ଧାନ ବିକିଲେ, ପ୍ରାପ୍ୟ ପାଇଲେନି

ବନ୍ତ, ୧୫।୬ (ଡି.ଏନ.ଏ.) – ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ବନ୍ତ ଶାଖା ଅଧୀନ ଚାଇଁପୁର ସେବା ସମବାୟ ସମିତିରେ ବହୁ ଚାଷୀ ଧାନ ବିକ୍ରୟ କରି ଏଯାଏ ପ୍ରାପ୍ୟ ପାଇନାହାନ୍ତି। ଫଳରେ ଦୁଇମାସ ଧରି ସେମାନେ ହତାଶା ମଧ୍ୟରେ କାଳାତିପାତ କରୁଛନ୍ତି। ଖର୍ଚ୍ଚ କରିବାକୁ ପାଖରେ ଟଙ୍କାଟିଏ ନ ଥିବାରୁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ପ୍ରାପ୍ୟ ମିଳିବା ଦିଗରେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଧାନ ଟଙ୍କା ନ ମିଳିବା ସାଙ୍ଗକୁ ଅର୍ଥାଭାବ କାରଣରୁ କେତେକ ଚାଷୀ କ୍ଷୋଭ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ବନ୍ତ ଗ୍ରାମର ବିବେକାନନ୍ଦ ମିଶ୍ର ୨୦ କୁଇଣ୍ଟାଲ, ପ୍ରେମଲତା ନାୟକ ୩ .୫୪, ଜଳଧର ନାୟକ ୭୦.୫, ନିରୂପମା ବେହେରା ୨୫ କୁଇଣ୍ଟାଲ, ସୟଦ ମେହରବାନ ଅଲ୍ଲୀ ୮.୫୫, ସଖିପାଟଣା ଗ୍ରାମର ନୃସିଂହ ଚରଣ ପଲେଇ ୨୯.୭୪, ଶ୍ରୀବନ୍ତପୁର ଗ୍ରାମର ଦିଲୀପ କୁମାର ଜେନା ୬.୨୨ ଓ ଭୁବନେଶ୍ୱରପୁର ଶାସନ ଗ୍ରାମର ଭାସ୍କର ଶତପଥୀ ୨୬.୪୧କୁଇଣ୍ଟାଲ ଧାନ ଚାଇଁପୁର ସେବା ସମବାୟ ସମିତିରେ ବିକ୍ରି କରିଥିଲେ। ଏ ସମସ୍ତ ଧାନ ଗତ ଏପ୍ରିଲ ୪, ୬ ଓ ୧୨ ତାରିଖରେ ବିକ୍ରୟ ହୋଇଥିଲା। ଏହାମଧ୍ୟରେ ୨ ମାସ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଉ ନାହିଁ। ଏବେ ସମଗ୍ର ରାଜ୍ୟରେ ରଜପର୍ବ ପାଳିତ ହେଉଥିବା ବେଳେ ରଜ ପାଳିବା, ବିଭିନ୍ନ ବିବାହ, ବ୍ରତ ଉତ୍ସବ ପାଇଁ ଏପରିକି ଡାକ୍ତରୀ ଚିକିତ୍ସା ଲାଗି ସମ୍ପୃକ୍ତ ଚାଷୀମାନଙ୍କ ପାଖରେ ଟଙ୍କାଟିଏ ନ ଥିବା କୁହାଯାଇଛି। ବର୍ଷକର ଖୋରାକକୁ ବିକ୍ରୟ କରି କୌଣସି କାର୍ଯ୍ୟରେ ଲଗାଇ ପାରୁ ନ ଥିବାରୁ ଚାଷୀମାନେ ଚିନ୍ତାରେ ରହିଛନ୍ତି। ରାଜ୍ୟ ସରକାର ଓ ଜିଲା ଯୋଗାଣ ବିଭାଗ ଚାଷୀମାନଙ୍କର ଏଭଳି ସମସ୍ୟାକୁ ଗୁରୁତ୍ୱ ଦେଇ ପଦକ୍ଷେପ ନ ନେଲେ ସମ୍ପୃକ୍ତ ଚାଷୀମାନେ ସମିତି ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସମିତିର ସମ୍ପାଦକ କାମିନୀକାନ୍ତ ପଣ୍ଡାଙ୍କୁ ପଚାରିବାରୁ ପି-ପାସ୍‌ ବନ୍ଦ ହୋଇଯିବା କାରଣରୁ ଏଭଳି ସମସ୍ୟା ଦେଖାଯାଇଛି। ସାଇଟ୍‌ ଖୋଲିଲେ ଯାହା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫୁଲିଲା ସୁବର୍ଣ୍ଣରେଖା

ଜଳେଶ୍ୱର,୨୩ା୯(ଡି.ଏନ.ଏ.):  ଗତ ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରେ ହଜାରେ ମି.ମି ବର୍ଷା ହୋଇଥିବାରୁ ବାଲେଶ୍ୱର ଜିଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀ ଚଳିତ ବର୍ଷ ତୃତୀୟ...

