ଦିବ୍ୟାଙ୍ଗ ଅଞ୍ଜନଙ୍କୁ ଆବାସ ଯୋଜନା ସାତ ସପନ

ଚମ୍ପୁଆ,୨୯।୮(ଡି.ଏନ.ଏ.)-ଚମ୍ପୁଆ ବ୍ଲକ ଜାମୁଦଲକ ପଞ୍ଚାୟତର ଅଢଙ୍ଗାପାଳର ଅଞ୍ଜନ ମହାନ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାତ ସପନ ପାଲଟିଛି। ଦୁଇବର୍ଷ ପୂର୍ବରୁ ଆବେଦନ କରି ମଧ୍ୟ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇଛନ୍ତି ଅଞ୍ଜନ। ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମ ଓ ଅସହାୟମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନ କ୍ଷତ୍ରରେ ପ୍ରାଥମିକତା ଦେବାର ନିୟମ ରହିଥିଲେ ମଧ୍ୟ ଏହି ପଞ୍ଚାୟତରେ ଏହାର ବିପରୀତ ପ୍ରତିଫଳନ ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ଅଢଙ୍ଗାପାଳ ଗ୍ରାମର ବାମଦେବ ମହାନ୍ତଙ୍କ ପୁଅ ଅଞ୍ଜନ ମହାନ୍ତ। ଏକ ଦୁର୍ଘଟଣାଯୋଗୁ ସେ ସାରା ଜୀବନ ଭିନ୍ନକ୍ଷମ ପାଲଟିଯାଇଥିଲେ। ଘରର ରୋଜଗାରିଆ ପୁଅ ଅଞ୍ଜନ ଭିନ୍ନକ୍ଷମ ହେବା ଫଳରେ ପରିବାରର ଦୁଃଖ ବଢିଚାଲିଛି। ଘର ଖଣ୍ଡିଏ ପାଇଁ ସେ ତା୨୯।୫।୨୦୧୭ରେ ଆନୁଷଙ୍ଗିକ କାଗଜପତ୍ର ଦେଇ ଆବେଦନ କରିଥିଲେ ମଧ୍ୟ ୨ ବର୍ଷ ବିତିଗଲାଣି ହେଲେ ସେ ଘର ଖଣ୍ଡିଏ ପାଇନାହାନ୍ତି। ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଧାଇଁ ନୟାନ୍ତ ହେଉଥିଲେ ବି କେହି ଶୁଣୁନାହାନ୍ତି। ଦୁର୍ଘଟଣା ପରେ ପରିବାରର ବୋଝ ତାଙ୍କ ବୁଢାବାପା ଉଠାଉଥିଲେ ମଧ୍ୟ ଭାଗ୍ୟକୁ ଆଦରି ଘରେ ପଡିରହି ଅଞ୍ଜନ ଦିନ କାଟିଚାଲିଛନ୍ତି। ଏ ନେଇ ଜାମୁଦଲକ ସରପଞ୍ଚ ରମେଶ ମୁଣ୍ଡାଙ୍କୁ ପଚାରିବାରୁ ୨୦୧୧ ଅନୁଯାୟୀ ଯେଉଁମାନଙ୍କର ନାମ ତାଲିକାଭୁକ୍ତ ହୋଇଥିଲା ସେମାନଙ୍କୁ ଘର ପ୍ରଦାନ କରାଯାଉଛି। ତାଲିକାରେ ଅଞ୍ଜନଙ୍କର ନାମ ନ ଥିବାରୁ ତାଙ୍କୁ ଆବାସ ଯୋଜନା ଦିଆଯାଇନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏବିଡିଓ ଶରତଚନ୍ଦ୍ର ବାରିକ ଏଥିପ୍ରତି ଦୃଷ୍ଟି ଦିଆଯାଇ ଭିନ୍ନକ୍ଷମମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମରଣାନ୍ତକ ଆକ୍ରମଣ ଘଟଣା, ୭ କୋର୍ଟ ଚାଲାଣ

ଗୋପାଳପୁର,୬ା୨(ଡି.ଏନ.ଏ.): ଗୋଳନ୍ଥରା ଥାନା କନିଷି ହାଟ ଅଞ୍ଚଳରେ ଏକ ପରିବାରକୁ ଅଶ୍ଳୀଳ ଗାଳିଗୁଲଜ ସହ ୨ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ମାମଲାରେ ପୋଲିସ...

ସ୍ଥାନାନ୍ତର ହେଲା ବୌଦ୍ଧ ସବ୍‌ଜେଲ

ବୌଦ୍ଧ, ୨।୧୨(ସ୍ବ.ପ୍ର): ବୌଦ୍ଧ ସବ୍‌ଜେଲ୍‌କୁ ଲାଣ୍ଡିବନ୍ଧକୁ ସ୍ଥାନାନ୍ତର କରାଯାଇଛି। ୧୯୧୭ ମସିହାରେ ବୌଦ୍ଧ ସହରର ପୁରୁଣା ବ୍ଲକ ଛକ ଠାରେ ସବ୍‌ଜେଲ ନିର୍ମାଣ ହୋଇଥିଲା ।...

ସାମାଜିକ ଦୂରତ୍ୱ ରକ୍ଷା କରି ରକ୍ତଦାନ, ୩୫ ୟୁନିଟ୍‌ ରକ୍ତ ସଂଗ୍ରହ

ପାଟଣା,୨୨ା୪(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ବ୍ଲକ ଉପାନ୍ତ ଅଞ୍ଚଳ ମାଛଗଡ଼ ପଞ୍ଚାୟତ ରାଜୀବଗାନ୍ଧୀ ସେବାକେନ୍ଦ୍ରଠାରେ ବୁଧବାର ସାହାରପଡ଼ା ବ୍ଲକ ବିଜେଡି ପକ୍ଷରୁ...

ନିଖୋଜ ବ୍ଲକ ଉପାଧ୍ୟକ୍ଷା ସୋନପୁରରୁ ଉଦ୍ଧାର

ବଣାଇ,୨୮।୧(ସ୍ବ.ପ୍ର): ନିଖୋଜ ହୋଇଯାଇଥିବା ସୁନ୍ଦରଗଡ଼ ଜିଲା ବଣାଇ ବ୍ଲକ ଉପାଧ୍ୟକ୍ଷା ବିନତି ବେହେରା ଶୁକ୍ରବାର ସୋନପୁରରୁ ଉଦ୍ଧାର ହୋଇଛନ୍ତି। ଗତ ଜାନୁୟାରୀ ୪ରୁ ନିଖୋଜ ଥିବା...

ମଣ୍ଡପରେ ବସି ପଢ଼ିଲେ ପିଲା

ଖଇରା, ୧୮।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ ଅଧୀନ ତୋରାଣିପଦା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନଶିକ୍ଷୟିତ୍ରୀ ପରିଚାଳନା କମିଟି ସଦସ୍ୟାସଦସ୍ୟଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ...

ହାର ମାନିଛି ଶାରୀରିକ ଅକ୍ଷମତା: ପ୍ରସନ୍ନଙ୍କ ମୁଣ୍ଡରେ ପରିବାର ବୋଝ

ବୋଲଗଡ,୬ା୧୧(ଡି.ଏନ.ଏ.)-ଦିବ୍ୟାଙ୍ଗ ଅକ୍ଷମ ନୁହନ୍ତି। ସକ୍ଷମଙ୍କ ଭଳି ରୋଜଗାରକ୍ଷମ ହୋଇ ପରିବାର ପ୍ରତିପୋଷଣ କରିପାରନ୍ତି। ଏହା ପ୍ରତିପାଦିତ କରିଛନ୍ତି ବୋଲଗଡ ବ୍ଲକ ଗର୍ଭଣୀପଡା ଗ୍ରାମର ପ୍ରସନ୍ନ ଜେନା।...

ପାହାଡ଼ରୁ ଅସୁସ୍ଥ ଭାଲୁ ଉଦ୍ଧାର

ଜେନାପୁର,୧୧।୧୨(ଡି.ଏନ୍‌.ଏ): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ତାଳଜଙ୍ଗ ପଞ୍ଚାୟତ ବଳରାମପୁର ଉପରଗଡ଼ ପାହାଡ଼ରୁ ଅସୁସ୍ଥ ଅବସ୍ଥାରେ ଏକ ଭାଲୁକୁ ମଙ୍ଗଳବାର ଉଦ୍ଧାର କରାଯାଇଛି। ଭାଲୁକୁ...

ତିନି ବଖରା ଜଳିଗଲା

ପୁରୁଣାକଟକ, ୨୫ା୫(ଡି.ଏନ.ଏ.) : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବୀରନସିଂହପୁର ପଞ୍ଚାୟତ ଅନ୍ତର୍ଗତ ଚମ୍ପାମାଲ ଗ୍ରାମର ଅଚ୍ୟୁତ ମହାନନ୍ଦିଆଙ୍କ ଘରେ ନିଆଁଲାଗି ତିନି ବଖରା ଘର...

Advertisement
Archives

Model This Week