Posted inଫୁରସତ

ଦେବୀଙ୍କ ପାଖରେ ଲାଗି ହୁଏ ମଟନ୍‌ ବିରିୟାନୀ…

ମନ୍ଦିରରେ ଦେବାଦେବୀଙ୍କୁ ବିଭିନ୍ନ ଭୋଗ ଲାଗି ହୋଇଥାଏ। ତେବେ ତାମିଲନାଡୁରେ ଥିବା ମାତା ମୁନିୟାନ୍ଦୀଙ୍କ ମନ୍ଦିରରେ ଶ୍ରଦ୍ଧାଳୁ ବିରିୟାନୀ ଭୋଗ ଲାଗି କରାଇଥାନ୍ତି। ମଦୁରାଇ ଜିଲାର ଓ୍ବଡ଼କ୍କମ୍‌ ପଟ୍ଟି ଗାଁରେ ଏହି ମନ୍ଦିର ରହିଛି। ବର୍ଷରେ ଥରେ ଦେବୀଙ୍କ ପାଖରେ ଏକ ନିଦ୍ଦିଷ୍ଟ ଉତ୍ସବରେ ବିରିୟାନୀ ଲାଗି ହୋଇଥାଏ। ଏହି ଉତ୍ସବ ଏଠାରେ ୧୯୭୩ଠାରୁ ପାଳିତ ହୋଇଆସୁଛି। ଏକ ବିରିୟାନୀ ହୋଟେଲ ମାଲିକ ଗୁରୁ ସ୍ବାମୀ ନାଇଡୁ ଏହାର ଆରମ୍ଭ କରିଥିଲେ। ସେ ତାଙ୍କ ହୋଟେଲ ନାମ ମୁନିୟାନ୍ଦୀ ରଖିଥିଲେ। ଭଲ କାରବାର ହେବାରୁ ସେ ମାତାଙ୍କଠାରେ ପ୍ରତିବର୍ଷ ବିରିୟାନୀ ଲାଗି କରିବାକୁ ମାନସିକ କରିଥିଲେ। ପରବର୍ତ୍ତୀ ସମୟରେ ବିଭିନ୍ନ ହୋଟେଲ ମାଲିକମାନେ ଏହି ଉତ୍ସବର ଆୟୋଜନ ମିଳିତ ଭାବେ କରୁଛନ୍ତି। ଚଳିତବର୍ଷ ଏଠାରେ ୨ କ୍ୱିଣ୍ଟାଲ ଚାଉଳ, ଶହେ ଛେଳି, ୬ ଶହ କୁକୁଡାରେ ବିରିୟାନୀ ପ୍ରସ୍ତୁତ କରାଯାଇଥିଲା। ଏହାକୁ ପୂଜା ପରେ ୮ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ରୋଜଗାର ବାପାଙ୍କୁ ଦେଇଥିଲି: ନିର୍ମଳ ଚନ୍ଦ୍ର ଶୂରଦେଓ

ନୟାଗଡ଼ରେ ମୋର ଜନ୍ମ ଆଉ ପାଠପଢା। ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ନୟାଗଡ଼ କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ...

କରୋନା ରୋଗୀଙ୍କ ହାତ ଉପରେ ଭଗବାନଙ୍କ ହାତ, ଭାଇରାଲ ହେଉଛି ଫଟୋ

କରୋନା ଭାଇରସ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ବର୍ଷେ ହେଲାଣି ଲୋକେ ଏହି ଭୂତାଣୁକୁ ଡରି ମରି ବଞ୍ଚୁଛନ୍ତି। ବର୍ତ୍ତମାନ ଜଣେ ରୋଗୀଙ୍କ ଏକ...

