ଧନତେରସରେ ଘରକୁ ଆଣନ୍ତୁ ନାହିଁ ଏସବୁ ଜିନିଷ

ଧନତେରସରେ ବିଭିନ୍ନ ଜିନିଷ କିଣାକିଣି କଲେ ଘରକୁ ଲକ୍ଷ୍ମୀ ଆସିଥାଆନ୍ତି ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଲୋକେ ସୁନାରୂପା କିଣିବାର ବିଧି ରହିଛି। ହେଲେ ଏବେ ଅଧିକାଂଶ ଲୋକେ ସୁନାରୂପା ପରିବର୍ତ୍ତେ ଯେ କୌଣସି ଜିନିଷ ଘରକୁ ଆଣିଲେ ଧନ ଓ ସୁଖ ସମୃଦ୍ଧି ବୃଦ୍ଧି ହେବ ଭାବି ବିଭିନ୍ନ ପ୍ରକାର ଜିନିଷ କିଣାକିଣି କରୁଛନ୍ତି। ଏହା ଅଦୌ ଠିକ ନୁହେଁ। କାରଣ ଏମିତି କିଛି ଜିନିଷ ଅଛି ଯାହାକୁ ଧନତେରସରେ କିଣିଲେ ଘରୁ ଲକ୍ଷ୍ମୀ ଚାଲି ଯାଇଥାଆନ୍ତି। ଏହା ସୌଭାଗ୍ୟ ବଦଳରେ ଦୁର୍ଭାଗ୍ୟ ଆଣି ଦେଇଥାଏ।
-ଲୁହାରେ ତିଆରି ଜିନିଷ ଧନତେରସରେ ଘରକୁ ଆଣିବା ଭଲ ନୁହେଁ। ଏହା ଧନତେରାସ ପୂର୍ବରୁ ବା ପରେ ଘରକୁ ଆଣିବା ଭଲ।
-କଂସା ବା ପିତ୍ତଳ ବାସନ ଆଣିବା ବେଳେ ଘରକୁ ଆଣିବା ପୂର୍ବରୁ ଏଥିରେ ପାଣି ବା ଯେକୌଣସି ଜିନିଷ ଭର୍ତ୍ତି କରି ଧନତେରସ ଦିନ ଘରକୁ ଆଣିବା ଭଲ।
-ଧନତେରସରେ ଷ୍ଟିଲ ନ କିଣି ବରଂ କପର କିମ୍ବା ବ୍ରୋଞ୍ଚର ଜିନିଷ କିଣିବା ଭଲ। କଳା ରଙ୍ଗର କୌଣସି ଜିନିଷ ଧନତେରସରେ ଘରକୁ ଆଣିବା ଠିକ୍‌ ନୁହେଁ। କାରଣ ଏହା ସବୁବେଳେ ନକରାତ୍ମକ ପ୍ରଭାବ ପକାଇଥାଏ।
-ଧନତେରସରେ ଛୁରୀ, କଇଞ୍ଚି ଭଳି ଧାରୁଆ ଜିନିଷ ଘରକୁ ଆଣନ୍ତୁ ନାହିଁ।
-ତେଲ, ଘିଅ ଅବା କାଚ ଜିନିଷ ଧନତେରସରେ ଘରକୁ ଆଣିଲେ ଘର ଉପରେ ଏହାର କୁପ୍ରଭାବ ପଡିଥାଏ। ତେଣୁ ଦୀପ ଜଳାଇବା ପାଇଁ ଧନତେରସ ପୂର୍ବରୁ ତେଲ ବା ଘିଅ କିଣି ରଖିବା ଭଲ।
-ଅଧିକାଂଶ ବ୍ୟକ୍ତି ଧନତେରସରେ କାର କିଣିବାକୁ ଯୋଜନା କରିଥାଆନ୍ତି। ହେଲେ ଏହା ଭଲ ନୁହେଁ ବୋଲି କୁହାଯାଏ।
-ଧନତେରସରେ କେବେବି ନକଲି ସୁନା କିଣିବା ଉଚିତ ନୁହେଁ। ଅର୍ଥାତ୍‌ ଇମିଟେଶନ ଜୁଏଲରୀ ଏହି ସମୟରେ କିଣିଲେ ଏହାର ପ୍ରଭାବରେ ଘରୁ ଲକ୍ଷ୍ମୀ ଚାଲି ଯାଇଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୋଦ୍ଧା ଏବେ ସଙ୍କଟରେ

ଭୋପାଳ,୯।୪: ମଧ୍ୟପ୍ରଦେଶର ଭୋପାଳରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୩ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୫୦ ଜଣ ସ୍ବାସ୍ଥ୍ୟ କର୍ମଚାରୀ ଥିବା ବେଳେ ୧୨ ପୋଲିସ...

