ଦୀପମୟ କପିଳାସ

ଢେଙ୍କାନାଳ ଅଫିସ, ୨୨।୨ – ପବିତ୍ର ଜାଗରଯାତ୍ରାକୁ ନେଇ ଶିବମୟ ହୋଇଉଠିଛି କପିଳାସ। ମହାପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଆଶୀର୍ବାଦ ଭିକ୍ଷା କରିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଶିବ ପଞ୍ଚାକ୍ଷରୀ ମନ୍ତ୍ର, ଶିବ ସ୍ତୋତ୍ରରେ ପ୍ରକମ୍ପିତ ହୋଇଉଠିଥିଲା ସମଗ୍ର ପୀଠ ପରିସର। ଶିବ ଆରାଧନାରେ ଆବାଳବୃଦ୍ଧବନିତା ମଗ୍ନ ହୋଇଯାଇଥିବାବେଳେ କମିଯାଇଥିଲା ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଦୂରତା।
ଚଳିତ ବର୍ଷ ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖରଙ୍କ ଜାଗରଯାତ୍ରାରେ ସାମିଲ ହୋଇଥିଲେ ୩ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ। ମହାଦେବଙ୍କ ଚିତ୍ତାକର୍ଷକ ସୁନାବେଶ, ନାଗାଭରଣ ବେଶ ଏବଂ ମାତା ପାର୍ବତୀଙ୍କ ରାଜରାଜେଶ୍ୱରୀ ବେଶ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଲମ୍ବାଧାଡ଼ି ଲାଗିଥିଲା। ସନ୍ଧ୍ୟାରେ ବ୍ରତଧାରୀଙ୍କ ଦୀପ ପ୍ରଜ୍ୱଳନ ପରେ ଝଲସି ଉଠିଥିଲା ବନପାହାଡ଼ ଘେରା କପିଳାସ ମନ୍ଦିର। ହରହର ମହାଦେବ, ହୁଳହୁଳି, ହରିବୋଲ ନାଦରେ ସମଗ୍ର ଅଞ୍ଚଳରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ।
ଅନ୍ୟପଟେ ଜାଗର ଯାତ୍ରା ଉପଲକ୍ଷେ ପ୍ରାତଃ ସମୟରୁ ମହାଦେବଙ୍କ ନୀତି ନିର୍ଦ୍ଧାରିତ ସମୟରେ ଶେଷ ହୋଇଥିଲା। ଏହାପରେ ସର୍ବସାଧାରଣଙ୍କ ଦର୍ଶନ ଲାଗି ଦ୍ୱାର ଫିଟା ଯାଇଥିଲା। ସନ୍ଧ୍ୟା ୬ଟାରେ ଆଳତି ଶେଷ ହେବା ପରେ ରାତି ୭ଟାରୁ ସାଢ଼େ ୮ଟା ମଧ୍ୟରେ ପ୍ରଥମ ଚାରିପୂଜା ଅନୁଷ୍ଠିତ ହୋଇଛି। ରାତି ସାଢ଼େ ୮ଟାରୁ ୧୦ମଧ୍ୟରେ ପୀଠ ପୁରୋଧାଙ୍କ ଚାରିପୂଜା ଶେଷ ହୋଇଛି। ଭୋର ୪ଟା ୨୦ରେ ମହାଦୀପ ମନ୍ଦିର ଚୂଡ଼ାକୁ ଉଠିବା କାର୍ଯ୍ୟକ୍ରମ ରହିଛି। ରାଜ ପରିବାର ପକ୍ଷରୁ ରାଜପୁରୋଧା ପଞ୍ଚାନନ ମିଶ୍ର ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିଥିଲେ। ଅନ୍ୟପଟେ ପୀଠକୁ ଯାଇଥିବା ବାରବାଙ୍କ ରାସ୍ତା, ପାହାଚ ରାସ୍ତାରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ନଜରରେ ରଖି ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସନ୍ଧ୍ୟା ପରେ ଘାଟି ରାସ୍ତାରେ ଭିଡ଼ ନିୟନ୍ତ୍ରଣ କରିବାକୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ବିଧାୟକ ସୁଧୀର କୁମାର ସାମଲ, ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା, ଏସ୍‌ପି ଅନୁପମା ଜେମ୍‌ସ, ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା, ଅତିରିକ୍ତ ଏସ୍‌ପି ବିନୟକୃଷ୍ଣ କାମିଲା, ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର ପ୍ରମୁଖ ଠାକୁରଙ୍କ ନୀତିକାନ୍ତି ଏବଂ ଶୃଙ୍ଖଳା ତଦାରଖ କରିଥିଲେ। ଚଳିତ ବର୍ଷ ପୀଠରେ ୧୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଟ ଖୋଜୁଛି ବାଟ

କାମାକ୍ଷାନଗର, ୨୫।୧୨: ହାଟ କେବଳ ବ୍ୟବସାୟିକ କେନ୍ଦ୍ରସ୍ଥଳ ନୁହେଁ, ଅଧିକନ୍ତୁ ଏହା ସାମାଜିକ, ସାଂସ୍କୃତିକ ଭାବଧାରାର ପ୍ରତୀକ। ଦ୍ରୁତ ସହରୀକରଣ, ମଲ୍‌ କଲ୍‌ଚର, ଅନ୍‌ଲାଇନ୍‌ ମାର୍କେଟିଂ...

କାମାକ୍ଷାନଗରରେ ଆଦିବାସୀଙ୍କ ମେଳି: ୧୦ ଦଫା ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କାମାକ୍ଷାନଗର,୨୨।୭(ଡି.ଏନ.ଏ.)- ୧୦ ଦଫା ଦାବିରେ ଆଦିବାସୀ କ୍ରାନ୍ତି ସଂଗଠନ, ଆଦିବାସୀ ଚେତନା ସଂଗଠନ ଓ ମିଳିତ ଆଦିବାସୀ ସଂଘର୍ଷ ମଞ୍ଚର ଶତାଧିକ ଆଦିବାସୀ ସୋମବାର କାମାକ୍ଷାନଗର...

ଡକାୟତି ଯୋଜନା ପଣ୍ଡ, ୫ ଗିରଫ

ଢେଙ୍କାନାଳ ଅଫିସ, ୨୫।୨: ଡକାୟତି କରିବା ପାଇଁ ଯୋଜନା କରୁଥିବାବେଳେ ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ ହାତରେ ଧରାପଡ଼ିଛି ଏକ ୫ଜ ଣିଆ ଗ୍ୟାଙ୍ଗ୍‌। ସେମାନେ...

ଅମଲାପଡ଼ା ଟୁଙ୍ଗିରେ ମହିମା ମେଳା: ଖଞ୍ଜଣି ଭଜନରେ କମ୍ପିଲା ପରିବେଶ

ଢେଙ୍କାନାଳ ଅଫିସ, ୨୬।୫: ଢେଙ୍କାନାଳ ସହର ବସଷ୍ଟାଣ୍ଡ୍‌ ଅମଲାପଡ଼ାସ୍ଥିତ ୧୧୦ ବର୍ଷ ପ୍ରାଚୀନ ମହିମା ଟୁଙ୍ଗିରେ ସୋମବାର ମହାସମାରୋହରେ ମହିମା ମେଳା ପାଳିତ ହୋଇଯାଇଛି। ଅନୁଗାମୀ ପ୍ରସନ୍ନା...

ଧିମେଇଛି ଗଜ ସୁରକ୍ଷା ପ୍ରକଳ୍ପ

ରତନ ନାୟାର ଢେଙ୍କାନାଳ ଅଫିସ୍‌, ୮।୧୦: ସାଇରନ୍‌ ବଜାଇ ବୁଲୁଛି ‘ଐରାବତ’। ନିଯୁକ୍ତ ହୋଇଛନ୍ତି ‘ଗଜବନ୍ଧୁ’। ଅଭୟାରଣ୍ୟ ନିକଟବର୍ତ୍ତୀ ଗ୍ରାମରେ କରାଯାଇଛି ‘ସୋଲାର ଫ୍ୟାନ୍ସିଂ’ ବ୍ୟବସ୍ଥା।...

ଆତ୍ମନିର୍ଭର ପଥରେ ଅନ୍ତେବାସୀ

ଢେଙ୍କାନାଳ ଅଫିସ, ୫।୨ କଠୋର ଅନୁଶାସନର ଅନ୍ୟତମ ସ୍ଥାନ ହେଉଛି କାରାଗାର। ଜାଣତ ବା ଅଜାଣତରେ ଅପରାଧର ଟ୍ୟାଗ୍‌ ଲାଗି ଏଠାକୁ ଆସିବା ପରେ ବଦଳିଯାଏ...

ହାତୀ ଆକ୍ରମଣ: ଦୁଇ ଚାଷୀ ଗୁରୁତର

ପରଜଙ୍ଗ,୧୨।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନରେ କୁନ୍ଦନଦେଇପୁର ଗ୍ରାମ ନିକଟ ବେରେଣାରେ ଗୁରୁବାର ସକାଳେ କ୍ଷେତରୁ ଧାନ କାଟୁଥିବା ବେଳେ...

ପାନୀୟ ଜଳଯୋଗାଣ ନିଶ୍ଚିତ କର

ଢେଙ୍କାନାଳ ଅଫିସ, ୩।୪ ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶନିବାର ଜିଲାସ୍ତରୀୟ ଜଳ ଓ ପରିମଳ କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗ୍ରୀଷ୍ମପ୍ରବାହକୁ...

Advertisement
Archives

Model This Week