ଦୁର୍ଘଟଣାରେ ବୃଦ୍ଧଙ୍କ ଜୀବନ ଗଲା

ବିଶୋଇ, ୩୧।୫(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ ଅଶନା ଛକଠାରେ ଏକ ସଡକ ଦୁର୍ଘଟଣା ଘଟି ଜନୈକ ବୃଦ୍ଧଙ୍କ ଜୀବନ ଯାଇଛି। ମୃତକ ହେଲେ ଅଶନା ପଞ୍ଚାୟତର ପାଳଗଡ଼ା ଗ୍ରାମର ଗୋପାଳ ଗିରି (୮୦)।
ରବିବାର ପୂର୍ବାହ୍ନ ୯ଟା ବେଳେ ଗୋପାଳ ଅଶନା ହାଟ ସାରି ୪୯ ନଂ. ଜାତୀୟ ରାଜପଥ ଦେଇ ସାଉକେଲ ଯୋଗେ ନିଜ ଘରକୁ ଫେରିବା ସମୟରେ ରାଉରକେଲାରୁ କୋଲକାତା ଅଭିମୁଖେ ଯାଉଥିବା ଏକ କାର୍‌(ନଂ. ଡବ୍ଲ୍ୟୁ.ବି ୩୦ ଏବି ୩୧୦୩) ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଗୋପାଳଙ୍କୁ ଉଦ୍ଧାର କରି ପ୍ରଥମେ ବିଶୋଇ ପ୍ରାଥମିକ ଚିକିତ୍ସାଳୟ ଆଣିଥିଲେ। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ପିଆରଏମରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ବ୍ଲକ ଛକରେ ସ୍ଥାନୀୟ ଲୋକେ କାର୍‌କୁ କାବୁ କରିବା ପାଇଁ ସମର୍ଥ ହୋଇଥିଲେ। କାର୍‌ ସମେତ ଡ୍ରାଇଭରଙ୍କୁ ବିଶୋଇ ଥାନାରେ ଜିମା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୨ ରାଉଣ୍ଡ: ଭଦ୍ରକ ଲୋକ ସଭାରେ ବିଜେଡି ଆଗରେ

ଭଦ୍ରକ ଅଫିସ, ୨୩।୫ – ୧୨ ରାଉଣ୍ଡରେ ଭଦ୍ରକ ଲୋକ ସଭାରେ ବିଜେଡି ଆଗରେ ରହିଛି। ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ୯୦, ୬୩୩, ଭାଜପା...

ଗଡ଼ିବନି ବ୍ରହ୍ମ ତାଳଧ୍ୱଜ ରଥ

କେନ୍ଦ୍ରାପଡ଼ା,୨୩।୬: ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ଇଚ୍ଛାପୁର ରଥଦାଣ୍ଡରେ ଗଡିବନି । ରଥଯାତ୍ରା ପାଇଁ ରଥ ନିର୍ମାଣ ସରିଥିଲେ ମଧ୍ୟ କପଡା...

ଗଞ୍ଜାମରେ ସୃଷ୍ଟିହେବ ୧୧୦ ଅମୃତ ସରୋବର

ଛତ୍ରପୁର,୨୯ା୮(ଡି.ଏନ୍‌.ଏ): ଦେଶ ପାଳନ କରୁଛି ଅମୃତ ମହୋସତ୍ବ। ଏହି ଅବସରରେ ଦେଶବ୍ୟାପୀ ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ ଅମୃତ ସରୋବର ଖନନ କରାଯାଉଛି। ଏହି ପରିପ୍ରେକ୍ଷୀରେ...

ଚିଲିକାରୁ ୫ ଫୁଟର ମୃତ ଡଲଫିନ୍‌ ଜବତ

ବାଲୁଗଁା,୧୫।୬(ଡି.ଏନ୍‌.ଏ.): ଚିଲିକାରେ ‘ଇରାୱାଡ଼ି’ ପ୍ରଜାତିର ଡଲଫିନ୍‌ ଏବେ ଅସୁରକ୍ଷିତ। ଗତ କିଛି ବର୍ଷ ହେବ ବିଭିନ୍ନ କାରଣ ଯୋଗୁ ଏହି ଡଲଫିନଙ୍କ ସଂଖ୍ୟା ହ୍ରାସ ପାଇବାରେ...

ଜିଲାସ୍ତରୀୟ ଯୁବ ଉତ୍ସବ ଉଦ୍‌ଯାପିତ: ପ୍ରତିଭା ପ୍ରଦର୍ଶନର ଉତ୍ତମ ମଞ୍ଚ

ନୟାଗଡ଼ ଅଫିସ,୨୧।୧୧: ନୟାଗଡ଼ ଜିଲା ପ୍ରଶାସନ ପକ୍ଷରୁ ଦୁଇ ଦିନ ଧରି ଅନୁଷ୍ଠିତ ଜିଲାସ୍ତରୀୟ ଯୁବ ଉତ୍ସବ ୨୦୧୯ ବୁଧବାର ପଠାଣି ସାମନ୍ତ ଅଡ଼ିଟୋରିୟମଠାରେ ଉଦ୍‌ଯାପିତ...

ବ୍ରାଉନସୁଗାର ବିକି ବନ୍ଧାହେଲେ ବାପ-ପୁଅ

କଟକ ଅଫିସ,୯।୧: କମିଶନରେଟ ପୋଲିସ ରବିବାର କଟକରୁ ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି...

ବସ୍‌ ଚକ ତଳେ ଜୀବନ ଗଲା

ଖଣ୍ଡପଡ଼ା,୧ା୪: ସାମାନ୍ୟ ଅସାବଧାନତା ଯୋଗୁ ବସ୍‌ ଚକ ତଳେ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଖଣ୍ଡପଡା-ଖଳିସାହି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ...

ଟିପିଏନ୍‌ଓଡିଏଲ୍‌କୁ ଏକ୍ସଲେନ୍ସ ଇନ୍‌ ଚେଞ୍ଜ ମ୍ୟାନେଜ୍‌ମେଣ୍ଟରେ ଗୋଲ୍ଡ ପୁରସ୍କାର

ବାଲେଶ୍ୱର ଅଫିସ,୪।୨: ବାଲେଶ୍ୱର ଜିଲା ରେମୁଣା ଜାନୁଗଞ୍ଜ ଗୋଲେଇ ସ୍ଥିତ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌)କୁ ମିଳିଛି ସଫଳତା। ଗତ ଗୁରୁବାର ଗୁରୁଗ୍ରାମର...

Advertisement
Archives

Model This Week