ଦେଶୀ ଲୁକ୍‌ରେ ନୋବେଲ ପୁରସ୍କାର ଗ୍ରହଣ କଲେ ଅଭିଜିତ୍‌ ବାନାର୍ଜୀ

ଷ୍ଟକହୋମ, ୧୧।୧୨: ସମ୍ପୂର୍ଣ୍ଣ ଭାରତୀୟ ଲୁକ୍‌ରେ ନୋବେଲ ପୁରସ୍କାର ଗ୍ରହଣ କରିଛନ୍ତି ଭାରତୀୟ ମୂଳର ପ୍ରଫେସର ଅଭିଜିତ୍‌ ବାନାର୍ଜୀ। ସେ ଧୋତି ପିନ୍ଧିଥିବାବେଳେ ତାଙ୍କ ସ୍ତ୍ରୀ ଇସ୍ତର୍‌ ଡୁଫ୍ଲୋ ମଧ୍ୟ ଶାଢି ପିନ୍ଧିଥିବାର ନଜର ଆସିଥିଲେ। ସ୍ବିଡେନର ଷ୍ଟକ୍‌ହୋମ କନସର୍ଟ ହଲରେ ଏହି ପୁରସ୍କାର ସମାରୋହ ଆୟୋଜନ କରାଯାଇଥିଲା। ସୂଚନାଯୋଗ୍ୟ, ଚଳିତ ଥର ୩ ଜଣଙ୍କୁ ସଂଯୁକ୍ତ ଭାବେ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଥିଲା। ଅଭିଜିତ୍‌ବାନାର୍ଜୀ(୫୭)ଙ୍କ ସହ ଏହି ନୋବେଲ ପାଇବାକୁ ଥିବା ଅନ୍ୟ ୨ଜଣ ହେଲେ ଅର୍ଥନୀତିଜ୍ଞ ଅଭିଜିତ୍‌ଙ୍କର ସ୍ତ୍ରୀ ଇସ୍ତର ଡୁଫ୍ଲୋ(୪୭) ଏବଂ ହାବାର୍ଡ ବିଶ୍ୱବିଦ୍ୟାଳୟର ଅର୍ଥନୀତି ପ୍ରଫେସର ମାଇକେଲ କ୍ରେମର (୫୪) ଅଟନ୍ତି । ବିଶ୍ୱରୁ ଦାରିଦ୍ର୍ୟ ହ୍ରାସ କରିବା ଦିଗରେ କାର୍ଯ୍ୟ ପାଇଁ ଅଭିଜିତ୍‌, ଇସ୍ତର ଏବଂ ମାଇକେଲଙ୍କୁ ଅର୍ଥନୀତିରେ ସର୍ବୋଚ୍ଚ ପୁରସ୍କାର ମିଳିଛି। ଇସ୍ତର ଫ୍ରାନ୍ସର ମୂଳ ବାସିନ୍ଦା ଥିବାବେଳେ ସେ ଏବେ ମାସାଚୁସେଟସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ପ୍ରଫେସର ଅଛନ୍ତି। ଅପରପକ୍ଷରେ କ୍ରେମର ଆମେରିକୀୟ ଅର୍ଥନୀତିଜ୍ଞ ହୋଇଥିବାବେଳେ ସେ ଆମେରିକାନ ଏକାଡେମୀ ଅଫ ଆର୍ଟ ଆଣ୍ଡ୍‌ ସାଇନ୍ସ ସହ ଜଡିତ ଅଛନ୍ତି। ଏଥିସହିତ ଦୀର୍ଘ ୨୧ ବର୍ଷ ପରେ ଅଭିଜିତ୍‌ ବାନାର୍ଜୀଙ୍କ ରୂପରେ କୌଣସି ଭାରତୀୟ ବଂଶୋଦ୍ଭବଙ୍କୁ ନୋବେଲ ଅର୍ଥନୀତି ପୁରସ୍କାର ମିଳିଛି। ଅଭିଜିତ୍‌ଙ୍କ ପୂର୍ବରୁ ୧୯୯୮ ମସିହାରେ ହାବାର୍ଡ ବିଶ୍ୱବିଦ୍ୟାଳୟର ଅର୍ଥନୀତି ପ୍ରଫେସର ଅମର୍ତ୍ତ୍ୟ ସେନଙ୍କୁ ଅର୍ଥନୀତିରେ ନୋବେଲ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ସେନାଙ୍କୁ ମିଳିଲା ଏସ୍‌ଆଇଜି-୭୧୬ ରାଇଫଲ: ଲକ୍ଷ୍ୟଭେଦ କ୍ଷମତା ୫୦୦ ମିଟର

ନୂଆଦିଲ୍ଲୀ,୧୫।୩: ବହୁ ପ୍ରତୀକ୍ଷା ପରେ ଭାରତୀୟ ସେନାକୁ ଏସ୍‌ଆଇଜି-୭୧୬ ରାଇଫଲ ମିଳିଛି। ଏନେଇ ଏକ ବର୍ଷ ପୂର୍ବରୁ ଆମେରିକା କମ୍ପାନୀ ସିଗସୌର ସହିତ ୭୦୦ କୋଟି...

ସିପିଆଇ ଅଫିସରୁ ଏସି ନେଇଗଲେ କହ୍ନେୟା

ନୂଆଦିଲ୍ଲୀ,୨୮।୯: କଂଗ୍ରେସର ଯୋଗ ଦେବାର କିଛି ଘଣ୍ଟା ପୂର୍ବରୁ କହ୍ନେୟା କୁମାର ପାଟନାସ୍ଥିତ ସିପିଆଇ ଅଫିସରୁ ଏସି ଖୋଳି ନେଇ ଯାଇଛନ୍ତି। ସିପିଆଇର ରାଜ୍ୟ କାର୍ଯ୍ୟାଳୟରେ...

୨୦ ବର୍ଷର ଲୋକସେବା: ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୭।୧୦: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଲୋକସେବାକୁ ୨୦ ବର୍ଷ ପୂରଣ ହୋଇଛି। ଇତିମଧ୍ୟରେ ସେ ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।...

କରୋନା ଭୟରେ ୧୫ ମାସ ହେଲା ଘରେ ବନ୍ଦୀ

ନୂଆଦିଲ୍ଲୀ,୨୩।୭: କରୋନା ସଂକ୍ରମଣ ଭୟରେ ଆନ୍ଧ୍ରପ୍ରଦେଶର କଡାଲି ଗ୍ରାମରେ ଗୋଟିଏ ପରିବାର ୧୫ ମାସ ହେଲା ଏକ ଟେଣ୍ଟ ହାଉସ୍‌ରେ ବନ୍ଦୀ ଜୀବନ ବିତାଉଥିଲା। ବୁଧବାର...

ଲୋକତନ୍ତ୍ର ଭାରତର ସଂସ୍କାର:ମୋଦି

ନୂଆଦିଲ୍ଲୀ,୧୦।୧୨: ଲୋକତନ୍ତ୍ର ଭାରତର ସଂସ୍କାର। ଏହା କେବେ ଶେଷ ହେବ ନାହିଁ। ସବୁବେଳେ ଏହା ଜାରି ରହିବ। ନୂଆ ସଂସଦ ଭବନର ଶିଳାନ୍ୟାସ କରି ଗୁରୁବାର...

ପାଖରେ ଥିଲା ମାତ୍ର ୩ ଟଙ୍କା, ୪୦ ହଜାର ଟଙ୍କା ଥିବା ବ୍ୟାଗ୍‌ ପାଇ କ’ଣ କଲେ ଏହି ବ୍ୟକ୍ତି ଜାଣନ୍ତୁ

ପୁଣେ,୪।୧୧: ଆଜି ବି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ନିଜ ସଚ୍ଚୋଟପଣିଆ ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିଛନ୍ତି। ସେମିତି ଏକ ସଚ୍ଚୋଟ ହୃହୟର...

ପ୍ରାର୍ଥୀଙ୍କୁ ବ୍ୟାନ୍‌ କଲେ ଫାଇନ୍‌

ଫେସ୍‌ବୁକ୍‌, ଟୁଇଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ରାଜନୈତିକ ପ୍ରାର୍ଥୀଙ୍କୁ ବ୍ୟାନ୍‌ କଲେ ଏହାକୁ ବେଆଇନ ମାନିବା ସହ ସମ୍ପୃକ୍ତ କମ୍ପାନୀକୁ ଜରିମାନା ଦେବାକୁ ପଡ଼ିବ...

ଶହୀଦ ଭଗତ ସିଂଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୨୩।୩: ଶହୀଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ବିପ୍ଳବୀ ଭାଗବତ ସିଂ, ସୁଖଦେବ ଏବଂ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି...

Advertisement
Archives

Model This Week