ବିବାହ କଲେ ଭିଡିଓ ଗେମ୍‌ ଗର୍ଲଫ୍ରେଣ୍ଡକୁ

ଭିଡିଓ ଗେମ୍‌ ଖେଳିବାକୁ ଅନେକେ ପସନ୍ଦ କରନ୍ତି। କେହି କେହି ତ ଏହି ଗେମ୍‌ ଖେଳିବାବେଳେ ସେହି ଦୁନିଆରେ ହିଁ ହଜିଯାନ୍ତି। ଭୁଲିଯାଆନ୍ତି ନିଜର ବାସ୍ତବିକ...

ନୂଆରୋଗ ଏବେ ବୃଦ୍ଧିପାଉଛି

ଡୁଣ୍ଡେ ବିଶ୍ୱବିଦ୍ୟାଳୟ,ସ୍କଟ୍‌ଲ୍ୟାଣ୍ଡର ଗବେଷକମାନେ କହିଛନ୍ତି ଯେ, ବିଶ୍ୱରେ ଯେଉଁମାନେ ଯକ୍ଷ୍ମାରୁ ଆରୋଗ୍ୟ ଲାଭ କରୁଛନ୍ତି ସେମାନେ ଦୀର୍ଘଦିନ ଧରି ଫୁସ୍‌ଫୁସ୍‌ ସମସ୍ୟା ଭୋଗୁଛନ୍ତି। ଡୁଣ୍ଡେ ବିଶ୍ୱବିଦ୍ୟାଳୟର...

ଏବେ ଅନ୍ତିମ ସଂସ୍କାର ସାମଗ୍ରୀ ପାଇଁ ବୁକିଂ ଅନ୍‌ଲାଇନ୍‌ରେ …

ଦେଶରେ ଡିଜିଟାଲ କାରବାର ବୃଦ୍ଧି ହେବା ସହିତ ଏବେ ସବୁ କାର୍ଯ୍ୟ ଅନ୍‌ଲାଇନ୍‌ରେ ହେବାରେ ଲାଗିଛି। ସମ୍ପ୍ରତି ଇ-ସଂସ୍କାର ନାମକ ଏକ ଓ୍ବେବ୍‌ସାଇଟ୍‌ ଖୋଲା ଯାଇଛି।...

୧୧୨ ବର୍ଷ ତଳେ ଘଟିଥିଲା ଏପରି ଏକ ବିସ୍ଫୋରକ ଘଟଣା, ଯାହା ଉପରୁ ଆଜି ପର୍ଯ୍ୟନ୍ତ ହଟିନାହିଁ ପରଦା

ଋଷିଆର ସାଇବେରିଆ ଅଞ୍ଚଳରେ ୧୧୨ ବର୍ଷ ତଳେ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏହି ଘଟଣା ପୋଡେକାମେନାୟା ତୁଙ୍ଗୁସ୍କା ନଦୀ ନିକଟରେ ହୋଇଥିଲା। କୁହାଯାଏ, ଏହି...

ସ୍ପେସ୍‌ରେ ଧାନ ଚାଷ

ବେଜିଂ: ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ଭାବେ ଜଣାଯାଉଥିବା ଚାଇନାର ବୈଜ୍ଞାନିକମାନେ ମହାକାଶରେ ଧାନଚାଷ କରିଛନ୍ତି। ଚାଇନା ମହାକାଶଚାରୀମାନେ ଜିରୋ ଗ୍ରାଭିଟେସ୍‌ନାଲ ଲାବୋରେଟରୀରେ ଚାଉଳରୁ ଧାନ ଗଛ...

ସ୍କୁଲ ଖୋଲିବାର ପ୍ରସ୍ତୁତି କରୁଛନ୍ତି ସରକାର! ହେଲେ ଏହି ଦେଶରେ ୧୫ ଦିନରେ ସଂକ୍ରମିତ ହେଲେଣି ୯୭୦୦୦ ଶିଶୁ

ଦୀର୍ଘ ୬ ମାସରୁ ଅଧିକ ସମୟ ଧରି ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭୂତାଣୁ। ଏହାକୁ ନେଇ ସ୍କୁଲ, କଲେଜ ଆଦି...

Advertisement
Archives

Model This Week