ଦୋକାନ ସମ୍ମୁଖରେ ମଦ କଳାବଜାର

ଅନୁଗୋଳ ଅଫିସ, ୨୬।୫

ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ ହେଁ ଅନୁଗୋଳରେ ତାହାର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ସହରର ଜଣେ ମଦ ବ୍ୟବସାୟୀ ଅନ୍‌ଲାଇନ୍‌ରେ ମଦ ବିକିବା ପରିବର୍ତ୍ତେ ସିଧାସଳଖ ଟୋକନ କାଟି ଦୋକାନରୁ ଲୋକଙ୍କୁ ମଦ ବିକିବା ଚର୍ଚ୍ଚାର ବିଷୟ ହୋଇଛି। ଏପରି କି ଉକ୍ତ ଦୋକାନରୁ ସରକାରୀ ଦରରେ ମଦ କିଣି କେତେଜଣ ଦଲାଲ ସେଠାରେ କଳାବଜାର କରିଥିବା ଆଲୋଚନା ହେଉଛି। ତେବେ ଏପରି ବେଆଇନ କାର୍ଯ୍ୟ ସତ୍ତ୍ୱେ ପ୍ରଶାସନ କି ପୋଲିସ ସେଠାରେ ନ ପହଞ୍ଚିବା ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି।
ଅଭିଯୋଗରୁ ପ୍ରକାଶ ଯେ, ମଦ ଦୋକାନ ଗୁଡ଼ିକ ଖୋଲାଯାଇ ଅନ୍‌ଲାଇନ୍‌ରେ ବିକ୍ରି କରିବାକୁ ସରକାରଙ୍କ ନିର୍ଦ୍ଦେଶ ଥିଲା। କେହି ବି କାଉଣ୍ଟରରେ ସିଧାସଳଖ ଗ୍ରାହକଙ୍କୁ ମଦ ନ ଦେବାକୁ କୁହାଯାଇଥିଲା। ଅନୁଗୋଳ ଗାନ୍ଧୀମାର୍ଗ ଓ ତାଳଚେରରେ ଥିବା ମଦ ଦୋକାନ ଖୋଲିବାକୁ ଜଣେ ବ୍ୟବସାୟୀଙ୍କୁ ଅନୁମତି ମିଳିଥିଲା। ଅବକାରୀ ବିଭାଗର ଅଧିକାରୀମାନେ ଉକ୍ତ ଦୋକାନରେ ଥିବା ମଦର ପରିମାଣ ଓ ଷ୍ଟକ୍‌ ରେଜିଷ୍ଟର ମଧ୍ୟ ଯାଞ୍ଚ କରିଥିଲେ। ପରେ କୋଭିଡ୍‌ ଚାର୍ଜ ଅଲଗା ଲଗାଇ ହୋମ୍‌ ଡେଲିଭରି ପାଇଁ ଅନୁମତି ଦେଇଥିଲେ। ଏଥିପାଇଁ ଦୋକାନ ଆଗରେ ଫୋନ୍‌ ନମ୍ବର ଲଗାଯାଇଥିଲା। କିନ୍ତୁ ଉକ୍ତ ନିର୍ଦ୍ଦେଶର ଅବମାନନା କରାଯାଇ ଶର୍ଟର ଟେକି ଦୋକାନ ମ୍ୟାନେଜର ସିଧାସଳଖ ଗ୍ରାହକଙ୍କୁ ମଦ ବିକ୍ରି ଆରମ୍ଭ କରିଥିଲେ। ଏହି ସମୟରେ କେତେଜଣ ଦଲାଲ ୯୫୦ ଟଙ୍କାରେ ମଦ କିଣି ୧୨ଶହ ଟଙ୍କାରେ ତାହାକୁ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। କିଛି ସମୟ ମଧ୍ୟରେ ସାମାଜିକ ଦୂରତା ନ ରଖି ଶହ ଶହ ଲୋକ ମଦ ବୋହି ନେଇଥିଲେ। ଘଟଣା ସମ୍ପର୍କରେ ଅବକାରୀ ଏସ୍‌ପି କ୍ରିଷ୍ଣା ନାୟକ କହିଛନ୍ତି, ସରକାର ରଖିଥିବା ସର୍ତ୍ତରେ ବ୍ୟବସାୟୀ ଜଣଙ୍କ ରାଜି ହେବାରୁ ତାଙ୍କୁ ଅନୁମତି ପ୍ରଦାନ କରାଯାଇଥିଲା। ଦୋକାନ ଆଗରେ ପୋଲିସ ମୁତୟନ କରିବାକୁ ଅନୁଗୋଳ ଏସ୍‌ପିଙ୍କୁ ଅବଗତ କରାଯାଇଥିଲା। ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି, କେଉଁ ଜାଗାରେ ମଦ ଦୋକାନ ଖୋଲିଛି ଆମ ନିକଟରେ ସୂଚନା ନାହିଁ। ତଥାପି ଘଟଣାର ଅନୁଧ୍ୟାନ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ଉପରେ ଚଢିଗଲା ଟ୍ରକ: ୩ ଘଟଣାସ୍ଥଳରେ ମୃତ, ୯ ଗୁରୁତର ଆହତ

