ଦୁବାଇରୁ ଭାୟା କୋଲକାତା ଦେଇ ଭଦ୍ରକ ଆସିଥିଲେ ୪ର୍ଥ କରୋନା ଆକ୍ରାନ୍ତ: ବାଗ୍‌ଚୀ

ଭୁବନେଶ୍ୱର,୧।୪(ବ୍ୟୁରୋ): ଓଡ଼ିଶାରେ ଚିହ୍ନଟ ହୋଇଥିବା ୪ର୍ଥ କରୋନା ସଂକ୍ରମିତଙ୍କ ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି, ଚତୁର୍ଥ ପଜିଟିଭ୍‌ ବ୍ୟକ୍ତି ଜଣଙ୍କ ବିଦେଶ ଫେରନ୍ତା ୨୯ବର୍ଷୀୟ ଯୁବକ। ସେ ଦୁବାଇରେ ରହି କାମ କରୁଥିଲେ।

ଗତ ୧୮ମାର୍ଚ୍ଚରେ ଫ୍ଲାଇଟ୍‌ ନଂ-ଇକେ୫୭୦ ଦ୍ୱାରା ଦୁବାଇରୁ କୋଲକାତା ଆସିଥିଲେ। କୋଲକାତା ବିମାନବନ୍ଦରରୁ ଏକୁଟିଆ ଟ୍ୟାକ୍ସିରେ ହାଓ୍ବଡା ଷ୍ଟେଶନକୁ ଯାତ୍ରା କରିଥିଲେ। ସେହିଭଳି ୧୮ ମାର୍ଚ୍ଚ ଦିନ ହାଓ୍ବଡାରୁ ଇଷ୍ଟକୋଷ୍ଟ ରେଳ(କୋଚ୍‌ ନଂ-ଏସ୍‌୧୧) ଯୋଗେ ଭଦ୍ରକ ଷ୍ଟେଶନ ଆସିଥିଲେ। ସେଠାରୁ ଅଟୋ ରିକ୍ସାରେ ଘରକୁ ଆସିଛନ୍ତି। ବିଦେଶରୁ ଆସିଥିବା ହେତୁ ସେ ନିଜ ଘରେ ସଂଗରୋଧ ହୋଇ ରହିଥିଲେ। ମାର୍ଚ୍ଚ ୩୦ରେ ପରୀକ୍ଷା ପାଇଁ ତାଙ୍କ ନମୂନା ସଂଗ୍ରହ କରାଯାଇଥିଲା। ମାର୍ଚ୍ଚ ୩୧ରେ ସେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ବୋଲି ବାଗ୍‌ଚୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ୁଛି କରୋନା କଷଣ

ନୂଆଦିଲ୍ଲୀ, ୧୦।୫: ଦେଶରେ ଭୟଙ୍କର ସ୍ଥିତିରେ କରୋନା। ଶନିବାର ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨, ୫୪୭କୁ ବୃଦ୍ଧି ପାଇଥିବା ବେଳେ ୨,୦୯୨ ଜଣଙ୍କ...

ମାଲକାନଗିରି ୧୦ ଡାକ୍ତରଙ୍କୁ ଗଞ୍ଜାମ ବଦଳି: ଏଭଳି ଚେତାବନୀ ଦେଲା ଜିଲା କଂଗ୍ରେସ

ମାଲକାନଗିରି,୧୮।୭(ଡି.ଏନ୍‌.ଏ.): ବର୍ତ୍ତମାନ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ରାଜ୍ୟରେ ସର୍ବାଧିକ ପ୍ରଭାବିତ ଜିଲାରେ ଗଞ୍ଜାମକୁ ଗଣାଯାଉଛି। ଫଳରେ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଙ୍କ ଅଭାବ...

ଫେବୃୟାରୀରେ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ହେବନି

ଭୁବନେଶ୍ୱର, ୨୩ା୧୨(ବ୍ୟୁରୋ): କରୋନାର ନୂଆ ଷ୍ଟ୍ରେନ୍‌କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଫେବୃୟାରୀରେ ହେବାକୁ ଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍‌...

ଏଥର ଇ-ବିଧାନସଭା

ଭୁବନେଶ୍ୱର, ୨୩।୧(ବ୍ୟୁରୋ): ଆସନ୍ତା ବିଧାନସଭା ଅଧିବେଶନ ସମ୍ପୂର୍ଣ୍ଣ ଡିଜିଟାଲ ମୋଡରେ ହେବ। ଗୃହର ସମସ୍ତ କାର୍ଯ୍ୟବିଧି ବିନା କାଗଜରେ ଅନଲାଇନ ଜରିଆରେ ସମ୍ପାଦନ କରାଯିବ। ଅନୁରୂପ...

କୋଇଲା ରୟାଲିଟି ବୃଦ୍ଧିକୁ ପୁଣି ଏଡ଼ାଇଗଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୮।୧୧(ବ୍ୟୁରୋ): ରାଜ୍ୟ ସରକାର କୋଇଲା ରୟାଲିଟି ବୃଦ୍ଧି ପାଇବା ନେଇ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରୁଛନ୍ତି। ମାତ୍ର କେନ୍ଦ୍ର ସରକାର ଏହାକୁ...

୩୧,୧୮୮ ଚାଷୀ ୨୧,୧୯,୫୦୧ କୁଇଣ୍ଟାଲ ଧାନ ବିକିଲେ

ଭୁବନେଶ୍ୱର, ୫ା୧୨(ବ୍ୟୁରୋ): ୨୦୧୯-୨୦ ଖରିଫ୍‌ ଧାନ ସଂଗ୍ରହ ବର୍ଷର ମଙ୍ଗଳବାର ସୁଦ୍ଧା ୩୧ ହଜାର ୧୮୮ ଜଣ ଚାଷୀ ମୋଟ ୨୧ ଲକ୍ଷ ୧୯ ହଜାର...

ଚାଇନାକୁ ଘେରିଲା ଡବ୍ଲ୍ୟୁଏଚ୍‌ଓ: କରୋନା ନମୁନା ନଷ୍ଟ କରୁଥିବା ଅଭିଯୋଗ…

ଜେନେଭା/ବେଜିଂ,୯।୬: କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ଏବେ ହରଡ଼ଘଣାରେ ପଡ଼ିଛି। ଏବେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଚାଇନାକୁ ଘେରିଛି। କରୋନା ନମୁନା ସହିତ ଏସମ୍ପର୍କିତ...

ଏହି କୋଭିଡ୍‌ ଭ୍ୟାରିଆଣ୍ଟ୍‌ ଦେଶରେ ରଚିଛି ତାଣ୍ଡବ…

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ସ୍ଥିତିରେ ପହଞ୍ଚିଛି। ଦେଶରେ କରୋନାର ବି-୧-୬୧୮ ଭ୍ୟାରିଆଣ୍ଟ୍‌ ତାଣ୍ଡବ ରଚିଛି ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି। ଏହାକୁ...

Advertisement
Archives

Model This Week