ଧନ୍‌ତେରସରେ ଜମୁଛି ଗହଣା କ୍ରୟ, ଶୋ’ରୁମ୍‌ରେ ଗ୍ରାହକଙ୍କ ଭିଡ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ଆଜି ଧନ୍‌ତେରସ। ଏହି ଦିନ ସୁନା କିଣିଲେ ଶୁଭ ବୋଲି କୁହାଯାଉଥିବାରୁ ରାଜ୍ୟର ପ୍ରମୁଖ ଶୋ’ରୁମ୍‌ଗୁଡ଼ିକରେ ଗ୍ରାହକଙ୍କ ଭିଡ ପରିଲକ୍ଷିତ ହେଉଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମନଲୋଭା ଅଫର୍‌ ସହ ବ୍ୟବସାୟୀମାନେ ସ୍ବତନ୍ତ୍ର ଡିଜାଇନର ଗହଣା ବଜାରକୁ ଆଣିଛନ୍ତି। ବୁଧବାରଠାରୁ ବର୍ଷା ଲାଗି ରହିଥିବା ଯୋଗୁ ସୁନା କ୍ରୟ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଥିଲେ ହେଁ ଶୁକ୍ରବାର ପାଗରେ ପରିବର୍ତ୍ତନ ଯୋଗୁ ବ୍ୟବସାୟ ଠିକ୍‌ ହେଉଥିବା ଜଣାପଡ଼ିଛି।

ଜୁଏଲର୍ସଙ୍କ ସୂଚନା ମୁତାବକ, ନିତିଦିନିଆ ବ୍ୟବହାର ଲାଗି ବଜାରରେ ୧୮ କ୍ୟାରେଟ ସୁନାର ଗହଣା ଆସିଛି। ଏହାକୁ ଗ୍ରାହକ ଚୟନ କରିପାରିବେ। ୨୪ କ୍ୟାରେଟ ସୁନା ବଜେଟ ସାଧାରଣତଃ ଅଧିକ ରହୁଥିବାରୁ ଏହାକୁ କିଛି ବର୍ଗର ଲୋକ ପସନ୍ଦ କରୁଛନ୍ତି। ଏକ୍ଷେତ୍ରରେ ୨୨ କ୍ୟାରେଟ ସୁନା ଲୋକଙ୍କର ଅଧିକ ପସନ୍ଦଯୋଗ୍ୟ ହେଉଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୨୨ କ୍ୟାରେଟ ସୁନା ଗହଣାର ମୂଲ୍ୟ ବଢିଥିବା ଜଣାପଡିଛି। ଏହି ସମୟରେ ଶୋ’ରୁମ୍ଗୁଡିକରେ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି। ଅନ୍ୟତମ ପ୍ରମୁଖ ଜୁଏଲର୍ସ ଅରୁନ୍ଧତୀ ଜୁଏଲର୍ସ ସର୍ବଶ୍ରେଷ୍ଠ ଧନତେରସ ଅଫର ଆଣିଛି। ହଲ୍ମାର୍କ ସୁନାଗହଣା କ୍ରୟରେ ଗ୍ରାହକ ୨,୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇବେ। ପ୍ରତି କ୍ରୟରେ ମାଗଣା ଗୋଲ୍ଡ କଏନ, ସିଲଭର କଏନ, ଲଣ୍ଡନ ଭ୍ରମଣ ଏବଂ ଲକ୍ଷପତି ହେବାର ସୁଯୋଗ ରହିଛି। ସେହିଭଳି ପ୍ରମୁଖ ଜୁଏଲେରି ଚେନ ଖିମଜୀ ଧନତେରସ ଅଫରରେ ସୁନା ଗହଣାର ମୋଟ ମୂଲ୍ୟରେ ୫.୪% ଫ୍ଲାଟ ରିହାତି ଦେଉଛି। ହୀରା ଉପରେ ଫ୍ଲାଟ ୨୦% ରିହାତି ଏବଂ ରୁପା ଗହଣାର ଗଢାମୂଲ୍ୟରେ ଫ୍ଲାଟ ୫୦% ରିହାତି ରହିଛି। ୯୯୯ ସ୍କିମରେ ଗୋଲ୍ଡ ଏବଂ ସିଲଭର କଏନ ସହ ବାଏ ବ୍ୟାକ ଗ୍ୟାରେଣ୍ଟି ଖିମଜୀ ପ୍ରଦାନ କରୁଛି।