ରାଇଘର,୨୧/୪: ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଟୋ ଓ ଟ୍ରକ ମୁହମୁହି ଧକ୍କା ହେବା ଫଳରେ...

ଭାଇରାଲ ନିଶା ପଡ଼ିଲା ମହଙ୍ଗା, ବନ୍ୟଜନ୍ତୁ ଭିଡିଓ ପୋଷ୍ଟ କରୁଥିବା ୟୁଟ୍ୟୁବର୍ସଙ୍କ ସମ୍ପତ୍ତି ଖୋଳତାଡ଼ କରିବ ଇଡି

ଭୁବନେଶ୍ୱର,୨୧।୪: ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ୨୦୦୨ ଉଲଂଘନ କରି ସୋସିଆଲ ମିଡିଆରେ ବନ୍ୟଜନ୍ତୁ ପ୍ରାଣୀ ଭିଡିଓ ପୋଷ୍ଟ କରିଥିବା ଅଭିଯୋଗରେ କିଛି...

Featured Video Play Icon

‘ଆମେ ଅନ୍ୟ ଦଳ ପାଇଁ କାମ କରୁଥିଲୁ, ହେଲେ ନବୀନଙ୍କୁ ଭଲ ପାଉଥିଲୁ’

ଭୁବନେଶ୍ବର ୨୧।୪: ଭୁବନେଶ୍ବର (ଉତ୍ତର) ନିର୍ବାଚନ ମଣ୍ଡଳୀର ବିଭିନ୍ନ ଓ୍ବାର୍ଡର ଭାଜପା ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ରବିବାର ଅନୁଷ୍ଠିତ...

ନବୀନ ନିବାସରେ ବର୍ଷା

ଭୁବନେଶ୍ୱର,୨୧।୪: ନବୀନ ନିବାସରେ ପହଞ୍ଚିିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଟିକେଟ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ପାଇଁ ରବିବାର ବର୍ଷା...

ଇସ୍ତଫା ଦେଲେ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୧।୪: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରି ଟିକେଟ କାଟିବା ଦେବା ପରେ...

ଜିଲ୍ଲା ପରିଷଦଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯ କୋଟି ଟଙ୍କା ଗାଏବ

ମୟୁରଭଞ୍ଜ,୨୧।୪: ମୟୂରଭଞ୍ଜ ଜିଲାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଜିଲା ପରିଷଦ ଆକାଉଣ୍ଟରୁ ୯ କୋଟିରୁ ଅଧିକ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି।...

୨୫ରେ ଓଡ଼ିଶା ଆସିବେ ଶାହା

ଭୁବନେଶ୍ୱର,୨୧ା୪: ଆସନ୍ତା ୨୫ ତାରିଖରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବେ। ଏନେଇ ସୂଚନା ଦେଇଛନ୍ତି ଭାଜପାର ଉପସଭାପତି ଗୋଲକ ମହାପାତ୍ର। ୨୫...

ଏପ୍ରିଲ ୨୫ରୁ ରାଜ୍ୟରେ ଖରାଛୁଟି

ଭୁବନେଶ୍ୱର,୨୧ା୪: ଆସନ୍ତା ୨୫ ତାରିଖରୁ ରାଜ୍ୟରେ ଖରାଛୁଟି କରାଯିବ। ଏନେଇ ରାଜ୍ୟ ସରକାର ରବିବାର ଘୋଷଣା କରିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri