ଦୁଇ ବାଇକ୍‌ ଓ ଇଣ୍ଡିଗୋକୁ ଧକ୍କା ଦେଲା ଟ୍ରକ, ଜଣେ ଗୁରୁତର

ନୂଆଗାଁ,୨୬ା୫(ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁରଠାରେ ରବିବାର ପୂର୍ବାହ୍ନରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଦୁଇଟି ବାଇକ ଓ ଗୋଟିଏ ଇଣ୍ଡିଗୋକୁ ଧକ୍କାଦେଇଥିଲା। ଫଳରେ ଚାରି ଜଣ ଆହତ ହେବା ସହ ଜଣେ ମହିଳା ଗୁରୁତର ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରବିବାର ପୂର୍ବାହ୍ନରେ ଶିଖରଗୋଛା ଗ୍ରାମର ଧନିଆ ନାୟକ ସ୍ତ୍ରୀ ରେବତୀଙ୍କୁ ବାଇକ ଓଡି ୨୫ ଜି ୫୬୬୨ରେ ବସାଇ ନୂଆଗାଁରୁ ନୟାଗଡ଼ ଅଭିମୁଖେ ଯାଉଥିଲେ। ଏହି ସମୟରେ ଛତିଶଗଡ଼ରୁ ନୟାଗଡ଼ ଯାଉଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ମହିପୁର ରାମଚଣ୍ଡୀ ମନ୍ଦିର ନିକଟରେ ଧନିଆଙ୍କ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଉଭୟ ସେଠାରେ ପଡ଼ିଯାଇଥିଲେ। ସେଠାରୁ ଟ୍ରକଟି ଖସି ଯିବାକୁ ଉଦ୍ୟମ କରିବାବେଳେ ଭାଟସାହିର ଅନ୍ତର୍ଯ୍ୟାମୀ ଭଟ୍ଟ ସ୍ତ୍ରୀଙ୍କୁ ନେଇ ଶ୍ୱଶୁର ଘର ଭିରୁଡ଼ାରୁ ନିଜ ଘରକୁ ବାଇକ ନଂ ଓଡି୨୫ ସି ୫୨୫୮ରେ ଯାଉଥିବାବେଳେ ଧକ୍କା ଦେଇଥିଲା । ବାଇକ ଚାଳକ ଓ ତାଙ୍କ ସ୍ତ୍ରୀ ଦୂରକୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ପୁନର୍ବାର ସେଠାରୁ ଟ୍ରକ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ମହିପୁର ଛକ ନିକଟରେ ଏକ ଇଣ୍ଡିଗୋ କାରକୁ ଧକ୍କା ଦେଇଥିଲା। ଫଳରେ କାର ଚାଳକ ଆହତ ହୋଇଥିଲେ। ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ଟ୍ରକଟିକୁ ଅଟକାଇ ଥିଲେ । ଏହାପରେ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ। ରେବତୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏପରି ତିନୋଟି ଦୁର୍ଘଟଣା ଘଟାଇ ଟ୍ରକଟି ଖସି ଯିବାକୁ ଉଦ୍ୟମ କରୁଥିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ନୂଆଗାଁ ଆଇଆଇସି ମନୋରମା ମଲିକ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଚାଳକଙ୍କୁ ଉଦ୍ଧାର କରି ଦୁଇଟି ବାଇକ, ଇଣ୍ଡିଗୋ ଓ ଟ୍ରକକୁ ଜବତ କରିବା ସହ ଟ୍ରକ ଡାଇଭରକୁ ଥାନାରେ ଅଟକ ରଖିଛନ୍ତି। ଦୁର୍ଘଟଣା ବିଷୟରେ ଟ୍ରକ ଡ୍ରାଇଭର ଦୀପୁ ନାୟକକୁ ପଚାରିବାରୁ ଟ୍ରକଟିର ବ୍ରେକ ଫେଲ୍‌ ହୋଇଯିବାରୁ ଏପରି ଘଟିଲା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମପାଣି ଘାଟିରେ ଓଲଟିଲା ପେଟ୍ରୋଲ ବୋଝେଇ ଟ୍ୟାଙ୍କର: ଯାତାୟାତକୁ ବନ୍ଦ କଲା ପ୍ରଶାସନ

କୋକସରା,୮।୧୨(ଡି.ଏନ୍‌.ଏ.): ୨୬ ନମ୍ବର ଜାତୀୟ ରାଜପଥ କଳାହାଣ୍ଡି ଜିଲା ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିରେ ଗୁରୁବାର ଏକ ପେଟ୍ରୋଲ ବୋଝେଇ ଟ୍ୟାଙ୍କର ଓଲଟି ପଡିଛି। ପାରାଦ୍ୱୀପରୁ...

