ଧୂଳି ଉଡ଼ିବା ପ୍ରତିବାଦରେ ହଟିଂବାସୀଙ୍କ ରାଜପଥ ଅବରୋଧ

ଯୋଡ଼ା, ୨୫।୧୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରର ୫୨୦ନଂ ଜାତୀୟ ରାଜପଥରେ ପ୍ରବଳ ମାତ୍ରାରେ ଧୂଳି ଉଡିବା ପ୍ରତିବାଦରେ ମଙ୍ଗଳବାର ଯୋଡା ଟଲକ ହଟିଂବାସୀ ୫୨୦ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ମଙ୍ଗଳବାର ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ହଟିଂବାସୀ ଏହି ଅବରୋଧ କରିଥିଲେ। ଖବର ପାଇ ଯୋଡା ଥାନା ଆଇଆଇସି ରାଇସେନ୍‌ ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାଶୁଝା କରି ରାସ୍ତାରେ ପାଣି ସିଞ୍ଚନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ହଟିଂବାସୀ ରାସ୍ତା ଅବରୋଧରୁ ହଟିଥିଲେ। ହଟିଂବାସୀ ସେମାନଙ୍କ ଅଭିଯୋଗରେ କହିଥିଲେ ଯେ, କିଛି ଦିନ ପୂର୍ବେ ଏହି ଅଞ୍ଚଳକୁ ଷ୍ଟାଣ୍ଡିଂ କମିଟି ଓ ମୁଖ୍ୟ ଶାସନ ସଚିବ ଆସିଥିବା ସମୟରେ ରାସ୍ତାରେ ଥିବା ଖାଲଖମାରେ ମାଟି ପକାଇ ଦିଆଯାଇଥିଲା। ଯାହାକି ବର୍ତ୍ତମାନ ଜନସାଧାରଣଙ୍କ ପାଇଁ ଅସୁବିଧା ସାଜିଛି ା କାରଣ, ଖାଲଖମାରେ ପକାଯାଇଥିବା ମାଟିରୁ ଧୂଳି ଉଡି ରାସ୍ତା ସମ୍ପୂର୍ଣ୍ଣ ଧୂଳିରେ କୁହୁଡି ପରି ଆଚ୍ଛାଦିତ ହୋଇଯାଉଛି ା ଗତ ରବିବାର ସନ୍ଧ୍ୟା ସମୟରେ ଏହି ରାଜପଥରେ ବହୁ ମାତ୍ରାରେ ଧୂଳି ଯୋଗୁ ଏକ ମାରୁତି କାର୍‌ର ଚାଳକ ଦେଖି ନ ପାରି ଗାଡିଟିକୁ ରାସ୍ତାର ତଳ ପାର୍ଶ୍ୱକୁ ଖସାଇଦେଇଥିଲେ ା ସେଠାରେ ଉପସ୍ଥିତ ଥିବା ମନୋଜ ବେହେରା ଓ ସାଥୀମାନେ ଗାଡିଟିକୁ ଠେଲି ସେଠାରୁ ବାହାର କରିଥିଲେ ା ବହୁ ମାତ୍ରାରେ ଧୂଳି ଉଡିବା ଦ୍ୱାରା ଘରବାଡି, ଗଛପତ୍ର ଏପରିକି ଖାଦ୍ୟପଦାର୍ଥରେ ମଧ୍ୟ ଧୂଳି ଜମି ଯାଉଛି। ଫଳରେ ସ୍ଥାନୀୟ ହଟିଂବାସୀଙ୍କ ଜୀବନ ଦୁର୍ବିସହ ହୋଇପଡିଥିବା ସେମାନେ ଅଭିଯୋଗ କରିଛନ୍ତି। ରାସ୍ତାରେ ପ୍ରତିଦିନ ପାଣି ସିଞ୍ଚନ କରିବା ପାଇଁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ସମୟରେ ଭଦ୍ରକରେ ୬୯ ଶିଶୁ ଜନ୍ମ

ଭଦ୍ରକ,୨୭।୫: ଭଦ୍ରକ ଜିଲା ପ୍ରଶାସନର ରେକର୍ଡ ଅନୁଯାୟୀ, ୟାସ୍‌କୁ ଦୃଷ୍ଟିରେ ରଖି ୨୨୪ ଜଣ ଆସନ୍ନ ପ୍ରସବାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ଥାନୀୟ ଆଶା ଓ...

କ୍ୟାନ୍‌ସରରେ ପୀଡ଼ିତ ଯୁବକଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ରେ ଲେଖିଲେ ‘ପରିବାରକୁ କଷ୍ଟ ଦେବାକୁ ଚାହେଁନା’

କେନ୍ଦୁଝର,୯।୧୦(ସ୍ବ.ପ୍ର.): କେନ୍ଦୁଝର ସହର ଢାଙ୍ଗରପଡ଼ା ସାହିରେ ଭଡା ଘର କରି ରହୁଥିବା ଜଣେ ଯୁବକ ମଙ୍ଗଳବାର ରାତିରେ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ମୟୂରଭଞ୍ଜ ଜିଲା...

ବିଜେଡିରେ ଯୋଗଦେଲେ କଂଗ୍ରେସର ଏନ୍‌ଏସି କାର୍ଯ୍ୟକାରୀ ସଭାପତି

ଚାନ୍ଦବାଲି, ୩।୧୦(ଡି.ଏନ.ଏ.)-ବିଜେଡି ପକ୍ଷରୁ ଚାଲିଥିବା ଜନସମ୍ପର୍କ ପଦଯାତ୍ରା ଅବସରରେ ଭଦ୍ରକ ଜିଲା ଚାନ୍ଦବାଲି କଂଗ୍ରେସ ଏନ୍‌ଏସିର କାର୍ଯ୍ୟକାରୀ ସଭାପତି ମହମ୍ମଦ ମଞ୍ଜର ବିଜେଡିରେ ଯୋଗ ଦେଇଛନ୍ତି।...

ଏସ୍‌ସିବିକୁ ଗୌରବାନ୍ବିତ କରିଛନ୍ତି ପୁରାତନ ଛାତ୍ର

ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ, ୬ା୧୨: ରାଜ୍ୟର ସର୍ବ ପୁରାତନ ଚିକିତ୍ସା ପ୍ରତିଷ୍ଠାନ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ବିଶ୍ୱସ୍ତରୀୟ ଓ୍ବେବ୍‌ସାଇଟ, ପୁରାତନ ଛାତ୍ରସଂଘ ଏବଂ ଏହାର ଓ୍ବେବ୍‌ସାଇଟକୁ...

ବାତ୍ୟା କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କୁ ସହାୟତା ପ୍ରଦାନ: ୧୩୬୯ ଜଣଙ୍କୁ ମିଳିଲା, ଆହୁରି ପାଇବେ ୨୦୦୦

ପୁରୀ ଅଫିସ,୧ା୯: ବାତ୍ୟାରେ କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କୁ ମିଳିଛି ସହାୟତା। ଶନିବାର ଟାଉନ ହଲ୍‌ ପରିସରରେ ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କୁ ୧୦...

କର୍ମରେ ସାହସ ଦେଖାଏ ବାଟ

ଧାମନଗର,୧୧।୧୨(ଡି.ଏନ.ଏ.)- ସାହସ ଓ ମନୋବଳ ରଖି କାର୍ଯ୍ୟ କଲେ କାହାରି ପେଟ ଅପୋଷା ରହିବ ନାହିଁ ା କୃଷି ବ୍ୟତୀତ ଆନୁଷଙ୍ଗିକ କୃଷି କିମ୍ବା ପ୍ରାଣୀଧନ...

ଶିଶୁକନ୍ୟା ବଳାତ୍କାର ଅଭିଯୋଗ: ବୃଦ୍ଧଙ୍କୁ ଜେଲ

ଖଣ୍ଡପଡ଼ା,୨୧ା୯(ସ୍ବ.ପ୍ର.): ଖଣ୍ଡପଡ଼ା ଥାନା କଣ୍ଟିଲୋ ଫାଣ୍ଡି ଅଞ୍ଚଳର ଏକ ୪ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ବୃଦ୍ଧଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ...

ଦଶମ ପାସ୍‌ କଲେ କଲେ ମହିଳା, ମା’ଙ୍କ ଠାରୁ କମ ମାର୍କ ରଖିଛନ୍ତି ପୁଅ

ଦାରିଙ୍ଗବାଡି,୧୯।୫(ଡି.ଏନ.ଏ): ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଶିକ୍ଷା। ୪୭ ବର୍ଷୀୟ ସୁଜାତା ୬୦୦ ମାର୍କରୁ ୩୪୬ ମାର୍କ ରଖି ବି୨ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।...

Advertisement
Archives

Model This Week