ଦିନ ଦ୍ୱିପ୍ରହରେ ୫ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍‌

କୁଳିଅଣା,୨୩।୬ (ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା କୁଳିଅଣା ବଜାରରେ ଥିବା ମା’ ତାରିଣୀ ଜୁଏଲର୍ସ ଦୋକାନରୁ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଲୁଟ୍‌ ହୋଇଛି। ଶନିବାର ଅପରାହ୍ନରେ ୨ ଜଣ ଲୁଟେରା ଗ୍ରାହକ ବେଶରେ ଆସି ଦୋକାନୀଙ୍କୁ ଡେଉଁରିଆ ମାଗିଥିଲେ। ସେମାନେ ଡେଉଁରିଆ ନେଇ ଏକ ଶହେ ଟଙ୍କିଆ ନୋଟ୍‌ ଦେଇଥିଲେ। ଦୋକାନୀ ଅମ୍ବୁନାଥ ରଣା ଏହି ଟଙ୍କାକୁ ଆଖି ପାଖକୁ ନେଇ ପରଖିତ୍ବା ବେଳେ ତାଙ୍କୁ ଆଉ କିଛି ଦେଖାଯାଇ ନ ଥିଲା। ସେଥିରେ ଲଗାଯାଇଥିବା କେମିକାଲ ପ୍ରଭାବରେ ଏଭଳି ଘଟିଥିବା କୁହାଯାଉଛି। ଏହି ସମୟ ମଧ୍ୟରେ ଲୁଟେରା ଦ୍ୱୟ ଦୋକାନ ଶୋ କେସ୍‌ ଭିତରେ ରଖାଯାଇଥିବା ୬ଟି ସୁନାହାର ସହ ଅନ୍ୟ ଗହଣାକୁ କାଢି ନେଇ ଚମ୍ପଟ ମାରିଥିଲେ।
କିଛି ସମୟ ପରେ କେମିକାଲ ପ୍ରଭାବ କମିଯିବାରୁ ଦୋକାନୀଙ୍କ ଆଖିକୁ ଦେଖାଯାଇଥିଲା। ସେତେବେଳକୁ ଗ୍ରାହକ ଦ୍ୱୟ ନ ଥିବା ଦେଖି ସେ ଶୋ କେସ୍‌ ଯାଞ୍ଚ କରିବାରୁ ସେଥିରେ ୧୫୦ ଗ୍ରାମ ଓଜନର ସୁନା ଗହଣା ନ ଥିବା ଦେଖିଥିଲେ। ଏହାପରେ କୁଳିଅଣା ଥାନା ପୋଲିସକୁ ଖବର ଦିଆଯାଇଥିଲା। ଥାନା ଅଧିକାରୀ କମଳାକାନ୍ତ ଦାସ ପହଞ୍ଚି ତଦନ୍ତ କରିଥିଲେ। ୧୮ ନମ୍ବର ଜାତୀୟ ରାଜପଥ କଡରେ ଥିବା ମାର୍କେଟ କମ୍ପ୍ଲକ୍ସ ସ୍ଥିତ ଏହି ଜୁଏଲାରୀ ଦୋକାନରୁ ଲୁଟେରାମାନେ ଅଭିନବ ଉପାୟରେ ସୁନା ଅଳଙ୍କାର ଲୁଟିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦୋକାନରେ ଲାଗିଥିବା ସିସିଟିଭି ଯାଞ୍ଚ ବେଳେ ଏହି ଲୁଟେରାଦ୍ୱୟଙ୍କ ସବୁ କାରନାମା ଜଣାପଡିଛି। ପୋଲିସ ଲୁଟେରାଙ୍କ ଫଟୋ ସିସିଟିଭିରୁ ଉଦ୍ଧାର କରି ଜିଲାର ସବୁ ଥାନାକୁ ପଠାଇ ସେମାନଙ୍କୁ ଧରିବା ଲାଗି ତନାଘନା ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତମାଖୁ ବର୍ଜନ କଲେ ୨୦.୫ ନିୟୁତ ପରିବାରରେ ଆସିପାରେ ଆର୍ଥିକ ସୁଧାର

ନୂଆଦିଲ୍ଲୀ,୨୨ା୪(ପିଟି):ତମାଖୁ ସେବନ ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ କରାଯାଏ। ହେଲେ ଏହା ପରିବାରର ଆର୍ଥିକ ସ୍ଥିତିକୁ ମଧ୍ୟ ବିଶେଷ ପ୍ରଭାବିତ କରିଥାଏ। ଏକ…

ଟ୍ରମ୍ପଙ୍କ ଅସ୍ତ୍ରବିରତି ବୃଦ୍ଧିରେ ଖୁସି ନାହିଁ ଇରାନ: କହିଲା- ଏହା ଏକ ଚାଲ୍‌…

ତେହରାନ୍‌,୨୨।୪: ଇରାନର ସଂସଦର ବାଚସ୍ପତି ଏବଂ ଶୀର୍ଷ ଆଲୋଚନାକାରୀ ମହମ୍ମଦ ବାଘେର ଗାଲିବାଫଙ୍କ ଜଣେ ପରାମର୍ଶଦାତା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି ବୃଦ୍ଧି ଘୋଷଣାକୁ ଖାରଜ…

ଟ୍ରେନରୁ ଖସିପଡି ଯୁବକଙ୍କ ମୃତ୍ୟୁ: ମିଳିନି ପରିଚୟ, ଘଟଣାସ୍ଥଳରେ ପୋଲିସ

ନୂଆଗାଁ , ୨୨।୪ (ଧନେଶ୍ୱର ସାହୁ ): ନୟାଗଡ ଜିଲା ନୂଆଗାଁ ଥାନା ଆଛୁପଡା ନିକଟବର୍ତ୍ତୀ ସ୍ଥାନରେ ବୁଧବାର ଟ୍ରେନରୁ ଖସିପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

ଅଭିଷେକଙ୍କୁ ‘ସାର୍‌’ ବୋଲି ଡାକିଲେ ଯୁବରାଜ, ଥରେ କହିଥିଲେ ଚପଲରେ ମାରିବା ବିଷୟରେ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୪: ଅଭିଷେକ ଶର୍ମା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୧୩୫ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ, ଯାହା ପରେ ତାଙ୍କ ପରାମର୍ଶଦାତା ଏବଂ ଗୁରୁ ଯୁବରାଜ ସିଂହ…

ଭାରତ କେବେ ବି ମୁଣ୍ଡ ନୁଆଁଇବ ନାହିଁ…ପାକିସ୍ତାନକୁ ଅଲ୍ଟିମେଟମ ଦେଲେ ମୋଦି

ନୂଆଦିଲ୍ଲୀ,୨୨।୪: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରଥମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୀଡିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ସେମାନଙ୍କୁ କେବେ ଭୁଲି ହେବ ନାହିଁ।…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

୬୫ ବର୍ଷରୁ ଅତିରିକ୍ତ ପେନସନ ଲାଗୁ ନେଇ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଦାବିପତ୍ର

ଟିକିରି,୨୨।୪ (ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ୍‌ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ସୋମବାର କାଶୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ପ୍ରଧାନମନ୍ତ୍ରୀ…

ଭୋଜି ଖାଇବାକୁ ଯାଇଥିଲେ ୨ ଭାଇ ୩ ବର୍ଷର ନାତୁଣୀଙ୍କୁ ନେଇ ଫେରିବା ବେଳେ ଦୁର୍ଘଟଣା: ବଡ଼ଭାଇ ମୃତ, ସାନ …

ଗୁଡ଼ାରି, ୨୨।୪ (ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ୍‌ର ବକାଗୁଡ଼ା ନିକଟସ୍ଥ ଘାଟିରେ ଭାରସାମ୍ୟ ହରାଇ ଏକ ମୋଟର ସାଇକେଲ ମଙ୍ଗଳବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri