Posted inଖେଳ

ଧୋନୀଙ୍କଠାରେ ଏବେ ବି ବହୁତ କ୍ରିକେଟ ବାକି ଅଛି: ଅନିରୁଦ୍ଧ

ନୂଆଦିଲ୍ଲୀ,୩୦।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସମର୍ଥନରେ ବାହାରିଛନ୍ତି। ଧୋନୀଙ୍କ ପାଖରେ ଏବେବି ବହୁତ କ୍ରିକେଟ ବାକି ରହିଛି ବୋଲ ସେ କହିଛନ୍ତି। କ୍ରିକେଟ ନେଇ ତାଙ୍କ ଚିନ୍ତାଧାରା ଉଚ୍ଚକୋଟୀର। ଧୋନୀ ଏବେବି ଫିଟ୍‌ ଅଛନ୍ତି। ସେ ଭାରତର ଶ୍ରେଷ୍ଠ ଉଇକେଟକିପର ମଧ୍ୟ। ପଡିଆରେ ବିଭିନ୍ନ ପ୍ରକାର ପରିସ୍ଥିତିରେ ସେ ଠିକ୍‌ ନିଷ୍ପତ୍ତି ନେବାର ବେଶ୍‌ ଧୁରନ୍ଧର। ତେଣୁ ତାଙ୍କ କ୍ୟାରିୟର ଏବେ ଶେଷ ହୋଇଛି ଭାବିବା ଠିକ୍‌ ହେବ ନାହିଁ ବୋଲି ସେ କହିଛନ୍ତି।

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ହେବା ଉଚିତ୍‌। ଏହା ଆର୍ଥିକ ଦୃଷ୍ଟିକୋଣରୁ ଓ ଘରୋଇ କ୍ରିକେଟରଙ୍କ ପାଇଁ ବିଶେଷ ଭାବେ ଗୁରୁତ୍ୱ ବହନ କରେ। ଆଇପିଏଲ୍‌ ନେଇ ଗଭର୍ନିଂ କାଉନସିଲ୍‌ ନିଷ୍ପତ୍ତି ନେବ। ତେବେ ଆଇପିଏଲ୍‌ ପାଇଁ ଉପଯୁକ୍ତ ପରିବେଶ ଓ ପରିସ୍ଥିତି ଆବଶ୍ୟକ ବୋଲି ସେ କହିଛନ୍ତି। ଚଳିତ ବର୍ଷ ଆଇପିଏଲର ୧୩ତମ ଗତ ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବା କାର୍ଯ୍ୟକ୍ରମ ଥିଲା। କୋଭିଡ୍‌-୧୯ କାରଣରୁ ଏହା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଛି। ଯୁବ ମହିଳା ବ୍ୟାଟ୍ସମ୍ୟାନ ଶେଫାଳୀ ବର୍ମାଙ୍କୁ ସେ ପ୍ରଶଂସା କରିଛନ୍ତି। ୧୬ବର୍ଷୀୟ ଶେଫାଳୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ। ଭାରତରେ ଶେଫାଳୀ କ୍ରିକେଟ ବିପ୍ଳବ ଆଣିବେ ବୋଲି ଅନିରୁଦ୍ଧ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ବିପକ୍ଷରେ ସୌଦିଙ୍କ ପରଫେକ୍ଟ ୧୦

ଖ୍ରୀଷ୍ଟଚର୍ଚ୍ଚ,୨୯ା୨- ଚଳିତ ନ୍ୟୁଜିଲାଣ୍ଡ ଗସ୍ତରେ ବିରାଟ କୋହଲି ପୁଣି ବିଫଳ ହୋଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ ମାତ୍ର ୨୪୨ ରନ୍‌ରେ ଅଲଆଉଟ୍‌...

ଯୁବରାଜଙ୍କ ନାଁରେ ମାମଲା ରୁଜୁ

ଭାରତର ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ସମସ୍ୟା ବଢିବାରେ ଲାଗିଛି। ଦଳିତ ସମାଜ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ହରିୟାଣା ପୋଲିସ ତାଙ୍କ ନାଁରେ...

‘ଅନ୍ୟ ଜଣେ ନେଇଗଲେ ମୋ ସଫଳତାର ଶ୍ରେୟ’

ନୂଆଦିଲ୍ଲୀ,୧୦।୨: ଅଷ୍ଟ୍ରେଲିଆରେ ୨୦୨୦-୨୧ରେ ଭାରତ ଐତିହାସିକ ସିରିଜ୍‌ ଜିତିଥିଲା। ପ୍ରଥମ ମ୍ୟାଚ୍‌ରେ ୩୬ ରନ୍‌ରେ ଅଲଆଉଟ୍‌ ହେବା ପରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୪ ମ୍ୟାଚ୍‌...

ଭୁବନେଶ୍ୱର ଭେଟେରାନ ଫୁଟ୍‌ବଲ ପ୍ଲେୟର ଆସୋସିଏଶନ

ଭୁବନେଶ୍ୱର, ୩ା୪(ସ୍ପୋଟର୍‌ସ ବ୍ୟୁରୋ): ପୁରାତନ ଫୁଟ୍‌ବଲ ଖେଳାଳି ତଥା କ୍ରୀଡ଼ା ସଂଗଠକ ନବରଞ୍ଜନ ପଟ୍ଟନାୟକଙ୍କ ଉଦ୍ୟମରେ ଭୁବନେଶ୍ୱରର ବିଭିନ୍ନ ଫୁଟ୍‌ବଲ କ୍ଲବର ଭେଟେରାନ୍‌ ଖେଳାଳିମାନେ ସ୍ଥାନୀୟ...

ରୋହିତ ଶର୍ମାଙ୍କ ସମେତ ୫ ଜଣଙ୍କୁ ଖେଳରତ୍ନ, ଦୂତୀଙ୍କୁ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର,୨୧।୮(ବ୍ୟୁରୋ)-ଚଳିତ ବର୍ଷ ପାଇଁ ଜାତୀୟ କ୍ରୀଡା ପୁରସ୍କାର ଘୋଷଣା କରାଯାଇଛି। ଆଥଲେଟ ଦୂତୀ ଚାନ୍ଦ ଅର୍ଜୁନ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଦୂତୀ ଚାନ୍ଦଙ୍କ...

ଭାରତର ଐତିହାସିକ ବିଜୟ ପରେ ଏମିତି କହିଲେ କୋହଲି

ମୁମ୍ବାଇ,୧୯।୧: ବ୍ରିସବେନରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଐତିହାସିକ ବିଜୟ ପରେ ଭାରତୀୟ ଅଧିନାକୟ ବିରାଟ କୋହଲି ଦଳର ବିଜୟକୁ ଐତିହାସିକ ବୋଲି କହିଛନ୍ତି। ଏହାସହ ସାଥୀ...

ମୁମ୍ବାଇ ସିନିୟର ଦଳରେ ଅର୍ଜୁନ ତେନ୍ଦୁଲକର

ମୁମ୍ବାଇ,୩।୧(ପି.ଟି.): ପ୍ରଥମଥର ପାଇଁ କ୍ରିକେଟ ଆଇକନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ମୁମ୍ବାଇ ସିନିୟର ଦଳରେ ସ୍ଥାନ ପାଇଛନ୍ତି। ଯୁବ ବାମହାତୀ ଦ୍ରୁତ ବୋଲର ଅର୍ଜୁନଙ୍କୁ...

ଦ୍ୱିତୀୟ ଟେଷ୍ଟରେ ଖେଳିବେନି ଓ୍ବିଲିୟମସନ

ଓ୍ବେଲିଂଟନ, ୧୧ା୧୨ (ଏପି)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଖେଳିବେ ନାହିଁ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ। ତାଙ୍କ ସ୍ତ୍ରୀ ପ୍ରଥମ ସନ୍ତାନ ଜନ୍ମ...

Advertisement
Archives

Model This Week