Posted inଜାତୀୟ

ଦେଶକୁ ନୁହେଁ, ଆଇନକୁ ବିରୋଧ

ନୂଆଦିଲ୍ଲୀ,୧୯।୧୨(ପି.ଟି.): ବିବାଦୀୟ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧୀ ବିକ୍ଷୋଭ ଥମିବାର ନଁା ନେଉନାହିଁ। ଦିଲ୍ଲୀ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ (ଜେଏମ୍‌ଆଇୟୁ) ଛାତ୍ରୀଛାତ୍ର ବୁଧବାର କ୍ୟାମ୍ପସ୍‌ର ଗେଟ୍‌ ନମ୍ବର ୭ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ସହ ସ୍ଥାନୀୟ ଲୋକେ ମଧ୍ୟ ସାମିଲ ହୋଇଛନ୍ତି। ବିକ୍ଷୋଭକାରୀମାନେ ହାତରେ ଭାରତର ଏକ ବିଶାଳ ମାନଚିତ୍ର ଧରି ରାସ୍ତାକୁ ଓହ୍ଲାଇଥିଲେ। ସିଏଏ ପ୍ରତ୍ୟାହାର ଦାବିରେ ସେମାନେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା, କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସ ବିରୋଧରେ ସ୍ଲୋଗାନ ଦେଇଥିଲେ। ଆମେ ଜିତିବୁ କି ହାରିବୁ ତାହା ଆମକୁ ଜଣାନାହିଁ। କିନ୍ତୁ ଲଢ଼େଇ ଜାରି ରହିବ ବୋଲି ଜଣେ ଛାତ୍ର ଉଦ୍‌ବୋଧନ ଦେଇଥିଲେ। ଅପରାହ୍ନ ଗୋଟାଏରେ ଆଖପାଖର ସ୍କୁଲ ଛାତ୍ରୀଛାତ୍ର ଓ ଅନ୍ୟ ବର୍ଗର ଲୋକେ ଏଥିରେ ସାମିଲ ହେବା ପରେ ବିକ୍ଷୋଭ ଜୋର୍‌ ଧରିଥିଲା। ବିକ୍ଷୋଭକାରୀଙ୍କ ମଧ୍ୟରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ଛାତ୍ର ସଂସଦର ପୂର୍ବତନ ଅଧ୍ୟକ୍ଷ କହ୍ନେୟା କୁମାର ଏବଂ ସାମାଜିକ କର୍ମୀ ମେଧା ପାଟକର ଥିଲେ। ଜାମିଆ ଶିକ୍ଷକ ସଂଘ ମଧ୍ୟ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିଥିଲା। ଏଥିରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷାନୁଷ୍ଠାନର ୫୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଗବେଷଣା ଛାତ୍ର ପ୍ଲାକାର୍ଡ ଧରି ସ୍ଲୋଗାନ ଦେଉଥିଲେ, ‘ଆମେ ସିଏଏ ବିରୋଧୀ କିନ୍ତୁ ଦେଶ ବିରୋଧୀ ନୋହୁଁ। ’


Enter your email to get our daily news in your inbox.

All Right Reserved By Dharitri.Com

ନାଗପୁରରେ କରୋନାର ତୃତୀୟ ଲହର, ପୁଣି ହେବ କଟକଣା ଜାରି…

ନାଗପୁର,୭।୯: ପୁଣି ବିପଦ ମାଡ଼ି ଆସୁଛି। ମହାରାଷ୍ଟ୍ରର ନାଗପୁରରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଛି। ରାଜ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ନୀତିନ ରାଉତ ଏନେଇ ସୂଚନା...

ଛେଳିକୁ ବାନ୍ଧି ନେଲେ ପୋଲିସ ବାବୁ: ଭିଆଇପି ବଙ୍ଗଳାରେ ଗଛପତ୍ର ଖାଇବା ଅଭିଯୋଗ

ଭୋପାଳ,୯।୯: ପୋଲିସ ଥାନାକୁ ଅପରାଧି ବନ୍ଧା ହୋଇ ଆସିବା ସାଧାରଣ ଘଟଣା। ତେବେ ମଧ୍ୟପ୍ରଦେଶ ମୁରେନା ସହରର ଓ୍ବାଟର ଓ୍ବାକର୍ସ କଲୋନୀରେ ବାସ କରୁଥିବା ଦୀପକ...

ପଞ୍ଚଭୂତରେ ବିଲୀନ ରାଜ୍ୟସଭା ଏମ୍‌ପି

ନୂଆଦିଲ୍ଲୀ,୩।୮: ପଞ୍ଚଭୂତରେ ବିଲୀନ ହେଲେ ରାଜ୍ୟସଭା ଏମ୍‌ପି ଅମର ସିଂହ। ସୋମବାର ଦିଲ୍ଲୀ ଛତ୍ରପୁର ସ୍ଥିତ ଶ୍ମଶାନ ଘାଟରେ ଅମର ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।...

ଉନ୍ନାଓ ପୀଡିତାଙ୍କ ମୃତ୍ୟୁକୁ ନେଇ ରାଜନୀତି ସରଗରମ: ଭାଜପା କାର୍ଯ୍ୟାଳୟ ଘେରିଲେ କଂଗ୍ରେସକର୍ମୀ

ଲକ୍ଷ୍ନୌ,୭।୧୨: ଉନ୍ନାଓ ବଳାତ୍କାର ପୀଡିତାଙ୍କ ମୃତ୍ୟୁ ପରେ ରାଜନୀତି ହୋଇଛି ସରଗରମ। ଏହାକୁ ନେଇ ବିରୋଧୀ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରିଛନ୍ତି।...

ପ୍ରବଳ ବର୍ଷା: ରକ୍ଷା ପାଇବା ପାଇଁ ଲୋକେ ପାଳନ କଲେ ବେଙ୍ଗବେଙ୍ଗୁଲୀ ଛାଡ଼ପତ୍ର ପରମ୍ପରା

ଭୋପାଳ,୧୨।୯: ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି। ଏଥିରୁ ରକ୍ଷା ପାଇଁ ଲୋକେ ସ୍ଥାନୀୟ ଏକ ମନ୍ଦିରରେ ବେଙ୍ଗବେଙ୍ଗୁଲୀଙ୍କ ଛାଡ଼ପତ୍ର ପରମ୍ପରା ପାଳନ କରିଛନ୍ତି। ପୂର୍ବରୁ...

ନୀତୀଶଙ୍କ ଇସ୍ତଫା ଏକ ଶୁଭାରମ୍ଭ, ଦେଶରୁ ଭାଜପା ପୋଛି ହୋଇଯିବ, କହିଲେ ଅଖିଳେଶ …

ଲକ୍ଷ୍ନୌ, ୯।୮ : ବିହାରରେ ଜାରି ରହିଥିବା ରାଜନୈତିକ ସ୍ଥିତି ନେଇ ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଭାଜପାକୁ ଟାର୍ଗେଟ କରିଛନ୍ତି। ନୀତୀଶ...

ସଂକ୍ରମିତ ରୋଗୀଙ୍କ ତଥ୍ୟ ଲୁଚାଇବାରୁ ଘରୋଇ ହସ୍ପିଟାଲକୁ ସିଲ୍‌ କଲା ପ୍ରଶାସନ

ଗ୍ରେଟରନଏଡା,୩୧।୩: ଉତ୍ତରପ୍ରଦେଶର ଗ୍ରେଟରନଏଡାସ୍ଥିତ ଏକ ଘରୋଇ ହସ୍ପିଟାଲକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର ସିଲ୍‌ କରାଯାଇଛି। କରୋନା ପଜିଟିଭ୍‌ ରୋଗୀଙ୍କ ତଥ୍ୟ ଲୁଚାଇଥିବା ଅଭିଯୋଗରେ ଏହି ସିଲ୍‌...

ଏଏପି ବିଧାୟକଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୧୦।୫: ସାହିନବାଗର ବେଆଇନ ନିର୍ମାଣ ଉଚ୍ଛେଦ ଅଭିଯାନର ଦିନକ ପରେ ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ଫ୍ରେଣ୍ଡ୍ସ କଲୋନି ଏବଂ ମଙ୍ଗୋଲପୁରିରେ ଉଚ୍ଛେଦ ଅଭିଯାନ ଆରମ୍ଭ...

Advertisement
Archives

Model This Week