ଦୁର୍ବଳ ହେବ ଅଭିବୃଦ୍ଧି ହାର

ନୂଆଦିଲ୍ଲୀ,୧୩।୪ : ସାରା ବିଶ୍ୱରେ ମହାମାରୀ କରୋନା ଆତଙ୍କ ଖେଳାଇଛି। ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ଲକ୍ଷାଧିକ ଲୋକଙ୍କ ଜୀବନ ଗଲାଣି। ଏହାର ପ୍ରଭାବ ସବୁ ରାଷ୍ଟ୍ରର ଅର୍ଥନୀତିକୁ ଦୋହଲାଇ ଦେଇଛି। ବିଶେଷକରି ଭାରତ ସମେତ ଦକ୍ଷିଣ ଏସିଆର ୮ ରାଷ୍ଟ୍ରର ଅର୍ଥନୈତିକ ଅବସ୍ଥା ଗତ ୪୦ ବର୍ଷ ମଧ୍ୟରେ ସବୁଠାରୁ ଖରାପ ସ୍ଥିତିରେ ରହିବ। ସେହିପରି ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଅତୀତରେ ମିଳିଥିବା ସଫଳତାକୁ କୋଭିଡ୍‌-୧୯ର କୋରଡ଼ା ମାଡ଼ ଅନେକାଂଶରେ ପୋଛିନେବ ବୋଲି ଆକଳନ କରିଛି ବିଶ୍ୱ ବ୍ୟାଙ୍କ।
କରୋନା ସଂକ୍ରମଣ ଯୋଗୁ ହେଉଥିବା ଆର୍ଥିକ କ୍ଷତି ନେଇ ସାଉଥ୍‌ ଏସିଆ ଇକୋନୋମିକ୍‌ ଫୋକସ୍‌ ପକ୍ଷରୁ ରବିବାର ଏକ ରିପୋର୍ଟ ପ୍ରକାଶ ପାଇଛି। ୬ ମାସ ତଳେ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକର ଅଭିବୃଦ୍ଧି ହାର ୬.୩% ରହିବ ବୋଲି ଆକଳନ କରାଯାଉଥିବାବେଳେ ଏବେ ଉକ୍ତ ରିପୋର୍ଟରେ ପ୍ରକାଶିତ ତଥ୍ୟ ସମସ୍ତଙ୍କୁ ଚକିତ କରିଦେଇଛି। ସୂଚନାନୁସାରେ ଚଳିତ ବର୍ଷ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକର ଅଭିବୃଦ୍ଧି ମାତ୍ର ୧.୮୮ ରୁ ୨.୮୮% ମଧ୍ୟରେ ସୀମିତ ରହିବ। ସର୍ବବୃହତ୍‌ ଅର୍ଥନୀତି କୁହାଯାଉଥିବା ଭାରତରେ ୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୧.୫-୨.୮% ରହିବ ବୋଲି ଆକଳନ କରାଯାଇଛି। ଏହା ୨୦୨୧ ମାର୍ଚ୍ଚ ଶେଷ ବେଳକୁ ୪.୮-୫% ମଧ୍ୟରେ ରହିପାରେ ବୋଲି ବିଶ୍ୱ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। କରୋନାକୁ ନେଇ ବିଶ୍ୱବ୍ୟାପୀ ସୃଷ୍ଟି ହୋଇଥିବା ମାନ୍ଦାବସ୍ଥା ଯୋଗୁ ସବୁ ରାଷ୍ଟ୍ରର ଅର୍ଥନୀତି ଦୁର୍ବଳ ହୋଇଯାଇଛି। ଭାରତ ସମେତ ଶ୍ରୀଲଙ୍କା, ନେପାଳ, ଭୁଟାନ ଏବଂ ବାଂଲାଦେଶରେ ମଧ୍ୟ ଅଭିବୃଦ୍ଧି ଦୁର୍ବଳ ରହିବ ବୋଲି ଆକଳନ କରାଯାଇଛି। ଅପରପକ୍ଷରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ମାଳଦ୍ୱୀପର ଅର୍ଥନୀତି ସବୁଠାରୁ ଖରାପ ସ୍ଥିତି ଦେଇ ଗତି କରିବ ବୋଲି ଗତ ୭ ତାରିଖ ସୁଦ୍ଧା ମିଳିଥିବା ରିପୋର୍ଟ ଆଧାରରେ ବିଶ୍ୱବ୍ୟାଙ୍କ ପକ୍ଷରୁ ଏହି ଆକଳନ କରାଯାଇଛି। ସାମ୍ପ୍ରତିକ ସ୍ଥିତିରେ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକରେ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ଏବଂ ଏହାର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାସତ୍ତ୍ୱେ ଏହି ଦେଶଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ୧୩ ହଜାରରେ ପହଞ୍ଚତ୍ଛି। ତେବେ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଏହା ଦକ୍ଷିଣ ଏସିଆରେ କମ୍‌ ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।
ଭାରତରେ ୧୩୦ କୋଟି ଲୋକ ଲକ୍‌ଡାଉନ ମଧ୍ୟରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ରୋଜଗାର ହରାଇଲେଣି। ବହୁ ଛୋଟବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି। ଏପରି କି ବିଭିନ୍ନ ରାଜ୍ୟରେ ଫସିଥିବା ଦାଦନ ଶ୍ରମିକମାନେ ଜୀବିକା ହରାଇ ନିଜ ନିଜ ଭିଟାମାଟିକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି। ତେଣୁ ଏହି ଲକ୍‌ଡାଉନ ଚଳିତ ବର୍ଷର ଅର୍ଥନୈତିକ ଅବସ୍ଥାକୁ ଦୁର୍ବଳ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଅର୍ଥନୈତିକ କଷ୍ଟକୁ ସାମୟିକ ଭାବେ କମ୍‌ କରିବା ସକାଶେ ଅଧିକରୁ ଅଧିକ ଆର୍ଥିକ ପ୍ୟାକେଜ୍‌ ଘୋଷଣା ସହ ବେରୋଜଗାର ହୋଇଥିବା ଦେଶାନ୍ତର ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଉକ୍ତ ରାଷ୍ଟ୍ରଗୁଡ଼ିକୁ ବିଶ୍ୱବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏପରି କି ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ବ୍ୟକ୍ତି ବିଶେଷଙ୍କୁ ଋଣ ପ୍ରଦାନ ନେଇ ଏଥିରେ ପ୍ରସ୍ତାବ ଦିଆଯାଇଛି। ଇତିମଧ୍ୟରେ ଲକ୍‌ଡାଉନ ଦ୍ୱାରା ପ୍ରଭାବିତ ହୋଇଥିବା ଲକ୍ଷଲକ୍ଷ ଗରିବଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଭାରତ ସରକାର ୨,୩୦୦କୋଟି ଡଲାରର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଅପରପକ୍ଷରେ ପାକିସ୍ତାନ ସରକାର ମଧ୍ୟ ୬୦୦କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ସାମ୍ପ୍ରତିକ ସ୍ଥିତିରେ ସଂକ୍ରମଣକୁ ରୋକିବା ଏବଂ ଲୋକଙ୍କୁ ସୁରକ୍ଷା ଦେବା ଜରୁରୀ ହୋଇପଡ଼ିଛି। ବିଶେଷକରି ଗରିବ ଲୋକଙ୍କୁ ସ୍ବାସ୍ଥ୍ୟସେବା ସହ ଆର୍ଥିକ ସହାୟତା ଯୋଗାଇବା ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକର ପ୍ରଥମ କର୍ତ୍ତବ୍ୟ ବୋଲି ବିଶ୍ୱବ୍ୟାଙ୍କର ବରିଷ୍ଠ ଅଧିକାରୀ ହାର୍ଟୱିଗ ସାଫର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁନିୟନ ବ୍ୟାଙ୍କ୍‌ ପକ୍ଷରୁ ଭଏସ୍‌ ବ୍ୟାଙ୍କିଙ୍ଗ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୧୨।୨: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଭଏସ୍‌ ବ୍ୟାଙ୍କିଙ୍ଗ୍‌ ସେବାର ଶୁଭାରମ୍ଭ କରାଯାଇଛି। ଅତ୍ୟାଧୁନିକ ଉପାୟରେ ବ୍ୟାଙ୍କର ସେବା ଓ ସୁବିଧାକୁ ସହଳ ଭାବେ...

‘ପିଓକେ’ରେ ୩୦୦ ଆତଙ୍କବାଦୀ ସକ୍ରିୟ

ନୂଆଦିଲ୍ଲୀ,୧୧ା୧(ପି.ଟି.): ପ୍ରାୟ ୩୦୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ଲାଗି ସୀମା ସେପଟେ ଅପେକ୍ଷା କରିଛନ୍ତି। ପାକ୍‌ ଅଧିକୃତ କଶ୍ମୀରରେ ୫୦ ଆଫଗାନ୍‌ ଆତଙ୍କବାଦୀଙ୍କ ସହ ଏମାନେ...

‘ସ୍ନେହ ଯାତ୍ରା’ ଆରମ୍ଭ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ୍‌,୩।୭: ହାଇଦ୍ରାବାଦରେ ଭାଜପାର ଦୁଇଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଯୋଗ ଦେଇ ହାଇଦ୍ରାବାଦକୁ ଭାଗ୍ୟ ନଗର...

କେବେ ଲଞ୍ଚ ହେବ ଚନ୍ଦ୍ରାୟନ -୩? ଇସ୍ରୋ ମୁଖ୍ୟ ଦେଲେ ସୂଚନା

ନୂଆଦିଲ୍ଲୀ,୨୯।୫: ଚଳିତ ବର୍ଷ ଜୁଲାଇରେ ଚନ୍ଦ୍ରାୟନ -3 ଲଞ୍ଚ ହେବ। ଏନେଇ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଶନ(ଇସ୍ରୋ)ର ମୁଖ୍ୟ ଏସ୍‌. ସୋମନାଥ ସୂଚନା ଦେଇଛନ୍ତି। ମହାକାଶ...

ବାୟୁସେନାର ଏଏନ୍‌-୩୨ ବିମାନ ନିଖୋଜ

ଜୋରହାଟ,୩।୬: ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନ ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶ ଯିବା ପାଇଁ ଉଡାଣ ଭରିବା ପରେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ମଧ୍ୟାହ୍ନ...

ଲାଲବାଗ ରାଜା ଭର୍ସେସ ହାଇଦ୍ରାବାଦୀ ଗଣପତି: ଭୋଗରେ ଦିଆଯିବ ୭୫୦ କିଲୋର ଲଡ଼ୁ

ମୁମ୍ବାଇ/ହାଇଦ୍ରାବାଦ,୧୨।୯: ପ୍ରତି ବର୍ଷ ମହାରାଷ୍ଟ୍ରରେ ଭଗବାନ ଗଣପତିଙ୍କ ବିସର୍ଜନ ବହୁ ଆଡ଼ମ୍ବରରେ କରାଯାଇଥାଏ। ଗୁରୁବାର ମୁମ୍ବାଇ ଓ ହାଇଦ୍ରାବାଦରେ ବିଘ୍ନବିନାଶନଙ୍କ ମୂର୍ତ୍ତି ବିସର୍ଜନ କରାଯିବ। ଏଥିପାଇଁ...

ରାହୁଲଙ୍କ ଇସ୍ତଫା ନାଟକ: ଅଗ୍ରାହ୍ୟ କଲା କଂଗ୍ରେସ ଓ୍ବାର୍କିଂ କମିଟି

ନୂଆଦିଲ୍ଲୀ,୨୫।୫: ଲୋକ ସଭା ନିର୍ବାଚନରେ କଂଗ୍ରେସର ବିଫଳତା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବେ ବୋଲି କୁହାଯାଉଥିଲା। ଶନିବାର କଂଗ୍ରେସ...

‘ଭାରତରେ ମିଶିବା ପାଇଁ ପିଓକେ ଦାବି କରିବ’

ନୂଆଦିଲ୍ଲୀ,୧୫ା୬: ମୋଦି ସରକାର ଏପରି ବିକାଶମୂଳକ କାର୍ଯ୍ୟ କରିବେ ଯେ ଜମ୍ମୁ-କଶ୍ମୀରର ଚେହେରା ବଦଳିଯିବ। କଶ୍ମୀର ଉପତ୍ୟକାର ବିକାଶକୁ ଦେଖି ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ) ଅଧିବାସୀ...

Advertisement
Archives

Model This Week