ଦୁର୍ଘଟଣାରେ ଯୁବକ ମୃତ, ବୃଦ୍ଧ ଗୁରୁତର

ବ୍ରହ୍ମପୁର ଅଫିସ,୨୭।୬: ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଅନେକ କାର୍ଯ୍ୟକ୍ରମ କରାଯାଉଛି। ଏନେଇ ଜନସାଧାରଣଙ୍କୁ ସଚେତନ ମଧ୍ୟ କରାଯାଉଛି। ହେଲେ ଦିନକୁ ଦିନ ଦୁର୍ଘଟଣା ମାମଲା ବୃଦ୍ଧି ହେବାରେ ଲାଗୁଛି। ଯାହାକି ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଗତ ସପ୍ତାହ ମଧ୍ୟରେ ସହରରେ ପୃଥକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ସ୍ଥାନୀୟ ଅନନ୍ତନଗରର ଗୁରୁଦତ୍ତ ପଣ୍ଡା(୩୨)। ସେହିପରି ଗୁରୁତର ଆହତ ବୃଦ୍ଧ ଗୌତମନଗରର ଭ୍ରମରବର ସାହୁ(୬୭) ବୋଲି ଟ୍ରାଫିକ ପୋଲିସ ପକ୍ଷରୁ କୁହାଯାଇଛି। ଏନେଇ ପୋଲିସ ଦୁଇଟି ମାମଲା(୨୪/୨୨ ଏବଂ ୨୫/୨୨) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଘଟଣାରୁ ପ୍ରକାଶ ଯେ, ଗତ ୧୬ ତାରିଖରେ କମାପଲି ଭେଣ୍ଡିଂଜୋନ ନିକଟରେ ଏକ ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇଥିବା ଗୁରୁଦତ୍ତଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ରବିବାର ମୃତ୍ୟୁ ଘଟିଛି। ପରିବାର ଲୋକ ଏନେଇ ଟ୍ରାଫିକ ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ଗୌତମନଗରରେ ରହୁଥିବା ଭ୍ରମରବର ସାହୁ ରବିବାର ସନ୍ଧ୍ୟାରେ କୌଣସି କାମରେ ରେଡ୍ଡୀ ଗେରେଜ ଛକ ରାସ୍ତାଦେଇ ଯାଉଥିବା ବେଳେ ତାଙ୍କୁ ଏକ ଯାତ୍ରୀବାହୀ ବସ୍‌ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ଖବର ପାଇ ଆହତଙ୍କ ପରିବାର ଲୋକ ମେଡିକାଲରେ ପହଞ୍ଚି ଥିଲେ। ସୋମବାର ଚିକିତ୍ସାଧୀନ ଥିବା ଗୁରୁତର ଆହତଙ୍କ ଭଣଜା କୃଷଚନ୍ଦ୍ର ସାହୁ ଏନେଇ ଟ୍ରାଫିକ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏବେ ଉଭୟ ଘଟଣାର ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଡ୍‌ସ ସେଡ୍‌ ସ୍ଥାନାନ୍ତର ହେବ

ଯାଜପୁର ଅଫିସ,୧୫ା୩ : ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନର ଦ୍ୱିତୀୟ ପରାମର୍ଶଦାତା କମିଟି ବୈଠକରେ କେତେକ ପ୍ରସ୍ତାବକୁ ଗ୍ରହଣ କରାଯାଇଛି। ଏଥିରେ ସହର ମଝିରେ ଥିବା ଅତି...

ଖରାପ ରାସ୍ତା ଯୋଗୁ ଆସିଲାନି ଆମ୍ବୁଲାନ୍ସ:ଖଟିଆରେ ବୁହା ହେଲେ ଗର୍ଭବତୀ

ମାଲକାନଗିରି/ଗୋବିନ୍ଦପାଲି,୧ା୯ (ସ୍ବ.ପ୍ର./ଡି.ଏନ.ଏ.)-ମାଲକାନଗିରି ଜିଲାର ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ପହଞ୍ଚତ୍ପାରୁନି। ଉକ୍ତ ଅଞ୍ଚଳକୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ ଗାଡି ଯାଇପାରୁ ନ ଥିବାରୁ ଜନନୀ ଯନ୍ତ୍ରଣା ବଢିବାରେ...

କ୍ଷେତ୍ର ପରିଦର୍ଶନ କଲା ଏକ୍ସପର୍ଟ କମିଟି

ବଲାଙ୍ଗୀର ଅଫିସ,୨୨ା୧୦ ଓଡିଶା ସରକାରଙ୍କ ଏକ ଏକ୍ସପର୍ଟ ଟିମ୍‌ ସୋମବାର ବଲାଙ୍ଗୀର ଜିଲା ଗସ୍ତ କରି ଜିଲାର ବିଭିନ୍ନ ଗଁା ବୁଲି ରାଜ୍ୟ ସରକାରଙ୍କ ବିଭିନ୍ନ...

ରାଜରାସ୍ତାରେ ହାତୀ, ଲୋକେ ଆତଙ୍କିତ

ନିରାକାରପୁର,୫ା୧୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ମାତ୍ର ଏହାକୁ ରୋକିବାରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି।...

ରଣପୁର ଏନ୍‌ଏସିରେ ପରିମଳ, ଷ୍ଟ୍ରିଟ ଲାଇଟ୍‌ରେ ଦୁର୍ନୀତି:ଭିଜିଲାନ୍ସ ଜବତ କଲା କାଗଜପତ୍ର

ରଣପୁର,୨୦ା୯(ସ୍ବ.ପ୍ର.): ରଣପୁର ଏନ୍‌ଏସିରେ ପରିମଳ ଓ ଷ୍ଟ୍ରିଟ ଲାଇଟ୍‌ରେ ଦୁର୍ନୀତି ହୋଇଥିବା ନେଇ ନୟାଗଡ଼ ଭିଜିଲାନ୍ସ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି । ଭିଜିଲାନ୍ସ ଡିଏସ୍‌ପି...

ଅଭାବରୁ ପଶିଛି ଚିନ୍ତା

ଯାଜପୁର ଅଫିସ/ପୁରୀ ଅଫିସ,୧୧ା୧୦:ରାଜ୍ୟର ପୁରୀ ଶ୍ରୀମନ୍ଦିର ସମେତ ଅନ୍ୟାନ୍ୟ ୨୦ଟି ପ୍ରକଳ୍ପର ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଏହି କାର୍ଯ୍ୟ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ...

ବନ୍ଧୁକ ଦେଖାଇ କୁକୁଡ଼ା ବୋଝେଇ ଗାଡ଼ି ନେଇଗଲେ

ଚମ୍ପୁଆ,୪।୨(ଡି.ଏନ.ଏ): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ବାସୁଦେବପୁର ନିକଟରେ ବନ୍ଧୁକ ଦେଖାଇ କୁକୁଡ଼ା ବୋଝେଇ ଗାଡ଼ିକୁ ଦୁର୍ବୃତ୍ତ ନେଇଯାଇଛନ୍ତି। ଏଥିସହ ଟଙ୍କା ଓ ମୋବାଇଲ...

ସାର୍ବଜନୀନ ହେଉନି ଜଷ୍ଟିସ୍‌ ସି.ଆର. ପାଲ୍‌ କମିଶନ ରିପୋର୍ଟ: ହାଇକୋର୍ଟରେ ମାମଲା, ସରକାରଙ୍କୁ ନୋଟିସ

କଟକ ଅଫିସ,୨୧।୧ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଆନ୍ଦୋଳନ ହୋଇଥିଲା। ଉପରୋକ୍ତ ଅଞ୍ଚଳରେ ବେଞ୍ଚ ପ୍ରତିଷ୍ଠା ସ୍ଥିତି ସମ୍ପର୍କରେ ଅନୁଧ୍ୟାନ...

Advertisement
Archives

Model This Week