ତନିଷ୍କ ପକ୍ଷରୁ ଦୀପାବଳି ଅଫରରେ ଗ୍ରାହକ ସୁନାଗହଣାର ଗଢା ମୂଲ୍ୟରେ ୨୫% ପର୍ଯ୍ୟନ୍ତ ରିହାତି ପାଇପାରିବେ। ହୀରା ଗହଣା ମୋଟ ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ରହିଛି। ଏହା ନୂଆ ଭିରାସତ କଲେକ୍ସନ ଆଣିଛି। କଲ୍ୟାଣ ଜୁଏଲର୍ସ ଏହାର ଶୋ’ରୁମଗୁଡିକରେ ୩ ଲକ୍ଷ ଗୋଲ୍ଡ କଏନ ପ୍ରଦାନ କରିବାର ବ୍ୟବସ୍ଥା କରିଛି। ସାପ୍ତାହିକ ଲକି ଡ୍ର ସହ ଭାଗ୍ୟଶାଳୀ ବିଜେତା ଏବଂ ସୁନାଗହଣାର ଗଢାମୂଲ୍ୟ ୧୯୯ ଟଙ୍କାରୁ ଆରମ୍ଭ ହେଉଛି। ଷ୍ଟଡେଡ ଜୁଏଲେରି କ୍ରୟରେ ମାଗଣା ଗୋଲ୍ଡ କଏନ, ବିଗ ଡାଇମଣ୍ଡ ସେଲ ଫ୍ଲାଟ ୨୦% ରିହାତି ଏହା ଦେଉଛି। ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ପକ୍ଷରୁ ଧନତେରସ ଧନବୃଦ୍ଧି ଉତ୍ସବ ଆଣିଛି। ପ୍ଲାଟିନମ ଅଳଙ୍କାର ଗଢା ମୂଲ୍ୟ ଉପରେ ୨୦%, ସୁନା, ରୁପା ଅଳଙ୍କାର ଉପରେ ଅଫର ସହ ଏସ୍ବିଆଇ କ୍ରେଡିଟ କାର୍ଡରେ ୫% ଅଫର ଏହା ଦେଉଛି। ସେହିଭଳି ରିଲାଏନ୍ସ ଜୁଏଲଲ୍ସ ନୂୂଆ ଅତୁଲ୍ୟ କଲେକ୍ସନ ଆଣିଛି। ସୁନା ଗହଣା ଗଢାମୂଲ୍ୟ ଉପରେ ଫ୍ଲାଟ ୨୫% ରିହାତି, ହୀରା ଗହଣା ଉପରେ ୨୫% ପର୍ଯ୍ୟନ୍ତ, ସୁନା କଏନ ଗଢଣ ଉପରେ ଫ୍ଲାଟ ୨୫%, ସୁନାଗହଣାର ଗଢାମୂଲ୍ୟ ଏବଂ ହୀରା ଗହଣା ମୂଲ୍ୟ ବାବଦ ୫ ଲକ୍ଷ ଇନଭଏସରେ ଅତିରିକ୍ତ ୫% ରିହାତି ସୁବିଧା ପ୍ରଦାନ କରାଯାଉଥିବା ଶୋ’ରୁମ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ କ୍ଷେତ୍ର ସୃଷ୍ଟି , ୧୯ରେ ଅବପାତ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ତେବେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ୧୯ ତାରିଖ...

ଆଜି ୪୫ ବୁଥ୍‌ରେ ସାନି ମତଦାନ

ଭୁବନେଶ୍ୱର, ୨୩ା୨(ବ୍ୟୁରୋ): ରାଜ୍ୟରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଭୋଟିଂ ମଙ୍ଗଳବାର ଶେଷ ହୋଇଛି। ୨୭ ଜିଲାର ୬୪ ବ୍ଲକର ୧ ହଜାର...

ଆଜିଠୁ ପୁଣି ଟିକାକରଣ: କେନ୍ଦ୍ର ସଂଖ୍ୟା ବଢ଼ିଲା

ଭୁବନେଶ୍ୱର,୧୮।୧(ବ୍ୟୁରୋ): କରୋନା ମହାମାରୀକୁ ହରାଇବା ପାଇଁ ଓଡ଼ିଶାରେ ଶନିବାରଠାରୁ ଟିକାକରଣ ଆରମ୍ଭ ହୋଇଛି। ରବିବାର ଟିକା ପ୍ରଦାନ ବନ୍ଦ ଥିବାବେଳେ ସୋମବାରଠାରୁ ପୁଣି ଆରମ୍ଭ ହୋଇଛି।...

କେନ୍ଦ୍ରାପଡ଼ାରେ ଭୋଟ ଗଣତି ଆରମ୍ଭ

କେନ୍ଦ୍ରାପଡ଼ା ଅଫିସ,୨୩ା୫ : କେନ୍ଦ୍ରାପଡ଼ା ଲୋକସଭା ଓ ଏହାର ୪ଟି ବିଧାନସଭା (କେନ୍ଦ୍ରାପଡା, ରାଜନଗର, ଆଳି ଓ ମହାକାଳପଡ଼ା) ନିର୍ବାଚନମଣ୍ଡଳୀର ଭୋଟ ଗଣତି ଗୁରୁବାର ସକାଳ...

ଆଜି ରାଜ୍ୟରୁ ୬୧୧୮ କରୋନା ଆକ୍ରାନ୍ତ ଚିହ୍ନଟ, କଟକରୁ ସର୍ବାଧିକ

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏହି କିଛିଦିନ ହେବ ଲଗାତର କମିବାରେ ଲାଗିଛି। ତେବେ ସୋମବାର ରାଜ୍ୟରୁ ୬୧୧୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...

ନରସିଂହପୁରରେ ଦନ୍ତାକୁ ଗୁଳିମାଡ଼ ଘଟଣା: ହାଇକୋର୍ଟରେ ମାମଲା ରୁଜୁ

କଟକ ଅଫିସ,୯।୬: ନରସିଂହପୁରରେ ହାତୀକୁ ଗୁଳିମାଡ଼ ଘଟଣାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଆଇନରେ ଶିକାରୀଙ୍କୁ କଠୋର ଦଣ୍ଡ ଦେବାର ବ୍ୟବସ୍ଥା ନ...

ରାସ୍ତାରେ ଓଲଟିଲା ଆଳୁ ବୋଝେଇ ଟ୍ରକ୍‌, ବୋହି ନେଇଗଲେ ଲୋକେ

ଛତିଆ,୭ା୯(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅଧୀନ ୧୬ ନଂ. ଜାତୀୟ ରାଜପଥର ଛତିଆ ହନୁମାନ ଢାବା ନିକଟରେ ମଙ୍ଗଳବାର ସକାଳେ ଏକ ଆଳୁ ବୋଝେଇ...

ରାଜ୍ୟରୁ ସୁସ୍ଥ ହେଲେ ୨୦୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଯାବତ୍‌ ୧୩,୧୯,୫୮୮ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ସ୍ବାସ୍ଥ୍ୟ...

Advertisement
Archives

Model This Week