ବାଲୁକାକଳାରେ ମୁଖ୍ୟମନ୍ତ୍ରୀଙ୍କୁ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ ଅଫିସ,୧୬।୧୦: ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୪ ବର୍ଷରେ ପଦାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା କରି ତାଙ୍କୁ...

ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ଖଲିକୋଟ କନିଷ୍ଠ ମହାବିଦ୍ୟାଳୟ ପରିଦର୍ଶନ

ବ୍ରହ୍ମପୁର ଅଫିସ,୧୬।୧: ଗଞ୍ଜାମ ଜିଲା ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଖଲିକୋଟ କନିଷ୍ଠ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମୀକ୍ଷା କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା...

ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା କାମରେ ଅବ୍ୟବସ୍ଥା

ନୂଆଗାଁ,୧୦।୪ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବିଭିନ୍ନ ରାସ୍ତା ନିର୍ମାଣ ଦାୟିତ୍ୱ ଦିଆଯାଇଛି। ହେଲେ ଅଧିକାରୀ, କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ...

ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର ଜବତ: ୮ ଗିରଫ

ଗଞ୍ଜାମ, ୧୭।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାଳିବନ୍ଧସ୍ଥିତ ଋଷୁକୁଲ୍ୟା ମୁହାଣ ଠାରୁ ୮ କିଲୋମିଟର ସମୁଦ୍ର ମଧ୍ୟରେ ବେଆଇନ ଭାବେ ମାଛ ମାରୁଥିବା ଏକ ଟ୍ରଲରକୁ ସୋମବାର...

ଦୁର୍ଗମ ଗାଁର ଦୁଃଖ

ରାଇସୁଆଁ, ୩୦।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଓ ମହାଦେଇଯୋଡା ପଞ୍ଚାୟତର କେତେକ ଗାଁ ଆଜି ବି ଦୁର୍ଗମ ଇଲାକା ହୋଇ ରହିଛି।...

ହାଇକୋର୍ଟରେ ମୂର୍ତ୍ତି ଉଚ୍ଚତା ବିବାଦ ମାମଲା: ଶୁଣାଣି ଶେଷ, ଆଜି ରାୟ ପ୍ରକାଶ ପାଇବ

କଟକ ଅଫିସ,୧୭ା୯: ହାଇକୋର୍ଟରେ ମୂର୍ତ୍ତି ଉଚ୍ଚତା ବିବାଦ ସମ୍ପର୍କିତ ଆଗତ ମାମଲାର ଶୁଣାଣି ଗୁରୁବାର ହୋଇଛି। ଶୁକ୍ରବାର ଏହି ମାମଲାର ରାୟ ପ୍ରକାଶ ପାଇବ। ମୁଖ୍ୟ...

ଗଞ୍ଜାମ କୋଭିଡ ହସ୍ପିଟାଲ ପାଇଁ ଏମ୍‌କେସିଜିରୁ ଯିବେ ୧୬ ଡାକ୍ତର, ୨୪ରେ ଯୋଗ ଦେବାକୁ ନିର୍ଦ୍ଦେଶ

ଛତ୍ରପୁର, ୧୮।୪(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲାର ଶିତଳାପଲିଠାରେ ଥିବା ଟାଟା ଷ୍ଟିଲ ମେଡ଼ିକାଲ ହସ୍ପିଟାଲକୁ ଟାଟା ଗ୍ରୁପର ସହାୟତାରେ ଓଡିଶା ସରକାରଙ୍କ ପକ୍ଷରୁ କୋଭିଡ-୧୯ ହସ୍ପିଟାଲରେ ପରିଣତ...

Advertisement
Archives

Model This Week