ଦେଖିବାକୁ ମିଳିପାରେ ଖିଲାଡି ବୟଙ୍କ ଆଉ ଏକ ଟ୍ୟାଲେଣ୍ଟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟଙ୍କର ରହିଛି ଭିନ୍ନ ଭିନ୍ନ ଟ୍ୟାଲେଣ୍ଟ। ସିରିୟସ, କମେଡି ସିନ୍‌ ସହ ଷ୍ଟଣ୍ଟ କରି ମଧ୍ୟ ଦର୍ଶକଙ୍କ ହୃଦୟ ଜିତି ପାରିଥିବା ଏହି ନାୟକଙ୍କୁ ଏବେ ଭିନ୍ନ ଅବତାରରେ ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳିଛି। ଫିଲ୍ମ ‘ହାଉସ୍‌ଫୁଲ୍‌-୪’ରେ ଅକ୍ଷୟ ଆସିବେ ଏକ ଭିନ୍ନ ଟ୍ୟାଲେଣ୍ଟ ନେଇ। ଏଥିରେ ଆଉ ଆକ୍ସନ କି କମେଡି ନୁହେଁ। ର଼୍ୟାପ ମ୍ୟୁଜିକରେ ପରଫର୍ମ କରିବେ ଅକ୍ଷୟ। କଥାଟା ଟିକେ ଅଡୁଆ ଲାଗୁଥିଲେ ବି ସତ ବୋଲି କୁହାଯାଉଛି। ଅବଶ୍ୟ ୨୦୧୩ରେ ସେ ‘ସ୍ପେଶାଲ-୨୬’ରେ କଣ୍ଠଦାନ କରିଥିଲେ। ହେଲେ ଏଥର କିନ୍ତୁ ର଼୍ୟାପ୍‌ ମ୍ୟୁଜିକ୍‌ ନେଇ ସେ ଦର୍ଶକଙ୍କର ନିକଟତର ହେବାକୁ ନିଶ୍ଚୟ ଚେଷ୍ଟା କରିବେ। ଅବଶ୍ୟ ଏହି ଖବର ଆସିବା ପରେ ଅନେକ ପ୍ରଶଂସକ ତାଙ୍କୁ ଛୁପାରୁସ୍ତମ ବୋଲି କହୁଛନ୍ତି। ସେ ଏହି ର଼୍ୟାପ୍‌ ମ୍ୟୁଜିକରେ ଏକା ରହିବେ କି ତାଙ୍କ ସହ ହନି ସିଂ ରହିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଯଦି ଅକ୍ଷୟ ର଼୍ୟାପ୍‌ ଗାଇଲେ ତେବେ ସେ ବଲିଉଡ୍‌ ନାୟକ ରଣବୀର ସିଂଙ୍କୁ ପଛରେ ପକାଇ ଦେବେ ବୋଲି କୁହାଯାଉଛି। କାରଣ ରଣବୀର ‘ଗଲି ବୟ’ରେ ର଼୍ୟାପ୍‌ ମ୍ୟୁଜିକରେ ଦର୍ଶକଙ୍କୁ ମତୁଆଲା କରିଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ ମଲ୍ଟି ଟ୍ୟାଲେଣ୍ଟେଡ୍‌ ନାୟକ ଅକ୍ଷୟ କିଛି ନା କିଛି ଭିନ୍ନ କରି ଦର୍ଶକଙ୍କ ନିକଟତର ହେବାରେ ଓସ୍ତାଦ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନୟ ଅପେକ୍ଷା ରିଲେଶନସିପକୁ ନେଇ ଚର୍ଚ୍ଚାରେ ରୁହନ୍ତି ଦିଶା

ମୁମ୍ବାଇ: ବଲିଉଡ୍‌ର ନବାଗତା ନାୟିକା ଦିଶାା ପାଟନୀ ୨୭ ବର୍ଷରେ ପଦାର୍ପଣ କରିଛନ୍ତି। ପ୍ରଥମେ ତେଲଗୁ ଫିଲ୍ମରୁ ଅଭିନୟ ଆରମ୍ଭ କରିଥିବା ଦିଶା ଏବେ ବଲିଉଡ୍‌ରେ...

କରୋନା ଭୟ: ଗୃହପାଳିତ ପ୍ରାଣୀଙ୍କୁ ଘରୁ ବାହାର ନ କରିଦେବାକୁ ଅନୁରୋଧ କଲେ ଅନୁଷ୍କା

ମୁମ୍ବାଇ: କରୋନା ଭାଇରସର ସଂକ୍ରମଣ ଧୀରେ ଧୀରେ ବ୍ୟାପିବାରେ ଲାଗିଥିବା ବେଳେ ଏବେ ଦେଶରେ ଏହା ୫ଶହ ଅତିକ୍ରମ କରିଛି। ସେହିପରି କରୋନାରେ ମୃତକଙ୍କ ସଂଖ୍ୟା...

ସାଉଥ କମେଡିଆନଙ୍କ ପରଲୋକ

ହାଇଦ୍ରାବାଦ,୨୫।୯: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅଗଧାଡ଼ିର କମେଡିଆନ ବେଣୁ ମାଧବଙ୍କ ନିଧନ। ଦୀର୍ଘ ଦିନରୁ ବେଣୁ କିଡନୀ ଓ ଲିଭର ରୋଗରେ ଆକ୍ରାନ୍ତ ଥିବା ବେଳେ...

ତେଲର ବିଜ୍ଞାପନ ପାଇଁ ବଲିଉଡ୍‌ ଅଭିନେତାଙ୍କ ଉପରେ ୨୦ ହଜାର ଟଙ୍କା ଜରିମାନା

ମୁମ୍ବାଇ,୨୫।୧୧: ବଲିଉଡ୍‌ ଅଭିନେତା ଗୋବିନ୍ଦା ଓ ଜ୍ୟାକି ଶ୍ରଫ ଦରଜ ଭଲ ହେବା ତେଲର ଏକ ବିଜ୍ଞାପନରେ କାମ କରିଥିଲେ। ହେଲେ ଏବେ ଏହା ତାଙ୍କୁ...

ଅଟୋରେ ଗଲେ ମଲାଇକା

ମୁମ୍ବାଇ: ବଲିଉଡ୍‌ ଫିଟ୍‌ନେସ୍‌ କୁଇନ୍‌ ମଲାଇକା ଆରୋରା ଏବେ ଲକ୍ଜରିୟସ କାର୍‌ ଛାଡି ଅଟୋରେ ଯାତ୍ରା କରିଛନ୍ତି। ନିଜର ଷ୍ଟାଇଲିସ୍‌ ଲୁକ୍‌ ପାଇଁ ଚର୍ଚ୍ଚାରେ ରହୁଥିବା...

ବାପାଙ୍କ କଥାମାନି ଜୟାଙ୍କୁ ବିବାହ କରିଥିଲେ ଅମିତାଭ

ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ବିଗ୍‌ବି ଅମିତାଭ ବଚ୍ଚନଙ୍କର ଜୁନ୍‌ ୩ ଅର୍ଥାତ୍‌ ଆଜି ହେଉଛି ବିବାହ ବାର୍ଷିକୀ। ନିଜ ଜୀବନର ସମସ୍ତ ଛୋଟ...

ପ୍ରଯୋଜିକା ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରିୟା

ଫିଲ୍ମ ପ୍ରଯୋଜିକା ତଥା ବଲିଉଡ୍‌ ଅଭିନେତା ଅନିଲ କପୁରଙ୍କ ସାନ ଝିଅ ରିୟା କପୁର। ମୁମ୍ବାଇରେ ଜନ୍ମିତ ରିୟା ଜଣେ ଫିଲ୍ମ ନିର୍ମାତା ସାଙ୍ଗକୁ ଫ୍ୟାଶନ...

ଏହି ଅଭିନେତାଙ୍କୁ ଲୋକେ ସ୍ବୟଂ ଭଗବାନ ଭାବି କରୁଥିଲେ ପୂଜା

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପୁଣି ଥରେ ଟିଭିରେ ପ୍ରସାରିତ ହେଉଛି। ଏଥିରେ କୁଶ ଭୂମିକାରେ ଅଭିନୟ କରିଥିବା ଅଭିନେତା ମଧ୍ୟ ‘ଶ୍ରୀକୃଷ୍ଣ’ ସିରିଏଲରେ ଶ୍ରୀକୃଷ୍ଣ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *