ଦୁବାଇରେ ୧୦ ଓଡ଼ିଆ ଶ୍ରମିକ ନିର୍ଯାତିତ : ଫସିଛନ୍ତି ଦାଦା, ପୁତୁରା

ନୟାଗଡ଼ ଅଫିସ,୩୧।୫-ଦୁବାଇକୁ କାମ କରିବାକୁ ଯାଇଥିବା ୧୦ ଜଣ ଓଡିଆ ଶ୍ରମିକଙ୍କୁ ସେଠାରେ ନିର୍ଯାତନା ଦିଆଯାଉଛି । ସେମାନଙ୍କ ମଧ୍ୟରେ ନୟାଗଡର ୨ଜଣ ଅଛନ୍ତି। ସେଠାରେ ସେମାନେ ନଜରବନ୍ଦୀ ରହିଥିବା ଓ ପାଖରେ ଅର୍ଥ ନ ଥିବାରୁ ଫେରି ଆସି ପାରୁନାହାନ୍ତି। ଫଳରେ ସେଠାରେ ଫସିଥିବା ଶ୍ରମିକମାନେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ୍‌ ମିଡ଼ିଆରେ ଭାଇରାଲ କରିଛନ୍ତି।
ହୋଇଥିବା ଭିଡି଼ଓରୁ ଜଣାପଡିଛି ଯେ, ଖୋର୍ଦ୍ଧା ଜିଲା ବାଲୁଗାଁ ଅଞ୍ଚଳର ଜଣେ ଦଲାଲ ମାସକୁ ୩୫ ହଜାର ଟଙ୍କା ଦରମା ମିଳିବ ବୋଲି କହି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧୦ ଜଣ ଯୁବକଙ୍କୁ ଦୁବାଇ ପଠାଇଥିଲେ। ଏପରିକି ପ୍ରତ୍ୟେକଙ୍କ ଠାରୁ ୮୦ ହଜାର ଟଙ୍କା ଲେଖାଏ ଅଗ୍ରିମ ମଧ୍ୟ ନେଇଥିଲେ। ୧୧ ମାସ ହେଲାଣି ସେମାନେ ସେଠାରେ କାମ କରୁଥିବା ବେଳେ ସେମାନଙ୍କୁ ଦରମା ଦିଆ ନ ଯାଇ ଅକଥନୀୟ ନିର୍ଯାତନା ଦିଆଯାଉଥିବା ନେଇ ପ୍ରକାଶ କରିଛନ୍ତି। ଫସିଥିବା ୧୦ ଜଣ ଓଡ଼ିଆ ଶ୍ରମିକଙ୍କ ମଧ୍ୟରେ ନୟାଗଡ଼ ଜିଲାର ଦୁଇ ଜଣ ଅଛନ୍ତି। ସେମାନେ ହେଲେ ଓଡ଼ଗାଁ ବ୍ଲକ ଗୋଡ଼ିପଡ଼ା ଫାଣ୍ଡି ଅନ୍ତର୍ଗତ କୁରୁଡ଼ଙ୍ଗ ଗ୍ରାମର ପ୍ରତାପ ମହାରଣା(୨୫) ଓ ଗୁମାନ ମହାରଣା(୪୦)। ପ୍ରତାପ ଓ ଗୁମାନ ସମ୍ପର୍କରେ ଦାଦା ପୁତୁରା । ଗ୍ରାମରେ କିଛି କାମ ନ ମିଳିବାରୁ ରୋଜଗାର ଆଶାରେ ଦଲାଲ ଜରିଆରେ ୧୧ ମାସ ତଳେ ଦୁବାଇ ଯାଇଛନ୍ତି। ସେଠାରେ ରହି ସିଣ୍ଟରିଂ କାମ କରୁଛନ୍ତି। ସେମାନଙ୍କୁ ସେଠାରେ ଅକଥନୀୟ ନିର୍ଯାତନା ଦିଆଯାଉଥିବା ପ୍ରତାପଙ୍କ ମାଆ ରମା ପ୍ରକାଶ କରିଛନ୍ତି । ଠିକ୍‌ ଭାବରେ ଖାଇବାକୁ ଦିଆଯାଉନାହିଁ। ସକାଳେ ଭାତ ଡାଲି ଦିଆଯାଉଥିବା ବେଳେ ରାତିରେ ରୁଟି ପିଆଜ ଦିଆଯାଉଛି। ପୁଅ ଏ ନେଇ ଫୋନ୍‌ ଯୋଗେ କହିବା ପରେ ପରିବାର ଲୋକ ବାଲୁଗାଁ ଠାରେ ଥିବା ଦଲାଲଙ୍କୁ ଦେଖା କରିଥିଲେ । ହେଲେ ସେ ସେମାନଙ୍କ କଥାକୁ ଏଡ଼ାଇ ଦେଉଛନ୍ତି। ପୂର୍ବରୁ ପୁଅ ଫୋନ୍‌ କରୁଥିବା ବେଳେ ପାଖାପାଖି ମାସେ ହେଲାଣି ଆଉ ଫୋନ୍‌ କରି ନାହିଁ। ସେମାନେ ସେଠାରେ ନିର୍ଯାତନା ପାଉଥିବା ଓ ଅସହାୟ ହୋଇ ପଡିଥିବା ନେଇ ଭିଡ଼ିଓ ଦେଖିବା ପରେ ପରିବାର ଲୋକ ଆଶା ଆଶଙ୍କାରେ ରହିଛନ୍ତି। ଏ ନେଇ ଗୋଡ଼ିପଡ଼ା ଫାଣ୍ଡି ଅଧିକାରୀ ପ୍ରମୋଦ ନନ୍ଦ କୁହନ୍ତି ଆମେ ଉକ୍ତ ଗ୍ରାମରେ ପହଞ୍ଚତ୍ ବୁଝାବୁଝି କରୁଛୁ । ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ ବୋଲି ପ୍ରକାଶ କରିଥିଲେ। ପ୍ରଶାସନ ଘଟଣାକୁ ଗୁରୁତ୍ୱ ଦେଇ ଶ୍ରମିକମାନଙ୍କୂୁ ଉଦ୍ଧାର କରିବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ମାଳିବେଲ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ପଞ୍ଜାବକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କଲା ଆର୍‌ସିବି

ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି…

ଆହତ ସତ୍ତ୍ୱେ ଖେଳିଲେ ବରୁଣ, ହସ୍ତକ୍ଷେପ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୧୭ା୫: ଆହତ ସତ୍ତ୍ୱେ ବରୁଣ ଚକ୍ରବର୍ତ୍ତୀ ଶନିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରିଥିଲେ। ଏହି…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ନିଖିଲଙ୍କୁ ଗୋଡ଼ାଇ ଗୁଳି କରିଥିଲେ ଦୁର୍ବୃତ୍ତ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର,୧୭ା୫(ସୁଜାତା ପାଢ଼ୀ)- ରାୟଗଡ଼ା ଥାନା ପୋଲିସ ନିଖିଳଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ୯ ଜଣଙ୍କୁ ଗିରଫ…

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

ଇଲେକ୍ଟ୍ରି ବିଲ୍‌ ନ ଦେଲେ ଜବତ ହେବ ଘରବାଡି ସମ୍ପତ୍ତି! କଠୋର ହେଲା ନିୟମ

ନୂଆଦିଲ୍ଲୀ,୧୭।୫: ରାଜ୍ୟବାସୀଙ୍କ ପାଇଁ ବଡ଼ ଖବର। ରାଜ୍ୟର ବିଜୁଳି ବିଭାଗ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ବିଦ୍ୟୁତ ନିଗମ ଦୀର୍ଘ ସମୟ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri