Posted inଖେଳ

ଦୃଷ୍ଟିହୀନ କ୍ରିକେଟ୍‌ ସିରିଜ, ରମେଶଙ୍କ ଶତକ: ଭାରତର କ୍ଲିନ୍‌ ସୁଇପ୍‌

ଭୁବନେଶ୍ୱର, ୨୯।୭(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ଅତି ଚମତ୍କାର ପ୍ରଦର୍ଶନ ସହ ଏହାର ଜାମାଇକା ଅଭିଯାନ ଶେଷ କରିଛି। ରବିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୦ ଉଇକେଟରେ ଜାମାଇକାକୁ ପରାସ୍ତ କରିଛି। ଫଳରେ ଏକଦିବସୀୟ ସିରିଜକୁ ୩-୦ରେ ଜିତିଥିବା ଭାରତ ଟି୨୦ ସିରିଜକୁ ୨-୦ରେ ଜିତି କ୍ଲିନ୍‌ ସୁଇପ୍‌ କରିଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଜାମାଇକା ଦୀପକ ମଲିକଙ୍କ ବୋଲିଂକୁ ଉପଯୁକ୍ତ ମୁକାବିଲା କରି ନ ପାରି ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦୀପକ ନିଜର ପ୍ରଥମ ଏବଂ ମ୍ୟାଚ୍‌ର ଦ୍ୱିତୀୟ ଓଭରରେ ୩ ଉଇକେଟ ହାସଲ କରିବାରୁ ଜାମାଇକା ସ୍କୋର ୯/୩ ହୋଇଯାଇଥିଲା। ତେବେ ଗ୍ରେଗୋରି ଷ୍ଟିଓ୍ବାର୍ଟଙ୍କ ଅର୍ଦ୍ଧଶତକ ଏବଂ ଗ୍ରାହାମଙ୍କ ଉପଯୋଗୀ ବ୍ୟାଟିଂ ବଳରେ ଦଳ ଏକ ସମ୍ମାନଜନକ ସ୍କୋର କରିପାରିଥିଲା। ଷ୍ଟିଓ୍ବାର୍ଟ ଓ ଗ୍ରାହାମ ୪ର୍ଥ ଉଇକେଟରେ ୧୧୩ ରନ୍‌ ସଂଗ୍ରହ କରି ଦଳକୁ ବିପଦରୁ ଉଦ୍ଧାର କରିଥିଲେ। ଷ୍ଟିଓ୍ବାର୍ଟ ୬୪ ବଲ୍‌ରୁ ୫୧* ଓ ଗ୍ରାହାମ ୪୭ ବଲରୁ ୩୨ ରନ୍‌ ସଂଗ୍ରହ କରିବାରୁ ଜାମାଇକା ୨୦ ଓଭରରେ ୬ ଉଇକେଟ ହରାଇ ୧୪୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦୀପକ ୨୫ ରନ୍‌ ବିନିମୟରେ ସର୍ବାଧିକ ୪ଟି ଉଇକେଟ ନେଇଥିଲେ। ଜବାବରେ ଭାରତ ୮.୫ ଓଭରରେ କୌଣସି ଉଇକେଟ ନ ହରାଇ ୧୪୯ ରନ୍‌ ସଂଗ୍ରହ କରିନେଇଥିଲା। ଶତକ ହାସଲ କରିଥିବା ସୁନୀଲ ରମେଶ ୪୦ ବଲ୍‌ରୁ ୧୦୧ ଏବଂ ଅଜୟ ୨୧ ବଲ୍‌ରୁ ୩୦ ରନ୍‌ କରି ଅପରାଜିତ ରହିଥିଲେ। ସୁନୀଲ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଭାରତୀୟ ଦଳ ୩୧ ଜୁଲାଇରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବ। ପ୍ରକାଶଯୋଗ୍ୟ, ଭାରତୀୟ ଦଳରେ ୨ ଓଡ଼ିଆ ଖେଳାଳି ଜାଫର ଇକ୍‌ବାଲ ଏବଂ ପଙ୍କଜ ଭୁଏ ସାମିଲ ଥିଲେ।
ସଂକ୍ଷିପ୍ତ ସ୍କୋର
ଜାମାଇକା ୨୦ ଓଭରରେ ୧୪୭/୬ (ଷ୍ଟିଓ୍ବାର୍ଟ-୫୧*, ଗ୍ରାହାମ-୩୨, ଦୀପକ ମଲିକ-୪/୨୫)। ଭାରତ ୮.୫ ଓଭରରେ ୧୪୯/୦ (ସୁନୀଲ ରମେଶ-୧୦୧*, ଅଜୟ ରେଡ୍ଡୀ-୩୦*)।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri