ଧାନ ବିଲରେ ଫୁଟିଲା ପଦ୍ମ

କଣାସ,୨୧ା୩ (ସ୍ବ.ପ୍ର.): ସମାଜ ଯେତିକି ଆଧୁନିକ ଆଡ଼କୁ ଗତି କରୁଛି ପାଣିପାଗର ପରିବର୍ତ୍ତନ ଯୋଗୁ ବେଳେବେଳେ ଅଜବ ଘଟଣାମାନ ଦେଖିବାକୁ ମିଳୁଛି। ଜଣେ ଚାଷୀଙ୍କ ଖରାଟିଆ ଧାନ ବିଲରେ ପଦ୍ମ ଫୁଲ ଫୁଟିଥିବାର ଦେଖାଯାଇଛି। ତାହା ବି ପୁଣି ଗୋଟିଏ ଦିନ ନୁହେଁ ପ୍ରତିଦିନ ପଦ୍ମ ଫୁଲ ଫୁଟୁଥିବାର ଚାଷୀ ଶରତ ଶ୍ରୀଚନ୍ଦନ କହିଛନ୍ତି। ଏହା ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ ଗଡ଼ିଶାଗୋଦା ଥାନା ପରିସରଭୁକ୍ତ ନୂଆଗାଁ ଗ୍ରାମରେ ଦେଖାଯାଇଛି। ଏହି ଫୁଲ ତୋଳାହୋଇ ଗାଁ ଠାକୁର ରାସ ବିହାରୀ ଏବଂ ହନୁମାନଙ୍କଠାରେ ଲାଗିକରାଯାଇଛି। ନୂଆଗାଁ ଗ୍ରାମଠାରୁ ଲୁଣାନଦୀ ବନ୍ଦରେ କରମଳା ଯିବା ବାଟରେ ଉକ୍ତ ଧାନ ବିଲରେ ଦୈନିକ ପଦ୍ମଫୁଲ ଫୁଟୁଛି। ସାଧାରଣରେ ଯଦି ଧାନ ବିଲରେ ଘାସ ଉଠେ କୃଷକଙ୍କ ପାଇଁ ଚିନ୍ତାର କାରଣ ହୋଇପଡ଼େ ଘାସ ଉପାଡ଼ିଲା ପରେ କୃଷକକୁ ଶାନ୍ତି ମିଳେ। କିନ୍ତୁ ଶରତବାବୁଙ୍କ ଧାନ ବିଲରେ ପଦ୍ମ ଫୁଟୁଥିବାରୁ ଶରତବାବୁ ଓ ତାଙ୍କ ପରିବାର ମନରେ ଖୁସିର ଲହରି ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା କଳା ଓ କଳାକାରଙ୍କ ଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୩(ବ୍ୟୁରୋ):ଭାରତବର୍ଷର ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ରହିଛି। ଦୀର୍ଘ ସମୟ ଧରି ବିଭିନ୍ନ ସଂସ୍କୃତିର ସମାହାରରେ ଆମ ସଂସ୍କୃତି ପରିପୁଷ୍ଟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ...

ନିଆରା ଢଙ୍ଗରେ ଶ୍ରମିକ ଦିବସ ପାଳିଲେ ଉତ୍କଳ ବିଶବିଦ୍ୟାଳୟର ବିଜୁ ଛାତ୍ର ଜନତା ଦଳର ଛାତ୍ରୀଛାତ୍ର

ଭୁବନେଶ୍ୱର,୧।୫(ବ୍ୟୁରୋ): ଶ୍ରମିକମାନେ ହେଉଛନ୍ତି ବିଶ୍ୱ ଗଠନର ଏକମାତ୍ର ମେରୁଦଣ୍ଡ। ଶ୍ରମିକ ମାନଙ୍କର ତ୍ୟାଗ, ନିଷ୍ଠା, ପରିଶ୍ରମ ଓ ଦେଶପ୍ରତି ଅବଦାନ ପ୍ରଶଂସନୀୟ। ଶ୍ରମିକ ମାନେ ହିଁ...

ମୋକିମଙ୍କ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପ୍ରସଙ୍ଗ: ସଠିକ ସମୟରେ ସଠିକ ନିଷ୍ପତ୍ତି ନିଆଯିବ କହିଲେ ପିସିସି ସଭାପତି

ଭୁବନେଶ୍ୱର,୧୯।୭(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନରେ ମହମ୍ମଦ ମୋକିମ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ହାଇକମାଣ୍ଡଙ୍କୁ...

ଜିଲାରେ ୧୭,୨୨୮ ମାଟ୍ରିକ ପରୀକ୍ଷାର୍ଥୀ

ଢେଙ୍କାନାଳ ଅଫିସ, ୧୬।୨ – ମାଟ୍ରିକ୍‌ ପରୀକ୍ଷାକୁ ଶୃଙ୍ଖଳିତ ଏବଂ କପିମୁକ୍ତ କରିବାକୁ ଢେଙ୍କାନାଳ ଜିଲା ଶିକ୍ଷା ବିଭାଗର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଚଳିତବର୍ଷ...

ଧାନ ଫସଲରେ ପୋକ

ଚଣ୍ଡିଖୋଲ,୧୭ା୧୧(ଡି.ଏନ.ଏ.): ଏବେ ଧାନ ଅମଳ ସମୟ। ହେଲେ ଜମିରେ ପୋକ ଲାଗିଯିବାରୁ ଧାନଗଛଗୁଡ଼ିକ ତଳେ ଶୋଇ ପଡିଛି। ଧାନ ଆହାର ଢୁକି ନ ଥିଲେ ମଧ୍ୟ...

ମାଟ୍ରିକ୍‌ ପରୀକ୍ଷା: ୩୬ହଜାରରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ

କଟକ ଅଫିସ,୨୧ା୩:ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌ ସମ୍ମେଟିଭ-୨ ପରୀକ୍ଷା ସୋମବାର ଶେଷ ହୋଇଛି। ଏହି ପରୀକ୍ଷା ସୁରୁଖୁରୁରେ ହେବା ପାଇଁ ବୋର୍ଡ ଓ...

ରସୁଲପୁର ଶାଖା ଡାକଘରେ ସେବା ବାଧାପ୍ରାପ୍ତ

ରସୁଲପୁର,୧୩।୧୦(ଡି.ଏନ.ଏ.): ରସୁଲପୁର ଶାଖା ଡାକଘର ଓ ଏହା ଅଧୀନରେ ଥିବା ୬ଟି ଉପଡାକଘରେ ଗ୍ରାହକ ସେବା ବାଧାପ୍ରାପ୍ତ ହୋଇଛି। ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)...

‘୩ୟ ଡୋଜ୍‌ ମାଗଣାରେ ଦିଆଯିବା ପାଇଁ କେନ୍ଦ୍ରକୁ କହିବୁ’

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ବଢିଚାଲିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଲେଣି। ଏହାରି ମଧ୍ୟରେ ଟିକାକରଣକୁ ନେଇ...

Advertisement
Archives

Model This Week