Posted inଜାତୀୟ

ଦିଲ୍ଲୀ ଦଙ୍ଗା: ହ୍ବାଟସ୍‌ ଆପ୍‌ ଉପରେ କଡା ନଜର

ନୂଆଦିଲ୍ଲୀ,୨୯।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀରେ ଉପୁଜିଥିବା ଦଙ୍ଗା ପରେ ଏବେ ସ୍ଥିତି ସାମାନ୍ୟ ହେବାରେ ଲାଗିଛି। ଏହାପରେ ବି କିଛି ସ୍ଥାନରେ ଚାପା ଉତ୍ତେଜନା ଲାଗି ରହିଛି। ଏବେସୁଦ୍ଧା ଏହି ଦଙ୍ଗାରେ ୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩ଶହ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ପରିସ୍ଥିତିକୁ ଆୟତ୍ତକୁ ଆଣିବାକୁ ଉତ୍ତର-ପୂର୍ବ ଦିଲ୍ଲୀରେ ପ୍ରାୟ ୭ହଜାର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ ସହ ସାକ୍ଷାତ୍‌ କରିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ସେ ପ୍ରଥମଥର ପୁରୀଙ୍କ ସହ ସାକ୍ଷାତ୍‌ କରିଥିବା କହିଛନ୍ତି। ଦିଲ୍ଲୀର ଶାସନ ବ୍ୟବସ୍ଥାରେ ଅନେକ କିଛି ପୁରୀଙ୍କ ମନ୍ତ୍ରଣାଳୟ ଅନ୍ତର୍ଗତ ହୋଇଥିବାରୁ ଆମେ ଦୁହେଁ ମିଶି ଦିଲ୍ଲୀ ପାଇଁ କାମ କରିବୁ ବୋଲି କେଜରିଓ୍ବାଲ କହିଛନ୍ତି। ଦିଲ୍ଲୀ ସରକାରଙ୍କ ତରଫରୁ କୁହାଯାଇଛି କି ହ୍ବାଟସ୍‌ ଆପ୍‌ ମାଧ୍ୟମରେ ଉତ୍ତେଜନା ସୃଷ୍ଟି କରିବା ଭଳି ବାର୍ତ୍ତା ଭାଇରାଲ ହେଉଛି। ତେଣୁ ଏଭଳି ବାର୍ତ୍ତା ଯେଉଁମାନଙ୍କ ନିକଟକୁ ଆସୁଛି ସେମାନେ ତୁରନ୍ତ ଅଭିଯୋଗ କରନ୍ତୁ ବୋଲି ଦିଲ୍ଲୀ ସରକାର କହିଛନ୍ତି। ଏଥିପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ହ୍ବାଟସ୍‌ ଆପ୍‌ ନମ୍ବର ଜାରି କରାଯିବ। ଯେଇଁଥିରେ ଏସମ୍ପର୍କିତ ଅଭିଯୋଗ କରିବାକୁ କହିଛନ୍ତି ସରକାର।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରରେ ସମ୍ଭାବ୍ୟ ହିଂସାକାଣ୍ଡର ମୁକାବିଲା ପାଇଁ ସତର୍କ ରହୁ ପୋଲିସ: ମୋଦି

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୋମବାର କ୍ୟାବିନେଟ୍‌ ବୈଠକ ଶେଷ ହୋଇଛି। ଏହାପରେ ମୋଦି ସୂଚନା ଦେଇଛନ୍ତି ଯେ, ଜମ୍ମୁ-କଶ୍ମୀରରେ ସମ୍ଭାବ୍ୟ ହିଂସାକାଣ୍ଡର ମୁକାବିଲା...

ଉତ୍ତର ପ୍ରଦେଶ ବିଧାନସଭା ପାଇଁ ପଞ୍ଚମ ପର୍ଯ୍ୟାୟ ମତଦାନ ଆରମ୍ଭ: ୬୧ ଆସନ ପାଇଁ ହେଉଛି ମତଦାନ

ଲକ୍ଷ୍ନୌ,୨୭ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ରବିବାର ସକାଳୁ ଆରମ୍ଭ ହୋଇ ଯାଇଛି । ସକାଳ ପ୍ରାୟ ୭ଟାରୁ...

୧୬୭ ବର୍ଷରେ ପ୍ରଥମ ଥର ଭାଙ୍ଗିଲା ପରମ୍ପରା: ପ୍ରତିଷ୍ଠା ଦିବସରେ ଗଡିଲାନି ଯାତ୍ରୀବାହୀ ଟ୍ରେନ୍‌

ନୂଆଦିଲ୍ଲୀ,୧୭।୪: କରୋନା ଭାଇରସ ଏବେ‘ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଏହି ମହାମାରୀର ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିଯୋଗୁ ଗାଡିମୋଟର...

ବିମାନ ହେଲା ଦୁଇ ଫାଳ…

ପୁଣେ,୨୫।୭ : ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ରେ ମହାରାଷ୍ଟ୍ରର ପୁଣେ ଜିଲାର ଇନ୍ଦପୁର ତାଲୁକା ଅନ୍ତର୍ଗତ କଦବନୱାଡି ଗ୍ରାମରେ ଏକ ଟ୍ରେନିଂ ବିମାନ...

ଦିଲ୍ଲୀରେ ସିଲିଣ୍ଡର ବ୍ଲାଷ୍ଟ: ୪ଆହତ

ନୂଆଦିଲ୍ଲୀ,୧୪।୧: ଗତ କିଛି ଦିନରୁ ଦିଲ୍ଲୀରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସୁଛି। ଇତିମଧ୍ୟରେ ପଶ୍ଚିମ ଦିଲ୍ଲୀର ଉତ୍ତମ ନଗର ଅଞ୍ଚଳର ଏକ ଘରେ ସିଲିଣ୍ଡର ବ୍ଲାଷ୍ଟ...

କମିଶନରଙ୍କ ସ୍ଥାନରେ କରୋନା ଯୋଦ୍ଧା କଲେ ପତାକା ଉତ୍ତୋଳନ

ବାରାଣସୀ,୧୫।୮: ଦେଶ ପାଳନ କରିଛି ୭୪ତମ ସ୍ବାଧିନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ସ୍ଥାନରେ ଗର୍ବର ସହ ଜାତୀୟ ପତାକା...

‘କଂଗ୍ରେସକୁ ବୁଡ଼ାଇବାକୁ ଆଉ କାହାର ଆବଶ୍ୟକତା ନାହିଁ, ରାହୁଲ-ପ୍ରିୟଙ୍କା ଯଥେଷ୍ଟ’

ଲକ୍ଷ୍ନୌ,୧୪।୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଏକ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ତାଙ୍କ ସରକାରର ପିଠି ଥାପୁଡାଇ କଂଗ୍ରେସକୁ ତୀବ୍ର...

ୟୁପି ମନ୍ତ୍ରୀଙ୍କ ‘ସୁପ୍ରିମକୋର୍ଟ ଆମର’ ମନ୍ତବ୍ୟକୁ ନିନ୍ଦା

ନୂଆଦିଲ୍ଲୀ,୧୩-୯: ‘ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହେବ, କାରଣ ସୁପ୍ରିମକୋର୍ଟ ଆମର। ଏ ଦେଶ, ନ୍ୟାୟପାଳିକା ଓ ମନ୍ଦିର ସବୁ ଆମର।’ ୨୦୧୮ ସେପ୍ଟେମ୍ବରରେ ଉତ୍ତରପ୍ରଦେଶର ମନ୍ତ୍ରୀ...

Advertisement
Archives

Model This Week