Posted inଖେଳ

ଦୁର୍ଘଟଣାରେ ପ୍ରାଣ ହରାଇଲେ ଦକ୍ଷିଣ ଆଫ୍ରିକା ଫୁଟବଲର

ଜୋହାନ୍ସବର୍ଗ, ୧୩।୧୨- ଦକ୍ଷିଣ ଆଫ୍ରିକୀୟ ଅନ୍ତର୍ଜାତୀୟ ଡିଫେଣ୍ଡର ମୋଟ୍‌ଜେକ ମଦିଶା ରବିବାର ଜୋହାନ୍ସବର୍ଗରେ ହୋଇଥିବା ଏକ କାର୍‌ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏ ନେଇ ରବିବାର ସ୍ପଷ୍ଟ କରିଛି ଦକ୍ଷିଣ ଆଫ୍ରିକା ଫୁଟବଲ ଆସୋସିଏଶନ (ଏସ୍‌ଏଏଫ୍‌ଏ)। ଦୁର୍ଘଟଣା ବେଳେ ୨୫ ବର୍ଷୀୟ ମଦିଶା ଓ ଅନ୍ୟ ଜଣେ ବ୍ୟକ୍ତି କାରରେ ଥିଲେ। ଦ୍ରୁତଗତିରେ ଆସୁଥିବା କାରଟି ନିୟନ୍ତ୍ରଣ ହରାଇ ବିଜ୍ଞାପନ ବୋର୍ଡରେ ବାଡ଼େଇ ହୋଇଥିଲା। ଫଳରେ କାର୍‌ରେ ଲାଗିଯାଇଥିଲା ନିଆଁ। ଏଥିରେ କାରରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ମାମେଲୋଡି ସନଡାଉନ କ୍ଲବର ଜଣେ ଅଫିସିଆଲ କହିଛନ୍ତି।

ଗତ ଦୁଇ ମାସ ମଧ୍ୟରେ କାର୍‌ ଦୁର୍ଘଟଣାରେ ପ୍ରାଣ ହରାଇବାରେ ମଦିଶା ସନଡାଉନ କ୍ଲବର ଦ୍ୱିତୀୟ ଖେଳାଳି। ତାଙ୍କ ପୂର୍ବରୁ ଆନେଲେ ଏନ୍‌କନଗ୍‌କା ଡର୍ବାନର ପୂର୍ବାଞ୍ଚଳରେ ଘଟିଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

ଅର୍ନ୍ତଜାତୀୟ ସ୍ତରରେ ୧୩ ମ୍ୟାଚ୍‌ ଖେଳିଥିବା ମଦିଶା ସେଣ୍ଟର ବ୍ୟାକ୍‌ ପୋଜିଶନ ପାଇଁ ଦକ୍ଷିଣ ଆଫ୍ରିକା ଦଳର ପ୍ରଥମ ପସନ୍ଦ ଥିଲେ। ତାଙ୍କ ପ୍ରତିନିଧିତ୍ୱରେ ଦକ୍ଷିଣ ଆଫ୍ରିକା ୨୦୧୬ ସିଏଏଫ୍‌ ଚାମ୍ପିୟନ୍ସ ଲିଗ୍‌ ଜିତିଥିବାବେଳେ ଥରେ ସେମିଫାଇନାଲିଷ୍ଟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଣ୍ଡିଆନ ସୁପରଲିଗ୍‌: ଓଡିଶା ଏଫ୍‌ସିର ପ୍ରଥମ ବିଜୟ

ଭୁବନେଶ୍ୱର, ୧।୧୧(କ୍ରୀଡ଼ା ପ୍ରତିନିଧି)-ଚଳିତ ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ରେ ଓଡ଼ିଶା ଏଫସି ଗୁରୁବାର ପ୍ରଥମ ବିଜୟ ସ୍ବାଦ ଚାଖିଛି। ମୁମ୍ବାଇ ଫୁଟବଲ ଏରେନାରେ ଅନୁଷ୍ଠିତ ଲିଗର ଦ୍ୱାଦଶ...

ଧୋନୀ-ବିରାଟ ଲଢେଇ: ଟସ୍‌ ଜିତିଲା ସିଏସ୍‌କେ

ମୁମ୍ବାଇ,୨୫।୪: ଆଇପିଏଲ୍‌ର ୨୦୨୧ରେ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ୍ସ ଚ୍ୟାଲେଞ୍ଜ ବେଙ୍ଗାଲୁରୁ ମଧ୍ୟରେ ଲଢେଇ ହେଉଛି। ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି...

ଟସ୍‌ ଜିତିଲା ଭାରତ

ଲର୍ଡସ,୧୪।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଆଜି ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଭାରତୀୟ ଅଧିନାୟକ ରୋହିତ...

ମିଡ୍‌ଲ ଅର୍ଡର ସମସ୍ୟା ପିଛା ଛାଡ଼ୁନି

ପାର୍ଲ,୧୯।୧: ଶିଖର ଧାଓ୍ବନ (୭୯) ଏବଂ ବିରାଟ କୋହଲି (୫୧)ଙ୍କ ଅର୍ଦ୍ଧଶତକୀୟ ପାଳି ସତ୍ତ୍ୱେ ଟିମ୍‌ ଇଣ୍ଡିଆକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ପ୍ରଥମ ଦିନିକିଆରେ...

କୋହଲି, ରୋହିତ୍‌, ବୁମ୍‌ରା ପାଇବେ ୭ କୋଟି

ନୂଆଦିଲ୍ଲୀ, ୧୬।୧ (ପି.ଟି.)- ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଗୁରୁବାର ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକା (୨୦୧୯ ଅକ୍ଟୋବରରୁ ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ)...

ଟପ୍ସରେ ସାମିଲ ହେଲେ ଅର୍ଜୁନ, ଅରବିନ୍ଦ, ସୀମା ଓ ସୁମିତ୍‌

ନୂଆଦିଲ୍ଲୀ, ୨୧ା୫ (ପି.ଟି.)-କ୍ରୀଡ଼ା ମନ୍ତ୍ରଣାଳୟର ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ର କୋର୍‌ ଗ୍ରୁପ୍‌ରେ ଅଲିମ୍ପିକ ଯୋଗ୍ୟତା ହାସଲ କରିଥିବା ରୋୟର ଅର୍ଜୁନ ଲାଲ୍‌ ଜାଟ୍‌,...

ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ଲାଗିଲା ବଡ଼ ଝଟକା !

ଲଣ୍ଡନ,୧୮।୮: ଇଂଲଣ୍ଡ ପେସର ମାର୍କ ଉଡ୍‌ ଭାରତ ବିପକ୍ଷ ତୃତୀୟ ଟେଷ୍ଟ ଖେଳିବା ନେଇ ଆଶଙ୍କା ଦେଖାଦେଇଛି । ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ତାଙ୍କ...

ବୋଲରଙ୍କ ଭରସାରେ ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ, ୧୫ା୪- ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ବର୍ତ୍ତମାନ ବୋଲରଙ୍କ ଭରସାରେ। ଆମନ୍ତ୍ରଣ ପାଇଁ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଶେଷ ପର୍ଯ୍ୟନ୍ତ ଖେଳି...

Advertisement
Archives

Model This Week