ବର୍ଜ୍ୟବସ୍ତୁ ଖାଇ ପୁଣି ଗାଈ ମୃତ

ସଜନାଗଡ଼, ୨୪।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସିର ଦାୟିତ୍ୱହୀନତା ପାଇଁ ଗୋଟିଏ ପରେ ଗୋଟିଏ ଗୋରୁଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି। କିଛିମାସ ପୂର୍ବରୁ ଉକ୍ତ ଅଞ୍ଚଳରେ...

ବ୍ରାଉନସୁଗାର ମାଫିଆଙ୍କ ସହ ପୋଲିସ ଲିଙ୍କ: ପୂର୍ବତନ ଥାନାଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର ଅଫିସ, ୧।୯: ବାଲେଶ୍ୱର ଜିଲା ଜଳେଶ୍ୱର ଥାନାର ପୂର୍ବତନ ଆଇଆଇସି ଧନେଶ୍ୱର ସାହୁଙ୍କ ବ୍ରାଉନସୁଗର ମାଫିଆଙ୍କ ସହିତ କଥାବାର୍ତ୍ତାକୁ ନେଇ ଏକ ଅଡିଓ ପୂର୍ବରୁ...

ଫକୀରମୋହନଙ୍କ ଫଟୋ ଥିବା ଡାକ ଟିକଟ ଉନ୍ମୋଚିତ

ବାଲେଶ୍ୱର ଅଫିସ,୬ା୭: ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ୭୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଫକୀରମୋହନଙ୍କ ଫଟୋ ଥିବା ଡାକ...

ଜନନୀ ଏକ୍ସପ୍ରେସ ଡ୍ରାଇଭରଙ୍କ ଦୁର୍ବ୍ୟବହାର ନେଇ ଉତ୍ତେଜନା: ଘରୋଇ ଭ୍ୟାନ୍‌ରେ ଗଲେ ଆସନ୍ନ ପ୍ରସବା

ରୂପ୍‌ସା, ୨୨।୮(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ଉତ୍ତେଜନା ଦେଖାଦେଇଛି। ଜଣେ ଆସନ୍ନ ପ୍ରସବାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ଆସିଥିବା...

ହୋଟେଲରେ ନକଲି ବିଦେଶୀ ମଦ କାରଖାନା

ସୋର,୨୮।୨(ଡି.ଏନ.ଏ.)- ଅବକାରୀ କମିଶନର ଅଞ୍ଜନ କୁମାର ମାଣିକଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲା ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକ ଓ ଗୁଇନ୍ଦା ବିଭାଗର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଦିଲ୍ଲୀପ...

ଦୂରଗାମୀ ଆଇଟିସିଏମ୍‌ କ୍ଷେପଣାସ୍ତ୍ର ପରୀକ୍ଷଣ: ୧୦୦୦ କିମି ରହିଛି ଲକ୍ଷ୍ୟଭେଦ ଦୂରତା

ବାଲେଶ୍ୱର ଅଫିସ,୨୧।୨: ବାଲେଶ୍ୱର ଜିଲା ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୧୫ମିନିଟରେ ଦୂରଗାମୀ କ୍ଷେପଣାସ୍ତ୍ର ଆଇଟିସିଏମ୍‌ର...

ରାସ୍ତାରେ ପୁଅକୁ ଛାଡ଼ି ପଳାଇଲେ ମା’ ବାପା

ସୋର, ୨୨।୩(ଡି.ଏନ.ଏ.): ମା’ ବାପା ସହ ବାଇକରେ ଯାଉଥିଲେ ନାବାଳକ ପୁଅ। ହେଲେ ରାସ୍ତାରେ ଦମ୍ପତିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଶେଷରେ...

Advertisement
Archives

Model This Week