Posted inଖେଳ

ଦ୍ୱନ୍ଦ୍ୱରେ ବିଗ୍‌ ବାସରେ ବାଉଣ୍ଡ୍ରି ବାହାରେ କ୍ୟାଚ୍‌

ସିଡ୍‌ନୀ,୧୦।୧(ଏଏଫ୍‌ପି)- ଚଳିତ ବିଗ ବାସ ଲିଗ୍‌ (ବିବିଏଲ)ରେ ଗୁରୁବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଦୁଇ ଜଣିଆ କ୍ୟାଚ୍‌ ଦ୍ୱାରା ହାବର୍ଟ ଅଧିନାୟକ ମାଥ୍ୟୁ ଓ୍ବେଡ ଆଉଟ୍‌ ହୋଇଥିଲେ। କିନ୍ତୁ ଉକ୍ତ କ୍ୟାଚ୍‌ ଯୋଗୁ କ୍ରିକେଟ ନିୟମ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ପ୍ରଥମେ ବ୍ୟାଟିଂ କରି ହାବର୍ଟ ୧୪.୪ ଓଭରରେ ୫ ଉଇକେଟ ହରାଇ ୯୮ ରନ୍‌ କରିଥିଲା। ଦଳର ଅଧିନାୟକ ଓ୍ବେଡ ୬୧ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ସେ ଲଙ୍ଗ ଅନ୍‌ ଅଞ୍ଚଳକୁ ଏକ ବଡ଼ ଶଟ ଖେଳିଥିଲେ। ବ୍ରିସବେନ ଫିଲ୍ଡର ମ୍ୟାଟ ରେନଶ ଭିତରେ ବଲ ଧରି ବାଉଣ୍ଡ୍ରି ବାହାରକୁ ଯିବା ପୂର୍ବରୁ ବଲ ଉପରକୁ ଫିଙ୍ଗି ଥିଲେ। ହେଲେ ବଲ ବାଉଣ୍ଡ୍ରି ଅପରପଟକୁ ଯାଇ ନ ଥିଲା। ଏଣୁ ସେ ପୁଣି ଥରେ ବାଉଣ୍ଡ୍ରି ବାହାରୁ ଡେଇଁ ବଲକୁ ଠେଲି ଦେଇଥିଲେ। ଆଉ ଏହାକୁ କ୍ୟାଚ୍‌ କରିଥିଲେ ଟମ ବାଣ୍ଟନ। ଦୀର୍ଘ ସମୟ ଧରି ଭିଡିଓ ରିଭ୍ୟୁ ପରେ ୩ୟ ଅମ୍ପାୟର ଓ୍ବେଡଙ୍କୁ ଆଉଟ୍‌ ଘୋଷଣା କରିଥିଲେ। ଓ୍ବେଡ ପୂର୍ବରୁ ପ୍ୟାଭିଲିୟନ ଚାଲି ଯାଇଥିଲେ। ଏସମ୍ପର୍କିତ ନିୟମ ବିଷୟରେ ମୋତେ ଜଣାନାହିଁ। ଫିଲ୍ଡ ବାହାରେ ଥରେ ଗୋଡ ଲାଗିବା ପରେ ବଲକୁ ଛୁଇଁବା ଉଚିତ କି ନାହିଁ। ଅମ୍ପାୟରଙ୍କ ସହ ଆଲୋଚନା କରିବା ପରେ ମୁଁ କ୍ରିଜ ଛାଡ଼ିଥିଲି ବୋଲି ଓ୍ବେଡ ପ୍ରସାରଣକାରୀ ଚ୍ୟାନେଲ ୭ରେ କହିଛନ୍ତି। କ୍ରିକେଟର ନିୟମ ପ୍ରସ୍ତୁତ କରୁଥିବା ଏମ୍‌ସିସି ଏକ ଟୁଇଟ୍‌ରେ ଲେଖିଛି, ୧୯.୫ ନିୟମ ଅନୁଯାୟୀ କ୍ୟାଚ୍‌ ଆଇନ ଗତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟୋକିଓ ଅଲିମ୍ପିକ୍ସ: ଟର୍ଚ୍ଚ ରିଲେରେ କିମ୍ବଦନ୍ତୀ ଫୁଟ୍‌ବଲର ଜିକୋ

କାଶିମା, ୫।୭: ଜାପାନର କାଶିମା ସହରରେ ଅନୁଷ୍ଠିତ ଅଲିମ୍ପିକ ମଶାଲ ରାଲିରେ ସାମିଲ ହୋଇଛନ୍ତି କିମ୍ବଦନ୍ତୀ ବ୍ରାଜିଲ ଫୁଟବଲର ଜିକୋ। ସେ ଅନ୍ୟତମ ଅନ୍ତିମ ମଶାଲ...

ପ୍ରସିଦ୍ଧ ହକି ଖେଳାଳି ବଲବୀର ସିଂଙ୍କ ପରଲୋକ

ଚଣ୍ଡୀଗଡ, ୨୫।୫: ପ୍ରସିଦ୍ଧ ହକି ଖେଳାଳି ବଲବୀର ସିଂ ସିନିୟରଙ୍କ ପରଲୋକ ଘଟିଛି। ମୋହାଲିର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ମୃତ୍ୟୁ ହୋଇଛି।...

‘ନାତି ମୁଣ୍ଡ ଉଚ୍ଚା କରିଦେଲା’

ନୂଆଦିଲ୍ଲୀ,୭।୮: ଟୋକିଓ ଅଲିମ୍ପିକ୍ସରେ ପ୍ରଥମଥର ଅଂଶଗ୍ରହଣ କରି ଜାଭେଲିନରେ ସ୍ବର୍ଣ୍ଣ ପଦକ ହାସଲ କରି ନୀରଜ ଇତିହାସ ସୃଷ୍ଟି କରିଛନ୍ତି। ଏହାପରେ ନୀରଜଙ୍କ ଜେଜେ ଧର୍ମ...

ରୋନାଲ୍ଡୋଙ୍କ ଦରମା ଅନ୍ୟ ଖେଳାଳିଙ୍କ ୩ ଗୁଣା

ରୋମ,୧୧।୯: ପର୍ତ୍ତୁଗାଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସିରି ଏ’ ଲିଗ୍‌ରେ ସର୍ବାଧିକ ଦରମା ପାଉଥିବା ଖେଳାଳି। ତାଙ୍କ ବାର୍ଷିକ ଦରମା ଅନ୍ୟ ଖେଳାଳିଙ୍କ ଆୟଠାରୁ ପ୍ରାୟ...

କପିଲ ଦେବ ଅସୁସ୍ଥ : ହୃଦଘାତ ଯୋଗୁ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୩ ।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ କପିଲ ଦେବ ଅସୁସ୍ଥ ହୋଇପଡିଛନ୍ତି । ହୃଦ୍‌ଘାତ ସମସ୍ୟା ଦେଖାଯିବାରୁ ଶୁକ୍ରବାର ତାଙ୍କୁ ଦିଲ୍ଲୀର ଫୋର୍ଟିଜ...

ଡେନମାର୍କ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ: ସିଙ୍ଗଲ୍ସ, ଡବଲ୍ସ ସେମିରେ ପ୍ରମୋଦ

ଭୁବନେଶ୍ୱର, ୧୯।୧୦(କ୍ରୀଡ଼ା ପ୍ରତିନିଧି)- ଡେନମାର୍କର କୋପେନହାଗେନଠାରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ...

ଚେନ୍ନାଇରେ ଧୋନୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଚେନ୍ନାଇ,୨ା୩- ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କୁ ସୋମବାର ଚେନ୍ନାଇରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପ୍ରସ୍ତୁତି କରିବା...

ବ୍ରାଭୋ ଇନ୍‌, ହୋପ୍‌ ଆଉଟ୍‌

ସେଣ୍ଟଜନ୍ସ (ଆଣ୍ଟିଗୁଆ), ୧୮ା୧୦ (ଏପି)-ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳ ଘୋଷଣା କରାଯାଇଛି। ବାମହାତୀ ବ୍ୟାଟ୍ସମ୍ୟାନ ଡାରେନ ବ୍ରାଭୋ...

Advertisement
Archives

Model This Week