Posted inଖେଳ

ଦିବାରାତ୍ର ଟେଷ୍ଟ: ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼

ପର୍ଥ,୧୫।୧୨(ଏଏଫ୍‌ପି)- ସ୍ଥାନୀୟ ପର୍ଥ ଷ୍ଟାଡିୟମରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିବାରାତ୍ର ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆ ତା’ର ସ୍ଥିତି ଆହୁରି ମଜଭୁତ୍‌ କରିଛି। ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୪୬.୨ ଓଭରରେ ୪୧୬ ରନକରି ଅଲଆଉଟ ହୋଇଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ନ୍ୟୁଜିଲାଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୫୫.୨ ଓଭରରେ ମାତ୍ର ୧୬୬ ରନ କରି ଅଲଆଉଟ ହୋଇଥିଲା। ଫଳରେ ଅଷ୍ଟ୍ରେଲିଆ ୨୫୦ ରନର ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଅଷ୍ଟ୍ରେଲିଆ ଶନିବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୫୭ ଓଭରରେ ୬ ଉଇକେଟ ହରାଇ ୧୬୭ ରନ ସଂଗ୍ରହ କରିଛି। ଫଳରେ ମୋଟ ଉପରେ ଅଷ୍ଟ୍ରେଲିଆ ଏବେ ୪୧୭ ରନର ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ମାଥ୍ୟୁ ଓ୍ବେଡ ୮ ଓ ପ୍ୟାଟ କୁମିନ୍ସ ୧ ରନ କରି ଅପରାଜିତ ରହିଛନ୍ତି। ଦ୍ୱିତୀୟ ଇନିଂସରେ ଅବଶ୍ୟ ଅଷ୍ଟ୍ରେଲିଆ ଆଶାନୁରୂପ ବ୍ୟାଟିଂ କରିପାରି ନ ଥିଲା। ଦଳ ତରଫରୁ ଓପନର ଜୋ ବନର୍‌ସ ୫୩ ଓ ମାର୍ନସ ଲାବୁସେନ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ଏହି କ୍ରମରେ ଅଭିଜ୍ଞ ଓପନର ଡେଭିଡ ଓ୍ବାର୍ନର ୧୯, ଷ୍ଟିଭ୍‌ ସ୍ମିଥ୍‌ ୧୬, ଟ୍ରାଭିସ ହେଡ ୫ ରନକରି ଆଉଟ ହୋଇଥିବା ବେଳେ ଅଧିନାୟକ ଟିମ୍‌ ପେନ୍‌ ଖାତା ଖୋଲିପାରି ନ ଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଅଭିଜ୍ଞ ଦ୍ରୁତ ବୋଲର ଟିମ୍‌ ସୌଦି ସର୍ବାଧିକ ୪ ଓ ନିଲ ଓ୍ବାଗନର ୨ଟି ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୦୯/୫ରୁ ଖେଳ ଆରମ୍ଭ କରି ନ୍ୟୁଜିଲାଣ୍ଡ ଶନିବାର ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ରସ ଟେଲର ୬୬ରୁ ଖେଳ ଆରମ୍ଭ କରି ୮୦ ରନ ଓ ବିଜେ ଓ୍ବାଟଲିଂ ଶୂନରୁ ଖେଳ ଆରମ୍ଭ କରି ୮ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ କଲିନ ଡି ଗ୍ରାଣ୍ଡହୋମ ୨୩, ମିଚେଲ ସାଣ୍ଟନର ୨, ସୌଦି ୮ ରନ କରି ଆଉଟ ହୋଇଥିବାବେଳେ ଲୋକି ଫର୍ଗସନ ବିନା ସ୍କୋରରେ ଅପରାଜିତ ରହିଥିଲେ। ବୋଲିଂରେ ଅଷ୍ଟେଲିଆ ତରଫରୁ ମିଚେଲ ଷ୍ଟାର୍କ ସର୍ବାଧିକ ୫, ସ୍ପିନର ନାଥନ ଲିୟନ ୨, ଜୋସ୍‌ ହାଜେଲଉଡ, ପ୍ୟାଟ କୁମିନ୍ସ ଓ ମାର୍ନସ ଲାବୁସେନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୧୪୬.୨ ଓଭରରେ ୪୧୬ ରନରେ ଅଲଆଉଟ।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୫୫.୨ ଓଭରରେ ୧୬୬ ଅଲଆଉଟ
(ରସ୍‌ ଟେଲର- ୮୦, କେନ୍‌ ଓ୍ବିଲିୟମସନ- ୩୪, କଲିନ ଡି ଗ୍ରାଣ୍ଡହୋମ- ୨୩, ମିଚେଲ ଷ୍ଟାର୍କ- ୫/୩୨, ନାଥନ ଲିୟନ- ୨/୪୮)।
ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ- ୫୭ ଓଭରରେ ୧୬୭/୬
(ଜୋ ବନର୍‌ସ- ୫୩, ମାର୍ନସ ଲାବୁସେନ- ୫୦, ଟିମ ସୌଦି-୪/୬୩, ନିଲ ଓ୍ବାଗନର- ୨/୪୦)


Enter your email to get our daily news in your inbox.

All Right Reserved By Dharitri.Com

ଟାଣ ଖରାରେ ପିକଅପ ଭ୍ୟାନରେ ବୁହା ହେଉଛନ୍ତି ଲୋକେ: ଶୋଇଛି ପରିବହନ ବିଭାଗ

ଦାରିଙ୍ଗବାଡି,୩୦।୫(ଅରୁଣ ସାହୁ): ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନ ୧୦ଟାଠାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଜରୁରୀ କାମଧନ୍ଦା ନ ଥିଲେ ଲୋକ ଘରୁ…

ପୋଲିସ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଆହତ, ସହଯୋଗୀ ଫେରାର

ଝାରସୁଗୁଡ଼ା, ୩୦।୫(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା ଅଞ୍ଚଳରେ ଝାରସୁଗୁଡା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ରେଙ୍ଗାଲି ଥାନା ଅନ୍ତର୍ଗତ କଦମଘାଟ ମା’ ଘଣ୍ଟେଶ୍ୱରୀ ମନ୍ଦିର ନିକଟରେ…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ବୁର୍ଡାରେ ପାଳିକରି ଜଳଯୋଗାଣ: ବଢୁଛି ଅସନ୍ତୋଷ

ଲୋଇସିଂହା,୩୦।୫(ସୁଶାନ୍ତ ବାରିକ):ନବଗଠିତ ଲୋଇସିଂହା ଏନଏସି ଅଧୀନ ବୁର୍ଡା ଗ୍ରାମରେ ଜଳଯୋଗାଣ କ୍ଷେତ୍ରରେ ଅନିୟମିତତା ଅଭିଯୋଗ ହୋଇଛି ା ତେବ ଗ୍ରାମର ବିଭିନ୍ନ ପଡ଼ାକୁ ପାଳି କରି ପାଇପ…

ଖୋଲୁଛି ପୂର୍ତ୍ତ ବିଭାଗର ଦୁର୍ନୀତି ପୋଲ: ପି.ସି କାରବାର କଥା ଉଠାଇଲେ ଏମ୍‌ପି

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ଏବେ ସହର ଉଠୁଛି ଓ ପଡୁଛି। ଘଟଣାକୁ ଶୁକ୍ରବାର ୪ଦିନ ବିତିଯାଇଛି। ହେଲେ…

ପୁଣି ବୃଦ୍ଧି ପାଇଲା CNG ମୂଲ୍ୟ, କିଲୋ ପିଛା ବଢିଲା…

ନୂଆଦିଲ୍ଲୀ,୩୦।୫: ମୁମ୍ବାଇ ଏବଂ ଆଖପାଖ ଅଞ୍ଚଳର CNG ଗ୍ରାହକମାନଙ୍କୁ ଏବେ ଅଧିକ ଦେୟ ଦେବାକୁ ପଡିବ। CNGର ଖୁଚୁରା ବିକ୍ରୟ ମୂଲ୍ୟ (RSP) ପ୍ରତି କିଲୋଗ୍ରାମ ୨…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବିଏମ୍‌ସିର ଅବମାନନା: ବର୍ଷକ ପରେ ବି ଉଚ୍ଛେଦ ହୋଇପାରୁନି…

ଭୁବନେଶ୍ୱର,୩୦ା୫(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ତ୍ୱରାନ୍ବିତ କରିବାପାଇଁ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା ହାତକୁ ନିଆଯାଇଛି। ଏଥିମଧ୍ୟରେ ୮,୧୦୬ କୋଟି ଟଙ୍କାର ରିଙ୍ଗ୍‌ ରୋଡ୍‌ ପ୍ରସ୍ତାବ ସହିତ ରାଜଧାନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri