Posted inଖେଳ

ଦ୍ରୁତତମ ଓପନର ରୋହିତ

ରାଜକୋଟ,୧୭।୧- ଭାରତୀୟ ଓପନର ରୋହିତ ଶର୍ମା ଶୁକ୍ରବାର ଦ୍ରୁତତମ ଓପନର ଭାବେ ୭ ହଜାର ରନ୍‌ ପୂରଣ କରିଛନ୍ତି। ହାସିମ ଆମଲା, ସଚିନ ତେନ୍ଦୁଲକରଙ୍କ ଭଳି କିମ୍ବଦନ୍ତୀ ଓପନରଙ୍କୁ ପଛରେ ପକାଇ ରୋହିତ ଏହି ସଫଳତା ପାଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୨ ରନ୍‌ର ଇନିଂସ ଖେଳିବା ଅବସରରେ ସେ ଏହି ରେକର୍ଡ ଅଧିକାରୀ ହୋଇଛନ୍ତି। ରୋହିତ ୧୩୭ ଇନିଂସରେ ଏହି ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଆମଲା। ଦକ୍ଷିଣ ଆଫ୍ରିକାର ପୂର୍ବତନ ଓପନର ୧୪୭ ଇନିଂସରେ ୭ ହଜାର ରନ୍‌ ପୂରଣ କରିଥିଲେ। ସେହିଭଳି ସଚିନଙ୍କୁ ୧୬୦ ଇନିଂସ ଲାଗିଥିଲା। ତେବେ ରୋହିତ ଦେଶର ଚତୁର୍ଥ ଓପନର ଭାବେ ଦିନିକିଆ କ୍ରିକେଟରେ ୭ ହଜାର ରନ୍‌ ପୂରଣ କରିଛନ୍ତି। ଏଥିରେ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ବୀରେନ୍ଦ୍ର ସେହ୍ବାଗ ରହିଛନ୍ତି। ରୋହିତ ମାତ୍ର ୪ ରନ୍‌ର ବ୍ୟବଧାନରେ ଆଉ ଏକ ମାଇଲଷ୍ଟୋନରେ ପହଞ୍ଚି ପାରି ନାହାନ୍ତି। ତାଙ୍କୁ ଦିନିକିଆ କ୍ରିକେଟରେ ୯ ହଜାର ରନ୍‌ ପୂରଣ କରିବା ଲାଗି ୪ ରନ୍‌ ଦରକାର। ସୂଚନାଯୋଗ୍ୟ, ରୋହିତ ଜଣେ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଭାବେ କ୍ୟାରିୟରର ଆରମ୍ଭ କରିଥିଲେ। ୨୦୧୩ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରୋହିତଙ୍କୁ ଓପନିଂ କରିବାକୁ ପଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ସେନାଲ ଖେଳାଳିଙ୍କୁ ଲୁଟିଥିବା ଅପରାଧିଙ୍କୁ ୧୦ ବର୍ଷ ଜେଲ୍‌

ଲଣ୍ଡନ,୯।୧୧(ଏଏଫ୍‌ପି)- ହାତରେ ମାରଣା ଅସ୍ତ୍ର ଧରି ଆର୍ସେନାଲ ଫୁଟ୍‌ବଲ ଖେଳାଳି ମେସୁଟ ଓଜିଲ ଓ ସିଡ୍‌ କୋଲାସିନାକଙ୍କୁ ଲୁଟିଥିବା ଅପରାଧିଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ...

ଏଆଇଏଫ୍‌ଏଫ୍‌କୁ ଏଲିଟ୍‌ ୟୁଥ୍‌ ସ୍କିମ୍‌ ଫୁଲ୍‌ ମେମ୍ବରଶିପ୍‌ ଦେଲା ଏଏଫ୍‌ସି

ନୂଆଦିଲ୍ଲୀ,୪।୭(ପି.ଟି.): ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌)କୁ ଏଏଫ୍‌ସି ଏଲିଟ୍‌ ୟୁଥ୍‌ ସ୍କିମ୍‌ ଫୁଲ୍‌ମେମ୍ବରଶିପ୍‌...

ତ୍ୟାଗୀଙ୍କ ବାଉନ୍ସରରେ ପୁକୋଭସ୍କି ଆହତ: ଦ୍ୱିତୀୟ ଓ୍ବାର୍ମଅପ୍‌ ମ୍ୟାଚରୁ ଓହରିଲେ

ସିଡ୍‌ନୀ, ୯।୧୨(ପି.ଟି.)- ଭାରତ ବିପକ୍ଷରେ ଟେଷ୍ଟ ପଦାର୍ପଣ ପାଇଁ ହଟ୍‌ ଫେଭରାଇଟ୍‌ ଥିବା ଅଷ୍ଟ୍ରେଲିଆର ଓ୍ବିଲ୍‌ ପୁକୋଭସ୍କି କାର୍ତ୍ତିକ ତ୍ୟାଗୀଙ୍କ ବାଉନ୍ସରରେ ଆହତ ହୋଇଛନ୍ତି। ଭାରତ...

ମାତ୍ର ୩ ରନ୍‌ ଯୋଗୁ ୫୦ ବର୍ଷ ରେକର୍ଡ ଭାଙ୍ଗି ପାରି ନ ଥିଲେ ଏହି ଯୋଡ଼ି: ହେଲେ ଛିଡ଼ା ହୋଇ ତାଳି ମାରିଥିଲେ ଦର୍ଶକ

ନୂଆଦିଲ୍ଲୀ,୧୭।୧: ୧୫ ବର୍ଷ ପୂର୍ବେ ବିରେନ୍ଦ୍ର ସେହଓ୍ବାଗ୍‌- ରାହୁଲ ଦ୍ରାବିଡଙ୍କ ଯୋଡ଼ି ପାକିସ୍ତାନ ବିପକ୍ଷରେ ଜାନୁୟାରୀ ୧୭ରେ ଉଲ୍ଲେଖନୀୟ ଓପନିଂ ଭାଗିଦାରୀ କରିଥିଲେ। ଉଭୟଙ୍କ ଖେଳ...

ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ

ଭୁବନେଶ୍ୱର, ୨୬।୧ (କ୍ରୀଡ଼ା ପ୍ରତିନିଧି): ତିନିଥର ଚାମ୍ପିୟନ ନେଦରଲାଣ୍ଡ୍ସ ଚଳିତ ହକି ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। କଳିଙ୍ଗ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ...

ଆଇପିଏଲ୍‌ରେ ସବୁଠୁ ଅଧିକ ଟଙ୍କା ରୋଜଗାର କରନ୍ତି ଏହି ୫ କ୍ରିକେଟର୍‌

ଆଇପିଏଲକୁ ‘ଇଣ୍ଡିଆନ ପଇସା ଲିଗ’ ମଧ୍ୟ କୁହାଯାଏ। କାରଣ ଏହି ମେଗା ଟି -୨୦ ଲିଗରେ ଖେଳୁଥିବା ଖେଳାଳିମାନେ କୋଟିପତିଙ୍କଠାରୁ କମ ନୁହଁନ୍ତି। ଆସନ୍ତୁ ଦେଖିବା...

ଦୀର୍ଘଦିନ ପରେ ସ୍ତ୍ରୀ ସାନିଆଙ୍କୁ ଭେଟିଲେ ସୋଏବ

ନୂଆଦିଲ୍ଲୀ, ୯।୯: ପାକିସ୍ତାନ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ସୋଏବ ମଲିକ ତାଙ୍କ ସ୍ତ୍ରୀ ତଥା ଭାରତୀୟ ଟେନିସ ଖେଳାଳି ସାନିଆ ମିର୍ଜାଙ୍କୁ ଭେଟିବା ପାଇଁ...

ମେସିଙ୍କୁ କଦାପି ଭୋଟ ଦେଇ ନାହନ୍ତି ରୋନାଲ୍ଡୋ

ମାଡ୍ରିଡ୍‌,୨୭।୯: ଆର୍ଜେଣ୍ଟିନା ଷ୍ଟାର ଲିଓନେଲ ମେସି ଲିଭରପୁଲ ଡିଫେଣ୍ଡର ଭିର୍ଗିଲ ଭାନ ଡିଜିକ ଓ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ପଛରେ ପକାଇ ଶ୍ରେଷ୍ଠ ପୁରୁଷ ଫିଫା ଖେଳାଳି...

Advertisement
Archives

Model This Week