ଦୌଡ଼ରାଣୀ ଦୂତୀଙ୍କ ଖୁଦୁରୁକୁଣୀ ଓଷା:ଯୋଗଦେଲେ ଜିଲାପାଳ, ଏସ୍‌ପି, ବିଧାୟିକା, ସିନେତାରକା

ରସୁଲପୁର,୧୧।୯(ଡି.ଏନ୍‌.ଏ.)- ଯାଜପୁର ଜିଲା ରସୁଲପୁର ବ୍ଲକ ପ୍ରଥମାଖଣ୍ଡି ପଞ୍ଚାୟତ ଚକଗୋପାଳପୁର ଗ୍ରାମ ମଙ୍ଗଳବାର ସନ୍ଧ୍ୟାରେ ଲୋକାରଣ୍ୟ ହୋଇ ଉଠିଥିଲା। ଅନ୍ତର୍ଜାତୀୟ ଧାବିକା ଦୌଡ଼ରାଣୀ ଦୂତୀ ଚାନ୍ଦ ଗାଁକୁ ଫେରି ଅନ୍ୟ ଝିଅଙ୍କ ସହ ମିଶି ରବିବାର ଖୁଦୁରୁକୁଣୀ ଓଷା ପାଳନ କରିଥିଲେ। ଦୂତିଙ୍କ ସହ ଓଷା କରିବାକୁ ନେଇ ଗାଁର ଯୁବତୀମାନେ ବିଶେଷ ଉତ୍ସାହିତ ଥିଲେ ା ମଙ୍ଗଳବାର ଶେଷ ଦିନରେ ପ୍ରଶାସକ, ନେତା, ସେଲିବ୍ରିଟିଙ୍କ ଗହଣରେ ବ୍ରତଧାରୀମାନେ ଖୁସି ମନାଇ ଥିଲେ। ଦର୍ଶକମାନେ ବି ଖୁବ୍‌ ଭିଡ ଜମାଇଥିଲେ। ବେଶି ଭିଡ଼ ଜମିଥିଲା ସିନେତାରକାଙ୍କୁ ଦେଖିବାକୁ ନେଇ। ସେମାନଙ୍କ ସହ କରମର୍ଦ୍ଦନ ଓ ସେଲ୍‌ଫି ନେବାକୁ ଝିଅମାନଙ୍କ ମଧ୍ୟରେ ଏକପ୍ରକାର ଅଘୋଷିତ ପ୍ରତିଯୋଗିତା ଦେଖାଯାଇଥିଲା। ଅତିଥିଙ୍କ ଉପସ୍ଥିତିରେ ସାଂସ୍କୃତିକ ମଞ୍ଚରୁ ନାଚ, ଗୀତ, ଅନୁଭବ, ଅନୁଭୂତି, ଅନୁଶାସନ ଭରା ମତାମତରେ ଦର୍ଶକ ବିଭୋର ହୋଇଉଠିଥିଲେ। ସମସ୍ତେ ଦୂତୀଙ୍କ ପ୍ରସଂଶାରେ ଶତମୁଖ ହୋଇଉଠିଥିଲେ। ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ, ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା, ବରୀ ବିଧାୟିକା ସୁନନ୍ଦା ଦାସ, ସିନେତାରକା ସବ୍ୟସାଚୀ ମିଶ୍ର ପ୍ରମୁଖ ଯୋଗଦେଇ ଗାଁର ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଥିଲେ। ବିଭିନ୍ନ ପୂଜା ସ୍ଥାନ ବୁଲିବାପରେ ଅତିଥିମାନେ ମଞ୍ଚାସୀନ ହୋଇଥିଲେ। ଦୂତୀ ବାହିନୀପକ୍ଷରୁ ଅତିଥିମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଦୂତୀ ନିଜର ଅଧ୍ୟାବସାୟ, କଠିନ ପରିଶ୍ରମ ବଳରେ ସଫଳତାର ଶୀର୍ଷକୁ ଛୁଇଁଛନ୍ତି। ମାତ୍ର ସେ ଜଣେ ସାଧାରଣ ଝିଅ ଭଳି ଗାଁର ଯୁବତୀଙ୍କ ସହ ମିଶି ଖୁଦୁରୁକୁଣୀ ଓଷା ପାଳନ କରି ମହାନତାର ନିର୍ଦଶନ ଦେଇଛନ୍ତି ା ତାଙ୍କ ଯୋଗୁ ଗୋପାଳପୁର ଗାଁ ଆଜି ସମଗ୍ର ବିଶ୍ୱ ଦରବାରରେ ପରିଚିତ ହୋଇପାରିଛି ବୋଲି ମତ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବରୀ ବ୍ଲକରୁ ଆଉ ଜଣେ ନୂଆ କରୋନା ପଜିଟିଭ ଚିହ୍ନଟ

