ଧାନ ବିକିଲେ, ପ୍ରାପ୍ୟ ପାଇଲେନି

ବନ୍ତ, ୧୫।୬ (ଡି.ଏନ.ଏ.) – ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ବନ୍ତ ଶାଖା ଅଧୀନ ଚାଇଁପୁର ସେବା ସମବାୟ ସମିତିରେ ବହୁ ଚାଷୀ ଧାନ ବିକ୍ରୟ କରି ଏଯାଏ ପ୍ରାପ୍ୟ ପାଇନାହାନ୍ତି। ଫଳରେ ଦୁଇମାସ ଧରି ସେମାନେ ହତାଶା ମଧ୍ୟରେ କାଳାତିପାତ କରୁଛନ୍ତି। ଖର୍ଚ୍ଚ କରିବାକୁ ପାଖରେ ଟଙ୍କାଟିଏ ନ ଥିବାରୁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ପ୍ରାପ୍ୟ ମିଳିବା ଦିଗରେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଧାନ ଟଙ୍କା ନ ମିଳିବା ସାଙ୍ଗକୁ ଅର୍ଥାଭାବ କାରଣରୁ କେତେକ ଚାଷୀ କ୍ଷୋଭ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ବନ୍ତ ଗ୍ରାମର ବିବେକାନନ୍ଦ ମିଶ୍ର ୨୦ କୁଇଣ୍ଟାଲ, ପ୍ରେମଲତା ନାୟକ ୩ .୫୪, ଜଳଧର ନାୟକ ୭୦.୫, ନିରୂପମା ବେହେରା ୨୫ କୁଇଣ୍ଟାଲ, ସୟଦ ମେହରବାନ ଅଲ୍ଲୀ ୮.୫୫, ସଖିପାଟଣା ଗ୍ରାମର ନୃସିଂହ ଚରଣ ପଲେଇ ୨୯.୭୪, ଶ୍ରୀବନ୍ତପୁର ଗ୍ରାମର ଦିଲୀପ କୁମାର ଜେନା ୬.୨୨ ଓ ଭୁବନେଶ୍ୱରପୁର ଶାସନ ଗ୍ରାମର ଭାସ୍କର ଶତପଥୀ ୨୬.୪୧କୁଇଣ୍ଟାଲ ଧାନ ଚାଇଁପୁର ସେବା ସମବାୟ ସମିତିରେ ବିକ୍ରି କରିଥିଲେ। ଏ ସମସ୍ତ ଧାନ ଗତ ଏପ୍ରିଲ ୪, ୬ ଓ ୧୨ ତାରିଖରେ ବିକ୍ରୟ ହୋଇଥିଲା। ଏହାମଧ୍ୟରେ ୨ ମାସ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଉ ନାହିଁ। ଏବେ ସମଗ୍ର ରାଜ୍ୟରେ ରଜପର୍ବ ପାଳିତ ହେଉଥିବା ବେଳେ ରଜ ପାଳିବା, ବିଭିନ୍ନ ବିବାହ, ବ୍ରତ ଉତ୍ସବ ପାଇଁ ଏପରିକି ଡାକ୍ତରୀ ଚିକିତ୍ସା ଲାଗି ସମ୍ପୃକ୍ତ ଚାଷୀମାନଙ୍କ ପାଖରେ ଟଙ୍କାଟିଏ ନ ଥିବା କୁହାଯାଇଛି। ବର୍ଷକର ଖୋରାକକୁ ବିକ୍ରୟ କରି କୌଣସି କାର୍ଯ୍ୟରେ ଲଗାଇ ପାରୁ ନ ଥିବାରୁ ଚାଷୀମାନେ ଚିନ୍ତାରେ ରହିଛନ୍ତି। ରାଜ୍ୟ ସରକାର ଓ ଜିଲା ଯୋଗାଣ ବିଭାଗ ଚାଷୀମାନଙ୍କର ଏଭଳି ସମସ୍ୟାକୁ ଗୁରୁତ୍ୱ ଦେଇ ପଦକ୍ଷେପ ନ ନେଲେ ସମ୍ପୃକ୍ତ ଚାଷୀମାନେ ସମିତି ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସମିତିର ସମ୍ପାଦକ କାମିନୀକାନ୍ତ ପଣ୍ଡାଙ୍କୁ ପଚାରିବାରୁ ପି-ପାସ୍‌ ବନ୍ଦ ହୋଇଯିବା କାରଣରୁ ଏଭଳି ସମସ୍ୟା ଦେଖାଯାଇଛି। ସାଇଟ୍‌ ଖୋଲିଲେ ଯାହା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri