ଦେଶର ୧୬୦୦ ସହରରେ ଜିଓ ବ୍ରଡବ୍ୟାଣ୍ଡ ସେବା

ନୂଆଦିଲ୍ଲୀ, ୬-୯: ଡାଟା ସେବା ପ୍ରଦାନ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ବହୁ ପ୍ରତିକ୍ଷିତ ବ୍ରଡବ୍ୟାଣ୍ଡ ସେବା ଗୁରୁବାର ଆରମ୍ଭ ହୋଇଛି। ସାରା ଦେଶର ୧୬୦୦ ସହରରେ ଏହି ସେବାକୁ କମ୍ପାନୀ ଉନ୍ମୋଚନ କରିଛି। କମ୍ପାନୀ ପ୍ରାଥମିକ ପର୍ଯ୍ୟାୟରେ ସେକେଣ୍ଡ ପ୍ରତି ଅନ୍ୟୁନ ୧୦୦ ମେଗା ବିଟ୍‌ ସ୍ପିଡରେ ସେବା ଦେବ। ୬୯୯ ଟଙ୍କା ଆରମ୍ଭ ମୂଲ୍ୟରୁ ପ୍ଲାନ ଆରମ୍ଭ ହେଉଛି। ଏହାବାଦ ଗ୍ରାହକଙ୍କୁ ହାଇଡେଫିନିଶନ ସେଟଅପ୍‌ ବକ୍ସ, ରାଉଟର ଫ୍ରି ଭଏଓ କଲିଂ ସାରା ଦେଶର ଯେକୌଣସି ସ୍ଥାନକୁ ଯୋଗାଇ ଦିଆଯିବ। ଏହାବାଦ ଟେଲିଭିଜନ ଭିତ୍ତିକ ଭିଡିଓକଲିଂ, କନଫରେନ୍ସି ସେବା, ଜିରୋ ଲାଟେନ୍ସି ଗେମିଂ, ୫ଟି ଡିଭାଇସ ପର୍ଯ୍ୟନ୍ତ ଡିଭାଇସ ସିକ୍ୟୁରିଟି ପ୍ରଦାନ କରାଯିବ। ସେବା ନେବା ଲାଗି ବିଭିନ୍ନ ପ୍ଲାନର ମୂଲ୍ୟ ୬୯୯ ଟଙ୍କାରୁ ୮, ୪୯୯ ଟଙ୍କା ପର୍ଯ୍ୟନ୍ତ ରହିଛି। ବ୍ରଡବ୍ୟାଣ୍ଡ ପ୍ଲାନପାଇଁ ବାର୍ଷିକ ସବସ୍କ୍ରିପଶନ ନେଉଥିବା ଗ୍ରାହକଙ୍କୁ ଏକ କମ୍ପ୍ଲିମେଣ୍ଟାରୀ ଟିଭି ସେଟ୍‌ ପ୍ରଦାନ କରାଯାଉଛି। ପ୍ଲାନର ଅବଧି ୧୨୯୯ ଟଙ୍କାରୁ ୮୪୯୯ ଟଙ୍କା ରହିଛି।
ବର୍ତ୍ତମାନ ସାରା ଦେଶରେ ବ୍ରଡବ୍ୟାଣ୍ଡର ହାରାହାରି ସ୍ପିଡ ୨୫ ଏମ୍‌ବିପିଏସ୍‌ ରହିଛି। ଆମେରିକା ଭଳି ଦେଶରେ ଏହା ୯୦ ଏମ୍‌ବିପିଏସ୍‌। ଦେଶର ପ୍ରଥମ ୧୦୦% ଅଲ୍‌ ଫାଇବର ବ୍ରାଣ୍ଡବ୍ୟାଣ୍ଡ ସର୍ଭିସ ଭାବେ ଜିଓ ୧୦୦ ଏମ୍‌ବିପିଏସ୍‌ରୁ ଆରମ୍ଭ କରି ୧ ଜିବିପିଏସ୍‌ ଯାଏ ସେବା ପ୍ରଦାନ କରିବ। ଏହା ଦ୍ୱାରା ଭାରତ ବିଶ୍ୱର ଶୀର୍ଷ ୫ ଦେଶ ମଧ୍ୟରେ ସ୍ଥାନୀତ ହୋଇ ପାରିବ ବୋଲି ଜିଓ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି।
ଗ୍ରାହକ ଜିଓ ଫାଇବରର ୬୯୯ ପ୍ଲାନ ସବସ୍କ୍ରାଇବ କଲେ ୩ ମାସର ଜିଓ ସିନେମା ଏବଂ ଜିଓ ସାଭନ ବ୍ୟବହାର ସୁବିଧା ପାଇପାରିବେ। ସେହିଭଳି ଯେଉଁମାନେ ୮୪୯ ଟଙ୍କାର ପ୍ଲାନ ଚୟନ କରୁଛନ୍ତି ୩ ମାସର ଭିଡ଼ିଓ ଏଣ୍ଟରଟେନମେଣ୍ଟ ଆପ୍‌ ବ୍ୟବହାରର ସୁବିଧା ପାଇପାରିବେ। ଅଧିକ ମୂଲ୍ୟର ପ୍ଲାନ ଉପରେ ଭିଡ଼ିଓ ଏଣ୍ଟରଟେନମେଣ୍ଟ ଆପ୍‌ର ଗୋଟିଏ ବର୍ଷର ସବସ୍କ୍ରିପଶନ ଲାଭ କରିବାର ସୁବିଧା ମିଳିବ। ଏହାବାଦ ଗେମିଂ, ଡିଭାଇସ ସିକ୍ୟୁରିଟି, ହୋମ ନେଟଓ୍ବାର୍କିଂ, ଭର୍ଚୁଆଲ ରିୟଲିଟି ଏକ୍ସପେରିଏନ୍ସ, ଭିଡ଼ିଓ କଣ୍ଟେଣ୍ଟ ସର୍ଭିସ, ଟିଭି ଭିଡ଼ିଓ କଲିଂ ଏବଂ କନଫରେନ୍ସି ଲାଗି ଗ୍ରାହକ କମ୍ପାଟିବୁଲ ଡିଭାଇସ କ୍ରୟ କରିବାକୁ ପଡିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଏକ ବିପ୍ଲବାତ୍ମକ ନୂଆ ଯାତ୍ରର ଆରମ୍ଭ
ଜିଓ ଫାଇବର ଏକ ବିପ୍ଲବାତ୍ମକ ନୂତନ ଯାତ୍ରାର ଶୁଭାରମ୍ଭ। ଜିଓ ଫାଇବରକୁ ପରବର୍ତ୍ତୀ ସ୍ତରକୁ ନେବା ସହ ଗ୍ରାହକଙ୍କୁ ଅତୁଳନୀୟ ସେବା ଯୋଗାଣ ଦିଗରେ ଉଦ୍ୟମ ଜାରି ରହିଛି। ଏହି ଅବସରରେ ୫ ଲକ୍ଷ ଜିଓ ଫାଇବର ପ୍ରିଭ୍ୟୁ ୟୁଜରଙ୍କୁ ଧନ୍ୟବାଦ ପ୍ରଦାନ କରୁଛି। ପ୍ରଡକ୍ଟ ଏବଂ ସେବା ଅଭିଜ୍ଞତାକୁ ଆଉ ଗୋଟିଏ ସ୍ତରକୁ ନେବାରେ ଏମାନଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ।
-ଆକାଶ ଅମ୍ବାନୀ, ରିଲାଏନ୍ସ ଜିଓ ଇନ୍‌ଫୋକମ ନିର୍ଦ୍ଦେଶକ
ଓଡ଼ିଶାର ୪ ସହରରେ ସେବା
ଭୁବନେଶ୍ୱର,୫-୯(ବ୍ୟୁରୋ): କମ୍ପାନୀ ବର୍ତ୍ତମାନ ରାଜ୍ୟର ୪ ସହରର କିଛି ନିର୍ଦ୍ଧିଷ୍ଟ ସ୍ଥାନରେ ଏହି ସେବା ଯୋଗାଇ ଦେବ। ଏହି ସହରଗୁଡିକ ମଧ୍ୟରେ ଭୁବନେଶ୍ୱର, କଟକ, ରାଉରକେଲା ଏବଂ ସମ୍ବଲପୁର ରହିଛି। ଏହି ସହରଗୁଡିକରେ କମ୍ପାନୀ ପରୀକ୍ଷା ମୂଳକ ଭାବେ ଏହି ସେବା ଯୋଗାଇ ଦେଉଥିଲା। ନୂଆ ସେବା ନେବାକୁ ଚାହୁଁଥିବା ଗ୍ରାହକ ସେବା ସବସ୍କ୍ରିପଶନ ନେଇ ପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି ପ୍ରିଭ୍ୟୁ ଅଫର ନେଇଥିବା ଗ୍ରାହକ ଅଫରକୁ ଅପଗ୍ରେଡ କରିପାରିବେ। ପ୍ରାଥମିକ ପର୍ଯ୍ୟାୟରେ ଏହି ସେବାକୁ ଉକ୍ତ ସହରଗୁଡିକର ସବୁ ସ୍ଥାନକୁ ସମ୍ପ୍ରସାରଣ କରିବାକୁ କମ୍ପାନୀ ଯୋଜନା ରଖିଛି। ଭୁବନେଶ୍ୱରର ମୈତ୍ରୀ ବିହାର, ଜୟଦେବ ବିହାର, ଆଇଆରସି ଭିଲେଜ, ଓୟୁଏଟି- ସୂର୍ଯ୍ୟନଗର,ୟୁନିଟ-୬ ସରକାରୀ କ୍ୱାର୍ଟସରେ ଏହା ପରିକ୍ଷା ମୂଳକ ଭାବେ ପ୍ରଦାନ କରାଯାଉଛି। ସେହିଭଳି ରାଉରକେଲାର ବାସନ୍ତି କଲୋନୀ, ଛେଣ୍ଡ, ଜଗଦା, ସିଭିଲ ଟାଉନସିପ, କୋଏଲ ନଗର ଭଳି ସ୍ଥାନ ଏହା ମଧ୍ୟରେ ସାମିଲ ରହିଛି। ଏହାବାଦ ସମ୍ବଲପୁରର ବୁଢାରଜା, ଧନୁପାଲି, କଟକର ସେକ୍ଟର ୬ ଏବଂ ଜୋବ୍ରା ଭଳି ସ୍ଥାନରେ ଲୋକମାନେ ଏହାର ପରୀକ୍ଷା ମୂଳକ ଅଭିଜ୍ଞତା ନେଇଛନ୍ତି। ଧିରେ ଧିରେ ସେବାକୁ ରାଜ୍ୟର ଅନ୍ୟ ସହରରେ ଆରମ୍ଭ କରାଯିବ ବୋଲି ମିଳିଥିବା ସୂଚନାରୁ ଜଣା ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଳ୍ପ ଜଗତ ଚାହୁଁଛି ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ

ନୂଆଦିଲ୍ଲୀ,୯-୮: ଦେଶରେ ଅର୍ଥନୀତିରେ ମାନ୍ଦାବସ୍ଥା ଯୋଗୁ ବିଭିନ୍ନ ଶିଳ୍ପ କ୍ଷେତ୍ର ପ୍ରଭାବିତ ହୋଇଛି। ନିବେଶ ଧାରାକୁ ପ୍ରୋତ୍ସାହିତ କରିଲେ ଏହା ଔଦ୍ୟୋଗିକ ଅଭିବୃଦ୍ଧି ସହ ଅର୍ଥନୈତିକ...

୯.୫ ଲକ୍ଷ କୋଟି ବଜାର ପୁଞ୍ଜୀକରଣ ହାସଲ କଲା ରିଲାଏନ୍ସ

ନୂଆଦିଲ୍ଲୀ,୨୦-୧୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌) ଦେଶର ପ୍ରଥମ କମ୍ପାନୀ ହିସାବରେ ୯.୫୦ ଲକ୍ଷ କୋଟି ଟଙ୍କାର ବଜାର ପୁଞ୍ଜୀକରଣ ହାସଲ କରିବାକୁ ସକ୍ଷମ ହୋଇଛି। କମ୍ପାନୀର...

ଦେବାଳିଆ ସଂସ୍ଥାଙ୍କଠୁ ଆଦାୟ ଦେବ ଏଜିଆର୍‌ ଦେୟ

ନୂଆଦିଲ୍ଲୀ,୧୧।୮: ଦେବାଳିଆ ସ୍ଥିତିକୁ ଚାଲିଯାଇଥିବା ଟେଲିକମ୍‌ କମ୍ପାନୀଗୁଡିକ ଉପରେ ରହିଥିବା ଆଡଜଷ୍ଟେଡ୍‌ ଗ୍ରସ୍‌ ରେଭେନ୍ୟୁ(ଏଜିଆର୍‌)ର ବକେୟା ଅର୍ଥ ଆଦାୟ କରାଯିବ। ଏହି ଅର୍ଥକୁ ଆଦାୟ କରିବା...

ସାଧାରଣ ବଜେଟ-୨୦୨୧: ନଜରରେ ୫ ପ୍ରମୁଖ କ୍ଷେତ୍ର

ନୂଆଦିଲ୍ଲୀ,୧ା୨: ବଜେଟ ୨୦୨୧ ଅର୍ଥ ବ୍ୟବସ୍ଥା ଲାଗି ଅନେକ ଗୁରୁତ୍ୱ ବହନ କରେ। ପୂର୍ବର ବଜେଟଗୁଡ଼ିକ ତୁଳନାରେ ୨୦୨୧-୨୨ ଆର୍ଥତ୍କ ବର୍ଷର ବଜେଟ ଭିନ୍ନ ହେବ...

କଲ୍ୟାଣ ଜୁଏଲର୍ସ ପକ୍ଷରୁ ନୂଆ ଅଭିଯାନ

ଭୁବନେଶ୍ୱର, ୧୮-୪: କଲ୍ୟାଣ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ମାଗଣା ଗୋଲ୍ଡ କଏନ ଭାବେ ଶୋ’ରୁମ ପକ୍ଷରୁ ୩୦୦ କିଲୋ ପର୍ଯ୍ୟନ୍ତ ସୁନା...

ମୋରାଟୋରିୟମ ୨ ବର୍ଷ ଯାଏ ବଢିପାରିବ; ସୁପ୍ରିମକୋର୍ଟରେ ପକ୍ଷ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨।୯: କରୋନା ପାଇଁ ଋଣ କିସ୍ତି ପଇଠ କରିବାରେ ସମସ୍ୟା ଉପୁଜୁଛି। ବଜାର ବର୍ତ୍ତମାନ ପ୍ରଭାବିତ ହୋଇ ରହିଥିବା ବେଳେ ଶୀଘ୍ର ସ୍ଥିତି ଟ୍ରାକ୍‌କୁ ଫେରିବା...

ବୃଦ୍ଧି ପାଉଛି ଅଶୋଧିତ ତୈଳ ଆମଦାନୀ

ନୂଆଦିଲ୍ଲୀ, ୨୨ା୫: ବିଶ୍ୱର ତୃତୀୟ ସର୍ବାଧିକ ଅଶୋଧିତ ତୈଳ ଆମଦାନୀ କରୁଥିବା ଭାରତ ଏପ୍ରିଲରେ ଗତ ସାଢେ ୩ ବର୍ଷ ମଧ୍ୟରେ ସର୍ବାଧିକ ତୈଳ ଗ୍ରହଣ କରିଛି।...

ଆର୍‌କମ୍‌ ରିଜଲ୍ୟୁଶନ ଯୋଜନାକୁ ମଞ୍ଜୁରୀ

ନୂଆଦିଲ୍ଲୀ,୫-୩: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ କମ୍ୟୁନିକେଶନ(ଆର୍‌କମ୍‌)ର ଦେବାଳିଆ ସମାଧାନ ଯୋଜନାକୁ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ପ୍ରକ୍ରିୟା...

Advertisement
Archives

Model This Week