆ ଦଳରେ ବଢ଼ୁଛି ଆହତ ସମସ୍ୟା

ସିଡ୍‌ନୀ, ୧୫।୧୨(ପି.ଟି.): ଭାରତ ବିପକ୍ଷ ଦିବାରାତ୍ର ପ୍ରଥମ କ୍ରିକେଟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଦଳରେ ଆହତ ସମସ୍ୟା ବଢ଼ିବାରେ ଲାଗିଛି। ଏବେ ଏହି ତାଲିକାରେ ସାମିଲ...

ଶେଫାଳିଙ୍କ ବିରଳ କୃତିତ୍ୱ

ବ୍ରିଷ୍ଟଲ, ୧୯।୬-ଏଠାରେ ଚାଲିଥିବା ଏକମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଭାରତୀୟ ଦଳ ସଂଘର୍ଷ କରୁଥିଲେ ହେଁ ବ୍ୟକ୍ତିଗତ ଭାବେ ଶେଫାଳି ବର୍ମା ଚମତ୍କାର ପ୍ରଦର୍ଶନ ଅବ୍ୟାହତ...

୬୩ ରନରେ ୭ ଉଇକେଟ୍‌ ହରାଇ ମ୍ୟାଚ୍‌ ହାରିଲା ଅଷ୍ଟ୍ରେଲିଆ

ମାଞ୍ଚେଷ୍ଟର, ୧୪।୯: ଘରୋଇ ଇଂଲଣ୍ଡ ବିପକ୍ଷରେ ଏଠାରେ ଅନୁଷ୍ଠିତ ୨ୟ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୨୪ ରନରେ ହାରିଯାଇଛି। ଏହି ଲୋ-ସ୍କୋରିଂ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ...

Advertisement
Archives

Model This Week