ଏନ୍‌ଆଇଏ କୋର୍ଟରେ ହାଜର ପୂର୍ବରୁ ପ୍ରଜ୍ଞା ଠାକୁର ହସ୍ପିଟାଲରେ ଭର୍ତ୍ତି

ଭୋପାଳ,୬।୬: ଏନ୍‌ଆଇଏ କୋର୍ଟରେ ହାଜର ହେବା ପୂର୍ବରୁ ମଧ୍ୟପ୍ରଦେଶ ଭୋପାଳ ଏମ୍‌ପି ପ୍ରଜ୍ଞା ଠାକୁରଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜୁନ୍‌ ୩ରେ ତାଙ୍କୁ...

ଏଫ୍‌ସିଏଟିକୁ ଉଚ୍ଛେଦ କଲା କେନ୍ଦ୍ର

ନୂଆଦିଲ୍ଲୀ/ମୁମ୍ବାଇ,୮ା୪ : ଫିଲ୍ମ ସାର୍ଟିଫିକେଶନ ଆପିଲେଟ୍‌ ଟ୍ରିବ୍ୟୁନାଲ (ଏଫ୍‌ସିଏଟି)କୁ କେନ୍ଦ୍ର ସରକାର ତତ୍କାଳ ଉଚ୍ଛେଦ କରିଛନ୍ତି। ଫଳରେ ସେନ୍ସର ବୋର୍ଡ ବା ସେଣ୍ଟ୍ରାଲ ବୋର୍ଡ ଅଫ୍‌...

୩ ମନ୍ତ୍ରୀଙ୍କ ସମେତ ଏକ ତୃତୀୟାଂଶ ବିଧାୟକଙ୍କ ଟିକଟ କଟିବା ଆଶଙ୍କା, ରଣନୀତି ପ୍ରସ୍ତୁତ କଲା ଭାଜପା…

ଶିମ୍‌ଲା, ୨।୫ : ଗତ ଚାରିମାସ ମଧ୍ୟରେ ଦୁଇଟି ଆଭ୍ୟନ୍ତରୀଣ ସର୍ଭେର ଫଳାଫଳକୁ ନେଇ ହିମାଚଳ ପ୍ରଦେଶରେ ଭାଜପା ପକ୍ଷରୁ ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ...

ବିଶ୍ୱ ଭାରତକୁ ଚାହିଁରହିଛି: ମୋଦି

ଇନ୍ଦୋର,୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଇନ୍ଦୋରରେ ୧୭ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ସୋମବାର ଉଦ୍‌ଘାଟନ କରିଛନ୍ତି। ଏଥିସହିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି,...

ଲକ୍‌ଡାଉନ ନିୟମ ଭାଙ୍ଗି ଗିରଫ ହେଲେ ୧୦,୭୨୯

ମୁମ୍ବାଇ,୧୮।୪: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ଆବଶ୍ୟକ ନ...

ଖାକି ପୋଷାକରେ ରିଭଲଭର ଲଗାଇବା ମହିଳା କନଷ୍ଟେବଳଙ୍କୁ ପଡ଼ିଲା ମହଙ୍ଗା

ଉତ୍ତରପ୍ରଦେଶର ଆଗ୍ରାରେ ଖାକି ପୋଷାକ ପିନ୍ଧି ମହିଳା କନଷ୍ଟେବଳ ଛାତିରେ ରିଭଲଭର ଲଗାଇ ଅଭିନୟ କରିବା ତାଙ୍କୁ ମହଙ୍ଗା ପଡ଼ିଛି। ଏହି ପୋଜ୍‌ରେ ସେ ଏକ...

ଦୂର୍ଗାପୂଜାରେ ହେବନାହିଁ ପ୍ଲାଷ୍ଟିକର ବ୍ୟବହାର

ଶିଲଂ,୩।୧୦: ଚଳିତ ବର୍ଷ ଦୁର୍ଗାପୂଜାରେ ମେଘାଳୟରେ ପ୍ଲାଷ୍ଟିକର ବ୍ୟବହାର କରାଯିବ ନାହିଁ ବୋଲି ଜଣାପଡିଛି। ତେବେ ମେଘାଳୟ କେନ୍ଦ୍ରୀୟ ପୂଜା କମିଟି ଦ୍ୱାରା ରାଜ୍ୟର ସମସ୍ତ...

Advertisement
Archives

Model This Week