Posted inଜାତୀୟ

ଦିଲ୍ଲୀ ଭୟାବହ ଅଗ୍ନିକାଣ୍ଡରେ ୬ମୃତ: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୮: ଦିଲ୍ଲୀ ଜାକିର ନଗର ସ୍ଥିତ ଥିବା ୪ମହଲା ବିଶିଷ୍ଟ ଏକ କୋଠା ଘରେ ସୋମବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ମହିଳା, ୨ପୁରୁଷ ଓ ୨ଜଣ ପିଲା ଥିବା ଜଣାପଡ଼ିଛି। ଏଥିସହ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ଉକ୍ତ ମହଲାରେ ବିଦ୍ୟୁତ୍‌ ମିଟର ବୋର୍ଡରୁ ନିଆଁ ଲାଗି ଚାରିଆଡ଼େ ବ୍ୟାପି ଯାଇଥିଲା। ଖବରପାଇ ଘଟଣାସ୍ଥଳରେ ୮ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ୨୦ଜଣଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ଦୁଇଜଣ ଦମକଳ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଏହି ନିଅଁା ଏତେ ଭୟଙ୍କର ଥିଲା ଯେ ପାର୍କିଂରେ ଠିଆ ହୋଇଥିବା ୭ଟି କାର ଓ ୮ ବାଇକ୍‌ ପୋଡ଼ି ଭସ୍ମିଭୂତ ହୋଇଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟ ଯୋଗୁ ଏହା ଘଟିଥାଏ ବୋଲି ପୋଲିସ ଅଧିକାରୀ ପ୍ରାଥମିକ ତଦନ୍ତରୁ ସୂଚନା ଦେଇଛନ୍ତି। ଅନ୍ୟପଟେ ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଦୁଃଖ ପ୍ରକାଶ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପ୍ରଭାବିତ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କେଜ୍ରିଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପଯୁକ୍ତ ଝିଅ ମିଳିଲେ ବାହାହେବି: ରାହୁଲ

ନୂଆଦିଲ୍ଲୀ,୨୪।୧: ଉପଯୁକ୍ତ ଝିଅ ମିଳିଲେ ବିବାହ କରିବେ ବୋଲି କଂଗ୍ରେସ ନେତା ତଥା ଅନେକଙ୍କ ଦୃଷ୍ଟିରେ ଭାରତର ସବୁଠୁ ଯୋଗ୍ୟ ଅବିବାହିତ ରାହୁଲ ଗାନ୍ଧୀ କହିଛନ୍ତି।...

ଖୋଲିବ ଐତିହାସିକ ମୋଗଲ ଗାର୍ଡେନ

ନୂଆଦିଲ୍ଲୀ,୧୧।୨: ରାଷ୍ଟ୍ରପତି ଭବନରେ ଅବସ୍ଥିତ ଐତିହାସିକ ତଥା ବିଶାଳ ମୋଗଲ ଗାର୍ଡେନ ଫେବୃୟାରୀ ୧୨ରୁ ଖୋଲିବ। ଚଳିତ ବର୍ଷ କରୋନା ସଂକ୍ରମଣର ବୃଦ୍ଧି ହେତୁ ଏହାକୁ...

ଆସାମ ବନ୍ୟା ସ୍ଥିତି ସଙ୍ଗିନ: ୭ ମୃତ, ୧୫ ଲକ୍ଷ ପ୍ରଭାବିତ

ଗୁଆହାଟୀ,୧୪ା୭: ଆସାମରେ ବନ୍ୟାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟର ୩୩ ଜିଲା ମଧ୍ୟରୁ ୨୫ଟି କ୍ଷତିଗ୍ରସ୍ତ ହୋଇଛି।...

ପ୍ରଣବ ମୁଖାର୍ଜୀ ଗୁରୁତର

ନୂଆଦିଲ୍ଲୀ, ୧୨ା୮: ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ି ଥିବା ଜଣାପଡ଼ିଛି। ସେ ଏବେ ମିଲିଟାରି ହସ୍ପିଟାଲରେ...

ଦୈନିକ ମୃତ୍ୟୁ ସଂଖ୍ୟା ସଂକ୍ରମଣରେ ବ୍ରେକ୍‌…

ନୂଆଦିଲ୍ଲୀ, ୨୩।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ଅପରେଶନ ବେଳେ ହତବାକ୍‌ ହେଲେ ଡାକ୍ତର: ପେଟରୁ ବାହାରିଲା ଛୁଞ୍ଚି, ବେଲ୍ଟ ସମେତ ୩୩ ସାମଗ୍ରୀ

ଛତ୍ରପୁର,୧୭।୭: ମଧ୍ୟପ୍ରଦେଶରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଜଣେ ରୋଗୀଙ୍କ ପେଟରୁ ଡାକ୍ତର ୩୩ ପ୍ରକାରର ଜିନିଷ ବାହାର କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଛତ୍ରପୁର...

୩୦ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୧୨।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ଦେବୀ ସୀତାଙ୍କ ଉପରେ ଅପମାନଜନକ ଟିପ୍ପଣି ଦେଇ ଅଡୁଆରେ ଟିଏମ୍‌ସି ଏମ୍‌ପି

କୋଲକାତା,୧୧ ।୧: ପଶ୍ଚିମବଙ୍ଗରେ ଦେବୀ ସୀତାଙ୍କୁ ନେଇ ତ୍ରୁଣମୂଳ କଂଗ୍ରେସର ଏମ୍‌ପି କଲ୍ୟାଣ ବାନାର୍ଜୀ ଏକ ଅପମାନ ଜନକ ଟିପ୍ପଣି ଦେଇଛନ୍ତି । ଏହାପରେ ଏବେ...

Advertisement
Archives

Model This Week