Posted inଖେଳ

ଦିଲ୍ଲୀ ଫ୍ରାଞ୍ଚାଇଜ ଟ୍ରେନରଙ୍କ ସହ ଟ୍ରେନିଂ ଆରମ୍ଭ କଲେ ବୁମରା

ନୂଆଦିଲ୍ଲୀ,୩।୧୨- ପିଠି ଜନିତ ସମସ୍ୟାରୁ ମୁକୁଳିବା ପରେ ଦିନିକିଆ ଫର୍ମାଟର ନମ୍ବର ଓ୍ବାନ ବୋଲର ଯଶପ୍ରୀତ ବୁମରା ମଙ୍ଗଳବାରଠାରୁ ଟ୍ରେନିଂ ଆରମ୍ଭ କରିଛନ୍ତି। ସେ ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ)ଠାରେ ଆଇପିଏଲ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ ଟ୍ରେନର ରଜନିକାନ୍ତ ଶିଭାଗନାନମଙ୍କ ତତ୍ତ୍ୱାବଧାନରେ ଟ୍ରେନିଂ କରୁଛନ୍ତି। ସେ ଗତ ସେପ୍ଟେମ୍ବରରେ ଆହତ ହୋଇଥିଲେ। ଏହି କାରଣରୁ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷ ଘରୋଇ ସିରିଜ୍‌ରେ ଖେଳି ନ ଥିଲେ। ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ ମଧ୍ୟ ସେ ଖେଳିପାରିବେ ନାହିଁ। ୨୫ ବର୍ଷୀୟ ପେସର ଆଗାମୀ ବର୍ଷ ଜାନୁୟାରୀ ୨୪ ତାରିଖଠାରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ଗସ୍ତରେ ଜାତୀୟ ଦଳକୁ ଫେରିବେ ବୋଲି ଆଶା କରାଯାଉଛି। ସେଠାରେ ଭାରତୀୟ ଦଳ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦, ୩ ଦିନିକିଆ ଓ ଦୁଇ ଟେଷ୍ଟ ସିରିଜ୍‌ ଖେଳିବ। ତେବେ ଦିଲ୍ଲୀ ଫ୍ରାଞ୍ଚାଇଜ ଟ୍ରେନର ରଜନିକାନ୍ତଙ୍କ ସହ ବୁମରା ବ୍ୟକ୍ତିଗତ ଭାବେ ଟ୍ରେନିଂ କରୁଛନ୍ତି। ଆଇପିଏଲ ସିଜନ ଶେଷ ହେଲା ପରେ ରଜନିକାନ୍ତ ସମସ୍ତଙ୍କ ସହ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥାନ୍ତି। ତାଙ୍କୁ ଦିଲ୍ଲୀ ଦଳର ପ୍ରାଥମିକ ପରାମର୍ଶ ଦାତା ରଖାଯାଇଛି। ଏହା ସମ୍ପୂର୍ଣ୍ଣ ରୂପେ ବ୍ୟକ୍ତିଗତ ଟ୍ରେନିଂ ସେସନ ବୋଲି ଦିଲ୍ଲୀ କ୍ୟାପିଟାଲ୍ସ ସୂତ୍ରରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ଜିତିବା ଖୁସିରେ କୋହଲିଙ୍କୁ ଏମିତି କହିଲେ ଅନୁଷ୍କା

ସିଡନୀ,୭।୧୨: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଶିଖର ଧୱନ ଓ କ୍ୟାପଟେନ ବିରାଟ କୋହଲିଙ୍କ ଦମଦାର ଇନିଂସ ବଳରେ ଟିମ ଇଣ୍ଡିଆ ଏଠାରେ ଖେଳାଯାଇଥିବା...

ବୋର୍ଡ ସଭାପତି ଏକାଦଶ ଦଳରେ ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀ, ମାଧୁରୀ ମେହେଟ୍ଟା

ମୁମ୍ବାଇ, ୩୦ା୮ (ପି.ଟି.)-ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ବିପକ୍ଷ ଦୁଇଟି ଓ୍ବାର୍ମଅପ୍‌ ମ୍ୟାଚ ପାଇଁ ୧୫ ଜଣିଆ ବୋର୍ଡ ସଭାପତି ଏକାଦଶ ଦଳ ଘୋଷଣା...

ଅନୁଷ୍କାଙ୍କ ହାତଧରି କ୍ଲିନିକ୍‌ ନେଇ ଗଲେ ବିରାଟ କୋହଲି

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହି ସମୟରେ ସେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। କେବଳ ସୋସିଆଲ ମିଡିଆରେ ନୁହେଁ, ନିଜ...

ବାଉନ୍ସର ପକାଇ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ଙ୍କ ନାକ ହାଡ଼ ଭାଙ୍ଗିଥିଲେ ଏହି ବୋଲର୍‌, ଉଇକେଟ ବି ନେଇ କରିଥିଲେ…

ନୂଆଦିଲ୍ଲୀ,୧୮।୨: କ୍ରିକେଟ ମଇଦାନରେ ଅନେକ ଅବିସ୍ମରଣୀୟ ଘଟଣା ଦେଖିବାକୁ ମିଳିଥାଏ। ସେଥିରୁ ଗୋଟିଏ ହେଉଛି ୧୯୮୬ ଫେବୃୟାରୀ ୧୮ ତାରିଖରେ ଖେଳାଯାଇଥିବା ଏକ ମ୍ୟାଚ୍‌ର ଘଟଣା।...

ପ୍ରଥମ ଟେଷ୍ଟ: ପାକିସ୍ତାନର ଇନିଂସ ବିଜୟ

ହାରାରେ,୩।୫: ଜିମ୍ବାଓ୍ବେ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ପାକିସ୍ତାନ ଏକ ଇନିଂସ ଓ ୧୧୬ ରନରେ ବିଜୟୀ ହୋଇଛି। ଏଥିସହ ୨ ମ୍ୟାଚ୍‌ ବିଶିଷ୍ଟ...

ବଲବୀର ସିଂଙ୍କୁ ଭାରତ ରତ୍ନ ପାଇଁ ଦାବି କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼, ୨୨।୮ (ପି.ଟି.)- କିମ୍ବଦନ୍ତୀ ହକି ଖେଳାଳି ବଲବୀର ସିଂ ସିନିୟରଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ...

ବନମାଳୀପୁର ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଖଣ୍ଡପଡା,୫ା୧୦(ସ୍ବ.ପ୍ର.): ଆଞ୍ଚଳିକ ସ୍ପୋଟର୍‌ସ କ୍ଲବ ବନମାଳୀପୁର ଆନୁକୂଲ୍ୟରେ ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବନମାଳୀପୁର ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ୩୨ ତମ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର...

ଜେଭ୍‌ରେଭଙ୍କୁ ମାଡ୍ରିଡ ଓପନ ଟାଇଟଲ

ମାଡ୍ରିଡ, ୧୧।୫(ଏପି)- ଚମତ୍କାର ଫର୍ମ ବଜାୟ ରଖି ଆଲେକଜାଣ୍ଡର ଜେଭ୍‌ରେଭ ମାଡ୍ରିଡ ଓପନ ଟେନିସ ଟାଇଟଲ ଜିତିଛନ୍ତି। କ୍ୟାରିୟରରେ ଦ୍ୱିତୀୟଥର ପାଇଁ ସେ ମାଡ୍ରିଡ ଟାଇଟଲ...

Ten Cric Info
Advertisement


Archives

Model This Week

Why Dharitri