Posted inଜାତୀୟ

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନ: ଏବିଭିପି ହାତରେ ୩ ପଦବୀ

ନୂଆଦିଲ୍ଲୀ,୧୪ା୯(ପି.ଟି.): ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଆର୍‌ଏସ୍‌ଏସ୍‌ ସ୍ବୀକୃତିପ୍ରାପ୍ତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପ୍ରାର୍ଥୀ ସଭାପତି ସମେତ ୩ଟି ପଦବୀରେ ବିଜୟୀ ହୋଇଥିବାବେଳେ ସମ୍ପାଦକ ପଦବୀରେ କଂଗ୍ରେସ ସମର୍ଥତ୍ତ ଏନ୍‌ଏସ୍‌ୟୁଆଇ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଭୋଟଗଣତି ହେଉଥିବା କିଙ୍ଗ୍‌ସଓ୍ବେ କ୍ୟାମ୍ପ ବାହାରେ ସମର୍ଥକମାନେ ଢ଼ୋଲ ବଜାଇ ନାଚି ବିଜୟ ଉତ୍ସବ ମନାଇଛନ୍ତି। ବିଶ୍ୱବିଦ୍ୟାଳୟର ଆର୍ଟ ଫାକଲ୍ଟିରୁ ବିଜୟୀ ପ୍ରାର୍ଥୀଙ୍କୁ ଶୋଭାଯାତ୍ରାରେ ନିଆଯାଇଥିଲା।
ଏବିଭିପିର ଅକ୍ଷିତ ଡାହିୟା ଛାତ୍ରସଂସଦ ସଭାପତି ନିର୍ବାଚିତ ହୋଇଛନ୍ତି। ସେ ଭାରତର ଜାତୀୟ ଛାତ୍ର ୟୁନିୟନ (ଏନ୍‌ଏସ୍‌ୟୁଆଇ) ପ୍ରାର୍ଥୀ ଚେତନା ତ୍ୟାଗୀଙ୍କୁ ୧୯ ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ହରାଇଛନ୍ତି। ଉପସଭାପତି ଓ ଯୁଗ୍ମ ସମ୍ପାଦକ ପଦବୀରେ ଏବିଭିପିର ପ୍ରଦୀପ ତନଓ୍ବାର ଓ ଶାବାଙ୍ଗୀ ଖରଓ୍ବାଲ ବିଜୟୀ ହୋଇଛନ୍ତି। ଏନ୍‌ଏସୟୁଆଇର ସମ୍ପାଦକ ପ୍ରାର୍ଥୀ ଆଶିଷ ଲାମ୍ବା ଏବିଭିପି ପ୍ରାର୍ଥୀ ଯୋଗୀ ରାଠିଙ୍କୁ ୨୦୫୩ ଭୋଟରେ ପରାଜିତ କରିଛନ୍ତି। ଗୁରୁବାର ହୋଇଥିବା ଛାତ୍ରସଂସଦ ନିର୍ବାଚନରେ ୩୯.୯୦ ପ୍ରତିଶତ ମତଦାନ ହୋଇଥିଲା, ଯାହା ଗତବର୍ଷ ତୁଳନାରେ ୪ ପ୍ରତିଶତ କମ୍‌ ଥିଲା। ଇଭିଏମ୍‌ରେ ଜାଲିଆତି ଅଭିଯୋଗ ହୋଇଥିଲା। ୧.୩ ଲକ୍ଷ ଭୋଟରଙ୍କ ପାଇଁ ୫୨ ଭୋଟଗ୍ରହଣ କେନ୍ଦ୍ର କରାଯାଇଥିଲା। ୪ ଛାତ୍ରୀଙ୍କ ସମେତ ୧୬ ଜଣ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ୧୦୦ ପ୍ରତିଶତ ଫିଟ୍‌ ନାହିଁ: ଚାଞ୍ଚଲ୍ୟକର ଖୁଲାସା କଲେ କୋହଲି

ନୂଆଦିଲ୍ଲୀ,୧୭।୪: ୨୦୨୬ ଆଇପିଏଲ ସିଜିନରେ ବିରାଟ କୋହଲିଙ୍କ ବ୍ୟାଟିଂ ସଫଳ ହୋଇଛି। ତାଙ୍କ ବ୍ୟାଟିଂକୁ ବହୁତ ପ୍ରଶଂସା ମିଳୁଥିଲେ ମଧ୍ୟ ତାଙ୍କ ଫିଟନେସକୁ ମଧ୍ୟ ସମାନ ଭାବରେ…

