ଦୀର୍ଘ ୯ ବର୍ଷ ପରେ କରନଙ୍କ ସହ କାମ କରିବେ ଶାହାରୁଖ!

ମୁମ୍ବାଇ: ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖ କିଛିଦିନ ହେବ ବଡ ପରଦାରୁ ଏକ ପ୍ରକାର ଦୂରେଇ ରହିଛନ୍ତି କହିଲେ ଚଳେ। ‘ଜିରୋ’ରେ ସଫଳତା ମିଳି ନ ଥିବା ପରଠାରୁ ସେ ଏକ ପ୍ରକାର ଚୁପ୍‌ ରହିଛନ୍ତି ବୋଲି କୁହାଯାଉଛି। ତେବେ ତାଙ୍କ ପ୍ରଶଂସକମାନେ ପୁଣିଥରେ ଶାହାରୁଖଙ୍କୁ ପରଦାରେ ଦେଖିବାକୁ ବ୍ୟସ୍ତ ହୋଇ ପଡିଲେଣି। ନିକଟରେ ସେ ତାଙ୍କ ଜନ୍ମଦିନରେ ୨୦୨୦ରେ ପରଦାକୁ ନିଶ୍ଚୟ ଫେରିବେ ବୋଲି କଥା ଦେଇଥିଲେ। ଏବେ ଶୁଣିବାକୁ ମିଳିଛି କି ଦୀର୍ଘ ୯ ବର୍ଷ ପରେ ସେ ପୁଣିଥରେ ବଲିଉଡ୍‌ ନିର୍ଦ୍ଦେଶକ କରନ ଜୋହରଙ୍କ ସହ କାମ କରିବାକୁ ଯାଉଛନ୍ତି। ‘ମାଇଁ ନେମ୍‌ ଇଜ୍‌ ଖାନ୍‌’ପରେ ସେ ଆଉ କରନଙ୍କ ସହ କାମ କରି ନାହାନ୍ତି। ଅବଶ୍ୟ ଏହା ଅଫିସିୟାଲି ଘୋଷଣା କରାଯାଇନାହିଁ। ଆହୁରି ମଧ୍ୟ କୁହାଯାଉଛି କି ଏହି ଫିଲ୍ମରେ ଶାହାରୁଖଙ୍କ ସହ ରଣବୀର କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଯଦି ଏହା ହୁଏ ତେବେ ଶାହାରୁଖଙ୍କ ଫ୍ୟାନମାନଙ୍କ ପାଇଁ ଏହା ବଡ ଖବର ହେବ। ଏହା ବ୍ୟତୀତ ଶାହାରୁଖ ଏଥର ବୁଝି ବିଚାରି ଫିଲ୍ମ କରିବେ ବୋଲି କୁହାଯାଉଛି। ଯାହା ପୁଣିଥରେ ତାଙ୍କ କ୍ୟାରିୟରକୁ ଟ୍ରାକ୍‌କୁ ଫେରାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

‘ବିଗ୍‌ ବସ୍‌’ ଟ୍ରଫିର ଝଲକ ଦେଖି ପ୍ରଶଂସକ ଦିଓ୍ବାନା: ମନପସନ୍ଦ ପ୍ରତିଯୋଗୀଙ୍କ ପାଇଁ ଚାଲୁଛି କ୍ୟାମ୍ପେନ୍‌

ବମ୍ବେ: ଆଉ କିଛି ଦିନ ପରେ ଶେଷ ହେବ ‘ବିଗ୍‌ ବସ୍‌’। ପ୍ରଶଂସକମାନେ ବିଜେତା କିଏ ହେବ ସେ ନେଇ ଉତ୍ସାହିତ ରହିଥିବା ବେଳେ ଶୋ’...

ପାକିସ୍ତାନ ଜେଲ୍‌ରେ ୨ ବର୍ଷ କଏଦୀ ଜୀବନ କାଟିଥିଲେ ଏହି ପ୍ରସିଦ୍ଧ ଅଭିନେତା

ଇତ୍‌ନା ସନ୍ନାଟା କ୍ୟୁଂ ହୈ ଭାଇ, ୪୫ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ଶୋଲେ ଚଳଚ୍ଚିତ୍ରର ଏହି ପ୍ରସିଦ୍ଧ ସଂଳାପକୁ ଲୋକମାନେ ଏବେ ମନେ ରଖିଛନ୍ତି।...

କୁକୁର ମନା କରିବାରୁ ଏହି ସୁପରହିଟ୍‌ ଫିଲ୍ମ କରିବାକୁ ମନା କରିଥିଲେ ଅଭିନେତା

ବଲିଉଡ୍‌ ଅଭିନେତା ରାଜକୁମାରଙ୍କ ସହ ଜଡିତ ସମସ୍ତ କାହାଣୀ ଶୁଣିବାକୁ ଆଜି ବି ଲୋକମାନେ ପସନ୍ଦ କରନ୍ତି। ତାଙ୍କୁ ଯାହା ପସନ୍ଦ ଆସୁଥିଲା ତାହା ସେ...

ଥିଏଟର କଳାକାରଙ୍କ ପାଇଁ ଆଗେଇ ଆସିଲେ ଭାଇଜାନ

ମୁମ୍ବାଇ: କରୋନା ମହାମାରୀକୁ ନେଇ ଦେଶ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ଏହି ସମୟରେ ଅନେକ ଲୋକ ସେମାନଙ୍କର ରୋଜଗାର ହରାଇଥିବା ବେଳେ...

ବିଗ୍‌ବସ୍‌ ପରେ ରଶ୍ମୀଙ୍କ ସହ କଥା ହେବାକୁ ପସନ୍ଦ କରୁନାହାନ୍ତି ଶେହନାଜ

ବମ୍ବେ: ପୁଣି ଥରେ ଟେଲି ପରଦାକୁ ଫେରିଛି ସମସ୍ତଙ୍କର ପ୍ରିୟ ରିଆଲିଟି ଶୋ ‘ବିଗ୍‌ବସ୍‌’। ତଫାତ ଏତିକି ପୁଣି ଥରେ ପୁରୁଣା ଏପିସୋଡ ଦର୍ଶକଙ୍କୁ ଦେଖିବାକୁ...

ବିବାଦ ଘେରରେ ଶାହରୁଖ: କେବଳ ଏହି ଅଭିନେତ୍ରୀଙ୍କ ପାଇଁ ସଲମାନଙ୍କ ସହ ହୋଇଥିଲା ଝଗଡ଼ା

ବଲିଉଡ ଇଣ୍ଡଷ୍ଟ୍ରିରେ କିଙ୍ଗ ଖାନ ନାମରେ ଜଣାଶୁଣା ଶାହରୁଖ ଖାନ ନଭେମ୍ବର ୨ରେ ତାଙ୍କର ୫୫ ତମ ଜନ୍ମଦିନ ପାଳନ କରୁଛନ୍ତି। ଶାହରୁଖ ସମଗ୍ର ବିଶ୍ୱରେ...

ଜୁଆ ଖେଳି ଗିରଫ ହେଲେ ଏହି ଲୋକପ୍ରିୟ ଅଭିନେତା

ଲୋକପ୍ରିୟ ତାମିଲ ଅଭିନେତା ଶାମଙ୍କୁ ତାମିଲନାଡୁର ରାଜଧାନୀ ଚେନ୍ନାଇର ଅପସ୍କେଲ ନନ୍‌ଗମ୍ବାକମ୍‌ ସ୍ଥିତ ଆପାର୍ଟମେଣ୍ଟରୁ ଜୁଆ ଖେଳିବା ଅଭିଯୋଗରେ ପୋଲିସ ଗିରଫ କରିଛି। ଶାମଙ୍କ ସହ...

ଲୁଟେ କୋଇ ମନ୍‌ କା ନଗର…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନଙ୍କୁ ଶୁକ୍ରବାର ୭୩ ବର୍ଷ ପୂରଣ ହୋଇଛି। ସେ ୧୯୪୮ ଏପ୍ରିଲ ୯ରେ ଜବଲପୁରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ...

Advertisement

BGU

Archives

Model This Week

Why Dharitri