ବରୀ, ୧୬।୫(ସ୍ବ.ପ୍ର.): ଯାଜପୁର ଜିଲା ବରୀ ବ୍ଲକ ଅଞ୍ଚଳରେ ଦିନକୁ ଦିନ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ସକାଳୁ ପୁଣି ଜଣେ...

ପୌର ବଜେଟ ଫାଇଲ ଚୋରି ଭିଡିଓ ଭାଇରାଲ

ଯାଜପୁର ରୋଡ,୧୪ା୪(ଡି.ଏନ.ଏ.):ବ୍ୟାସନଗର ପୌରପାଳିକା ତରଫରୁ ଗତ ବୁଧବାର ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନ କରାଯାଇଛି। ଏହି ବଜେଟରେ କୌଣସି ବିଷୟରେ ତାଳମେଳ ରହୁ...

ଦୈତାରୀରୁ ୫୦% ଖଣି ଉତ୍ତୋଳନ ପ୍ରତ୍ୟାହାର

ଯାଜପୁର ଅଫିସ,୧୯।୩ : ଯାଜପୁର ଜିଲା ସୁକିନ୍ଦା ବ୍ଲକ ଏବଂ ମହାଗିରୀ ପର୍ବତମାଳା ଚତୁଃପାର୍ଶ୍ୱରେ ପ୍ରଚୂର ପରିମାଣର ଖଣିଜ ସମ୍ପଦ ଭରି ରହିଥିବାରୁ ଏହାକୁ ଓଡ଼ିଶାର...

ଗୀତ ଗାଇ ସଚେତନ କଲେ ଥାନାଧିକାରୀ

ବିଞ୍ଝାରପୁର,୧୫ା୪(ଡି.ଏନ.ଏ): କରୋନା ମହାମାରୀ ଏବେ ସମଗ୍ର ବିଶ୍ୱରେ ତାଣ୍ଡବ ରଚିବାରେ ଲାଗିଛି। ଏହାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧକମୂଳକ...

ଋଣ ବୋଝ ନେଲା ଚାଷୀଙ୍କ ଜୀବନ

ବରୀ,୯ା୯(ଡି.ଏନ.ଏ.): ସରକାର ଚାଷୀଙ୍କ ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି। ଏ ସବୁ ସତ୍ତ୍ୱେ ଚାଷୀ ଅବହେଳାର ଶିକାର ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ...

ନକଲି ଜର୍ଦ୍ଦା କାରଖାନା ଠାବ: ୩ ଅଟକ

ଛତିଆ,୨ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ନେଳିଆ ପଞ୍ଚାୟତର ବିଦ୍ୟାଧରପୁର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସତନ୍ତ୍ର ସ୍କ୍ବାଡ ପୋଲିସ ଏକାଧିକ ସ୍ଥାନରେ ଚଢ଼ାଉ...

ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡ଼ିଲା

ଯାଜପୁର ଅଫିସ,୩୧ା୫: ଯାଜପୁର ଜିଲା ପାଣିକୋଇଲି ଥାନା ଅଧୀନ ବ୍ରଜନଗର ପାଖରେ ୧୬ ନମ୍ବର ଜାତୀୟ ରାଜପଥରେ ନିର୍ମାଣାଧୀନ ବ୍ରିଜ୍‌ ସୋମବାର ଭୁଶୁଡ଼ିପଡ଼ିଛି। ପାଣିକୋଇଲିଠାରୁ ୬...

ଗୋଟିଏ ସୂଚନା ଫଳକରେ ୨ ପ୍ରକଳ୍ପର ନାମ

ବରୀ,୪।୪(ଡି.ଏନ.ଏ.): ଯାଜପୁର ଜିଲା ବରୀ ବ୍ଲକ୍‌ରେ ବିଭିନ୍ନ ଉନ୍ନୟନ ମୂଳକ କାମରେ ଅନିୟମିତତା ହେବା ନୂଆ କଥା ନୁହେଁ। କେତେବେଳେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ...

Advertisement
Archives

Model This Week