ଦୁର୍ଘଟଣାରେ ହୋମଗାର୍ଡ ମୃତ

ବାରିପଦା ଅଫିସ,୨୬ା୧୨- ଡ୍ୟୁଟି ପରେ ଘରକୁ ଫେରିବା ବାଟରେ ମଙ୍ଗଳବାର ରାତିରେ ଦୁର୍ଘଟଣା ଘଟି ଜଣେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡ ଜଣକ ହେଲେ ଜମିନି ଚନ୍ଦ୍ର ମହାନ୍ତ। ଲକ୍ଷ୍ମୀପୋଷି ଫାଣ୍ଡିରୁ ମଙ୍ଗଳବାର ରାତି ୧୦ଟା ବେଳେ ଡ୍ୟୁଟି ସାରି ସେ ଏକ ମୋଟର ସାଇକେଲ ଯୋଗେ ନିଜ ଘର ଚାନ୍ଦୁଆ ବ୍ଲକ ଅଧୀନ କରକଚିଆ ଗ୍ରାମକୁ ଫେରୁଥିବା ସମୟରେ କୌଶସି କାରଣରୁ ଝିନେଇ ଗ୍ରାମ ନିକଟରେ ଥିବା କେନାଲ ଭିତରକୁ ଖସି ପଡ଼ିଥିଲେ। ରାତି ସମୟରେ ସେହି ରାସ୍ତାରେ ଲୋକଙ୍କ ଯାତାୟାତ ନ ଥିବାରୁ କାହା ନଜରକୁ ଆସିପାରି ନ ଥିଲେ। ସକାଳୁ ସ୍ଥାନୀୟ ଲୋକେ ଶୌଚ ପାଇଁ ଯାଇଥିବାବେଳେ କେନାଲ ଭିତରେ କେହି ପଡ଼ିଥିବା ଦେଖି ପାଖକୁ ଯାଇ ଜାମିନୀକୁ ଚିହ୍ନି ପାରିଥିଲେ। କେନାଲରୁ ତାଙ୍କୁ ଉଦ୍ଧାର କରି ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଚାନ୍ଦୁଆ ଥାନାରେ ଏକ ମାମଲା (ନଂ.୫୫/୧୯) ରୁଜୁ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଉଦଳା-କରଞ୍ଜିଆରେ ମାତିଲେ ଲୁଟେରା: ୫ଲକ୍ଷରୁ ଊର୍ଦ୍ଧ୍ୱ ଭତ୍ତା ଟଙ୍କା, ଅଧ୍ୟାପିକାଙ୍କ ସୁନାଚେନ୍‌ ଲୁଟ

ଉଦଳା/ଠାକୁରମଣ୍ଡା,୧୬ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ଓ କରଞ୍ଜିଆ ଥାନା ପୋଲିସ୍‌କୁ ମଙ୍ଗଳବାର ଲୁଟେରାମାନେ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ୫ ଲକ୍ଷରୁ ଊର୍ଦ୍ଧ୍ୱ ଭତ୍ତା ଟଙ୍କା ସହ...

‘ଆଦିବାସୀ ଛାତ୍ରୀଛାତ୍ରଙ୍କୁ ସୁରକ୍ଷା ଦିଅ’: କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ ଚେତାବନୀ

ବାଙ୍ଗିରିପୋଷି,୧୫।୯(ଡି.ଏନ.ଏ.)- ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଶିକ୍ଷାନୁଷ୍ଠାନରେ ଶୋଷଣ କରାଯାଉଥିବା ପ୍ରତିବାଦରେ ମୟୂରଭଞ୍ଜ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ ଆଣ୍ଡ ଷ୍ଟୁଡେଣ୍ଟ ଏସୋସିଏଶନ ‘ ମାରିସା ସେନା’ ଆନ୍ଦୋଳନ ଚେତାବନୀ...

ଚାଲି ଚାଲି ଝାଡଖଣ୍ଡ ଗଲେ ୧୫ ଶ୍ରମିକ

ଉଦଳା,୯ା୫(ଡି.ଏନ୍‌.ଏ.)- ରେଡ୍‌ ଜୋନ୍‌ରେ ରହିଥିବା ବାଲେଶ୍ୱର ଜିଲାର ଔପଦା ଅଞ୍ଚଳରୁ ୧୫ ଶ୍ରମିକ ଚାଲି ଚାଲି ନିଜ ରାଜ୍ୟ ଝାଡଖଣ୍ଡ ବାହୁଡ଼ିଛନ୍ତି । ଔପଦାଠାରେ କେନାଲ...

କରୋନା ସଚେତନତା ନାଁରେ ବୈଠକ କରି ଜଣେ ଗିରଫ

ଠାକୁରମୁଣ୍ଡା,୩ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ହାତୀଘୋଡା ପଞ୍ଚାୟତର ଘୋଡାବିନ୍ଧା ଗ୍ରାମରେ ଗୁରୁବାର ଅପରାହ୍ନରେ ଗ୍ରାମବାସୀମାନଙ୍କୁ ନେଇ କରୋନା ସଚେତନତା ନାମରେ ବୈଠକ କରିବା ଘଟଣାରେ...

‘ସାବୁନରେ ହାତ ଧୋଇ ଗାଁରେ ପଶ’

ଠାକୁରମୁଣ୍ଡା,୨୭ା୩(ଡ଼ି.ଏନ୍‌.ଏ.)-କରୋନା ସଂକ୍ରମଣ ରୋକିବା ଦିଗରେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ସାଲେଇବେଡା ପଞ୍ଚାୟତ ଅନ୍ତର୍ଗତ ସାନମହୁଲଡିହା ଗ୍ରାମବାସୀ ଅଭିନବ ପ୍ରୟାସ ଆପଣାଇଛନ୍ତି। ବାହାର ଅଞ୍ଚଳର ଯେଉଁ...

ମୟୂରଭଞ୍ଜରୁ ୬ କରୋନା ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୬ ଛୁଇଁଲା

ବାରିପଦା ଅଫିସ, ୮।୬: ମୟୂରଭଞ୍ଜ ଜିଲାରୁ ସୋମବାର ନୂଆ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୬ରେ...

ଜିଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଲେ ମହିଳା: ୮ ଗିରଫ

ବାରିପଦା ଅଫିସ,୧୯ା୫- ପିଆରଏମ୍‌ ମେଡିକାଲରେ ଶିଶୁ ବଦଳ ଘଟଣାକୁ ସପ୍ତାହେ ବିତି ଯାଇଥିବା ବେଳେ ଏ ଦିଗରେ ମେଡ଼ିକାଲ କର୍ତ୍ତୃପକ୍ଷ କିମ୍ବା ଜିଲାପ୍ରଶାସନ ପକ୍ଷରୁ କୌଣସି...

ଆଶା କର୍ମୀ, ୱାର୍ଡ ମେମ୍ବରଙ୍କୁ ଆକ୍ରମଣ

ଉଦଳା,୯ା୫(ଡି.ଏନ୍‌.ଏ.)- ସାରା ଦେଶ ଏବେ କରୋନା ସହିତ ମୁକାବିଲା କରୁଛି। ଏହି ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀ। ମାତ୍ର ସେମାନଙ୍କୁ...


Coronavirus Update

Archives

Model This Week

Why Dharitri