ଲୋକ ସଭା ଭୋଟିଂ ପୂର୍ବରୁ ନାରୀଙ୍କୁ ନେଇ ସ୍ବତନ୍ତ୍ର ପୋଷ୍ଟ ଶେୟାର କଲେ ମୋଦି, ଜାଣନ୍ତୁ କ’ଣ ଲେଖିଲେ

ନୂଆଦିଲ୍ଲୀ,୧୭।୪: ଆଜି (୧୭ ଏପ୍ରିଲ) ସଂସଦର ସ୍ବତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନ। ଏହି ସ୍ବତନ୍ତ୍ର ଅଧିବେଶନ ସମୟରେ, କେନ୍ଦ୍ର ସରକାର ମୋଟ ତିନୋଟି ବିଲ ଆଗତ କରିବାକୁ…

ମୁଣ୍ଡ ନୁଆଁଇବ ନାହିଁ ଭାରତ, ଆମେରିକାର ରୋକ୍‌ ମଧ୍ୟରେ କିଣିବ ରୁଷୀୟ ତେଲ

ନୂଆଦିଲ୍ଲୀ,୧୭।୪: ଭାରତ କେଉଁଠାରୁ ଏବଂ କାହାଠାରୁ ତେଲ କିଣିବ? ଆମେରିକା ଏହା ନିଷ୍ପତ୍ତି ନେବ ନାହିଁ। ଭାରତ ନିଜେ ନିଷ୍ପତ୍ତି ନେବ। ହଁ, ଆମେରିକା ରୁଷୀୟ ତେଲ…

ପଡ଼ିଆ ମଝିରେ ହାର୍ଦ୍ଦିକ ପାଣ୍ଡ୍ୟା- ବୁମ୍‌ରାଙ୍କ ମଧ୍ୟରେ ହେଲା ଭୟଙ୍କର ଝଗଡ଼ା! କାରଣ ଜାଣିଲେ…

ନୂଆଦିଲ୍ଲୀ,୧୭।୪: IPL ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏପର୍ଯ୍ୟନ୍ତ କିଛି ଭଲ ଚାଲିନାହିଁ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଦଳ ଲଗାତାର ଚାରୋଟି ମ୍ୟାଚ ହାରିଛି। ବିଶ୍ୱର ସବୁଠାରୁ…

ଯୁଦ୍ଧକୁ ନେଇ ଅଲ୍ଟିମେଟମ୍‌ ଦେଲା ଭାରତ: ବରଦାସ୍ତ କରିବୁ ନାହିଁ…

ନୂଆଦିଲ୍ଲୀ,୧୭।୪: ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପାର୍ବଥନେନୀ ହରିଶ ଇରାନ ଏବଂ ଉପସାଗରୀୟ ଅଞ୍ଚଳରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଭାରତର ସ୍ପଷ୍ଟ ମତ ରଖିଛନ୍ତି। ସେ ଉଲ୍ଲେଖ…

ବ୍ରିଜ କାନ୍ଥକୁ ପିଟି ହୋଇ ଓଲଟି ପଡିଲା CRPF ବାଟାଲିଅନ ଗାଡ଼ି, ୨ ଗୁରୁତର

ଅତାବିରା, ୧୭।୪(ଯୁଧିଷ୍ଠିର ମହାପାତ୍ର ): ଦୁର୍ଘଟଣା ଗସ୍ତ ହେଲା CRPF ବାଟାଲିଅନ ଗାଡ଼ି । ସମ୍ବଲପୁର ବରଗଡ଼ ୫୩ନଂ ଜାତୀୟ ରାଜପଥ ଅତାବିରା ଦମଦମା ପୋଲ ଉପରେ…

ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ସଫଳତା, ୯୮% ରଖି ପ୍ରିୟାଂଶୁ ମହାରଣା ପ୍ରଥମ

ଲାଞ୍ଜିଗଡ,୧୭।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ରୀଛାତ୍ର ସିବିଏସଇ ଦଶମ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ବୁଧବାର ପରୀକ୍ଷା…

ଗଞ୍ଜାମ ଶତ୍ରୁଷୋଲରେ ଟପ୍ପର ହେଲେ ପ୍ରତୀକ୍ଷା ପଲାଇ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୧୭।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଶତ୍ରୁଷୋଲ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ପଲାଇ ଚଳିତ ସିବିଏସ୍‌ଇ ପରୀକ୍ଷାରେ ଅସାଧାରଣ ସଫଳତା ହାସଲ କରି ସମଗ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri