ଧାନରେ ମାଟିଆ ଗୁଣ୍ଡି ପୋକ: ଚିନ୍ତାରେ ଚାଷୀ

ନରାଜ, ୭ା୧୧(ଡି.ଏନ୍‌.ଏ.)- କଟକ-ବାଙ୍କୀ ମୁଖ୍ୟରାସ୍ତାକୁ ଲାଗିରହିଛି ବାଆଁ ରା ଅଞ୍ଚଳର ‘ବାଟି ସୋଅରା’ ଚାଷ ଜମି ଅଞ୍ଚଳ। ଏଠାରେ ବାଆଁ ରା ଓ କୁଅମଡା ଗ୍ରାମର ଚାଷୀମାନେ ଧାନ ଫସଲ କରିଥାନ୍ତି। ଯେହେତୁ ବାଆଁ ରା ପଞ୍ଚାୟତଟି ଚନ୍ଦକା-ଡମପଡା ହସ୍ତୀ ଅଭୟାରଣ୍ୟଠାରୁ ମାତ୍ର ୨କି.ମି ମଧ୍ୟରେ ଅବସ୍ଥିତ। ବିଭିନ୍ନ ସମୟରେ ହାତୀମାନେ ଆସି ଧାନ ଫସଲ ନଷ୍ଟ କରିଥାନ୍ତି। ଅପରପକ୍ଷେ ଏହି ଅଞ୍ଚଳରେ ଗୋରୁମାନଙ୍କୁ ନ ବାନ୍ଧି ବାହାରେ ଛାଡିଦେଉ ଥିବାରୁ ସେମାନେ ପଶି ଧାନଫସଲ ଖାଇ ନଷ୍ଟ କରିଥାନ୍ତି। ସେଥିପାଇଁ ‘ବାଟି ସୋଅରା’ ରେ ଚାଷୀମାନେ ଦୀର୍ଘ ବର୍ଷଧରି ଧାନଫସଲ କରୁ ନ ଥିଲେ। ମାତ୍ର ଚଳିତବର୍ଷ କେତେକ ଚାଷୀ ଏକତ୍ରିତ ହୋଇ ଚାଷ କରିଛନ୍ତି। ଧାନ ଫସଲ ମଧ୍ୟ ଭଲ ହୋଇଥିଲା। କିନ୍ତୁ କିଛିଦିନ ପରେ ଧାନରେ ‘ମାଟିଆ ଗୁଣ୍ଡି’ ପୋକ ଲାଗିଥିବା ଚାଷୀମାନେ ଦେଖିବାକୁ ପାଇଥିଲେ। ଏଥିପାଇଁ ଚାଷୀମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି। କାରଣ ଏହା ଦ୍ୱାରା ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ବୁଧବାର ଡମପଡା ବ୍ଲକ ଗ୍ରାମ କୃଷିସେବକ ମାଧବା ନନ୍ଦ ଓଝା, କୃଷକ ସାଥୀ ଡମ୍ବରୁଧର ସ୍ବାଇଁ ପ୍ରମୁଖ କୃଷିକ୍ଷେତ୍ର ପରିଦର୍ଶନ କରି ଚାଷୀମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନୀଲ ବଂଶଲ ରାଜ୍ୟ ଭାଜପା ପ୍ରଭାରୀ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ରାଜ୍ୟ ଭାଜପା ପାଇଁ ନୂଆ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି।  ବୁଧବାର ସୁନୀଲ ବଂଶଲଙ୍କୁ ରାଜ୍ୟ ଭାଜପା ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିବା ରାଷ୍ଟ୍ରୀୟ ମହାସଚିବ...

ପାରାଦୀପ-ଭଦ୍ରସାହି ଅର୍ଥନୈତିକ କରିଡର ବିକାଶ ପାଇଁ ପ୍ରସ୍ତାବ ଦେଲା ରାଜ୍ୟ

ଭୁବନେଶ୍ୱର,୬।୩(ବ୍ୟୁରୋ): ପାରାଦୀପରୁ ଭଦ୍ରସାହି-ବଡ଼ବିଲ ଅର୍ଥନୈତିକ କରିଡର ବିକାଶ କରିବାକୁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି କରିଛନ୍ତି। ରାଜ୍ୟ ସରକାର ଜମି ଅଧିଗ୍ରହଣ କ୍ଷେତ୍ରରେ ସମସ୍ତ...

ବିଧାନସଭାରେ ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ୍‌; ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧.୫ ଲକ୍ଷ କୋଟି ଅନୁମୋଦିତ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ ଘୋଷଣା

ଭୁବନେଶ୍ୱର, ୩୦।୩(ବ୍ୟୁରୋ): ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧.୫ ଲକ୍ଷ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍‌ ସୋମବାର ବିଧାନସଭାରେ ଅନୁମୋଦନ ହୋଇଛି। ସର୍ବ ସମ୍ମତି...

ଭୁବନେଶ୍ୱରରେ ୨୩ରୁ ଖୋଲିବ ଧର୍ମାନୁଷ୍ଠାନ

ଭୁବନେଶ୍ୱର, ୧୦।୮ (ବ୍ୟୁରୋ): ଆସନ୍ତା ୨୩ ତାରିଖରୁ ରାଜଧାନୀରେ ମନ୍ଦିର ଓ ଧର୍ମାନୁଷ୍ଠାନ କଟକଣା ମଧ୍ୟରେ ଖୋଲିବ। କରୋନା ସ୍ଥିତି ତଥା ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦେଖି...

୭୧% ମତଦାନ

ଭୁବନେଶ୍ୱର,୨୧ା୨(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ରବିବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୭୧% ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା...

୫୩୧ ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଭୁବନେଶ୍ୱର, ୪।୬(ବ୍ୟୁରୋ): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ୫୩୧ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପଣ କରିଛନ୍ତି।...

ଗଞ୍ଜାମ ଜିଲାରେ ଦିଆଯିବ କୋଭାକ୍ସିନ

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଚଳିତ ମାସରୁ ଗଞ୍ଜାମ ଜିଲାରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କୋଭାକ୍ସିନ ଟିକା ଦିଆଯିବ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ବରମୁଣ୍ଡାରୁ ପଳାଶୁଣୀ ନୋ ଓଭରଟେକିଂ ଜୋନ

ଭୁବନେଶ୍ୱର,୩।୯(ବ୍ୟୁରୋ): ବାଇକ ଓ କାର ଚାଳକଙ୍କ ପରେ କମିଶନରେଟ ପୋଲିସର ନଜର ଏବେ ବସ୍‌ ଉପରେ। ବସ୍‌ ପାଇଁ କଡାକଡି କଟକଣା ଲାଗୁ ହୋଇଛି। ବରମୁଣ୍ଡାରୁ...

Advertisement
Archives

Model This Week