ଦିନ ଦ୍ୱିପ୍ରହରେ ୫ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍‌

କୁଳିଅଣା,୨୩।୬ (ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା କୁଳିଅଣା ବଜାରରେ ଥିବା ମା’ ତାରିଣୀ ଜୁଏଲର୍ସ ଦୋକାନରୁ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଲୁଟ୍‌ ହୋଇଛି। ଶନିବାର ଅପରାହ୍ନରେ ୨ ଜଣ ଲୁଟେରା ଗ୍ରାହକ ବେଶରେ ଆସି ଦୋକାନୀଙ୍କୁ ଡେଉଁରିଆ ମାଗିଥିଲେ। ସେମାନେ ଡେଉଁରିଆ ନେଇ ଏକ ଶହେ ଟଙ୍କିଆ ନୋଟ୍‌ ଦେଇଥିଲେ। ଦୋକାନୀ ଅମ୍ବୁନାଥ ରଣା ଏହି ଟଙ୍କାକୁ ଆଖି ପାଖକୁ ନେଇ ପରଖିତ୍ବା ବେଳେ ତାଙ୍କୁ ଆଉ କିଛି ଦେଖାଯାଇ ନ ଥିଲା। ସେଥିରେ ଲଗାଯାଇଥିବା କେମିକାଲ ପ୍ରଭାବରେ ଏଭଳି ଘଟିଥିବା କୁହାଯାଉଛି। ଏହି ସମୟ ମଧ୍ୟରେ ଲୁଟେରା ଦ୍ୱୟ ଦୋକାନ ଶୋ କେସ୍‌ ଭିତରେ ରଖାଯାଇଥିବା ୬ଟି ସୁନାହାର ସହ ଅନ୍ୟ ଗହଣାକୁ କାଢି ନେଇ ଚମ୍ପଟ ମାରିଥିଲେ।
କିଛି ସମୟ ପରେ କେମିକାଲ ପ୍ରଭାବ କମିଯିବାରୁ ଦୋକାନୀଙ୍କ ଆଖିକୁ ଦେଖାଯାଇଥିଲା। ସେତେବେଳକୁ ଗ୍ରାହକ ଦ୍ୱୟ ନ ଥିବା ଦେଖି ସେ ଶୋ କେସ୍‌ ଯାଞ୍ଚ କରିବାରୁ ସେଥିରେ ୧୫୦ ଗ୍ରାମ ଓଜନର ସୁନା ଗହଣା ନ ଥିବା ଦେଖିଥିଲେ। ଏହାପରେ କୁଳିଅଣା ଥାନା ପୋଲିସକୁ ଖବର ଦିଆଯାଇଥିଲା। ଥାନା ଅଧିକାରୀ କମଳାକାନ୍ତ ଦାସ ପହଞ୍ଚି ତଦନ୍ତ କରିଥିଲେ। ୧୮ ନମ୍ବର ଜାତୀୟ ରାଜପଥ କଡରେ ଥିବା ମାର୍କେଟ କମ୍ପ୍ଲକ୍ସ ସ୍ଥିତ ଏହି ଜୁଏଲାରୀ ଦୋକାନରୁ ଲୁଟେରାମାନେ ଅଭିନବ ଉପାୟରେ ସୁନା ଅଳଙ୍କାର ଲୁଟିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦୋକାନରେ ଲାଗିଥିବା ସିସିଟିଭି ଯାଞ୍ଚ ବେଳେ ଏହି ଲୁଟେରାଦ୍ୱୟଙ୍କ ସବୁ କାରନାମା ଜଣାପଡିଛି। ପୋଲିସ ଲୁଟେରାଙ୍କ ଫଟୋ ସିସିଟିଭିରୁ ଉଦ୍ଧାର କରି ଜିଲାର ସବୁ ଥାନାକୁ ପଠାଇ ସେମାନଙ୍କୁ ଧରିବା ଲାଗି ତନାଘନା ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ଲକ୍‌ଡାଉନ ନିୟମ ଉଲ୍ଲଂଘନ: ୨ ଗିରଫ

ବାଲେଶ୍ୱର ଅଫିସ, ୨୪।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ସାରା ରାଜ୍ୟକୁ...

ଯୌତୁକ ପାଇଁ ବଧୂହତ୍ୟା: ସ୍ବାମୀ ଗିରଫ

ରେମୁଣା, ୨୬।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ତାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ...

ଅଘୋଷିତ ବିଦ୍ୟୁତ୍‌ କାଟ୍‌ ପ୍ରତିବାଦରେ ଭାଜପାର ଧାରଣା

ନୀଳଗିରି,୧୫ା୬(ପ୍ରଶାନ୍ତ କୁମାର ବିଶ୍ୱାଳ): ଅଘୋଷିତ ବିଦ୍ୟୁତ କାଟ୍‌ ପ୍ରତିବାଦରେ ଗୁରୁବାର ନୀଳଗିରି ଟି.ପି.ଏନ.ଓ.ଡି.ଏଲ୍‌ ନୀଳଗିରି ଷ୍ଟ୍ରକଚର ସମ୍ମୁଖରେ ଭାଜପା ପକ୍ଷରୁ ଧାରଣା ଦିଆଯାଇଛି। ଖରାଦିନରେ ବିଜୁଳି...

ସମ୍ପର୍କ ଯୋଡ଼ିଛି ମାନକୁଣ୍ଡା ହାଟ

ଭୋଗରାଇ,୨୭ା୩(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ମାନକୁଣ୍ଡା ସାପ୍ତାହିକ ହାଟ ଓଡ଼ିଶା ଓ ପଶ୍ଚିମବଙ୍ଗ ଅଧିବାସୀଙ୍କ ମଧ୍ୟରେ ଭାଇଚାରାର ସେତୁ ବାନ୍ଧିଛି। ୧ଏକର...

ଅସୁରକ୍ଷିତ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଗଲା ମାଙ୍କଡ଼ ଜୀବନ

ଜଳେଶ୍ୱର, ୨୪।୧(ଡି.ଏନ.ଏ.):  ବାଲେଶ୍ୱର ଜିଲାର ଜଳେଶ୍ୱର ବିଦ୍ୟୁତ୍‌ ଡିଭିଜନ ଅନ୍ତର୍ଗତ ମହମ୍ମଦନଗର ପାଟଣା ଗାଁରେ ଥିବା ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଏକ ମାଙ୍କଡର...

ପୋଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର,୨୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ଅଧୀନ ଜଙ୍ଘିରା ପଞ୍ଚାୟତ ବାହୁଟିଆ ଗ୍ରାମସ୍ଥ ଏକ ପୋଲ ନିକଟରୁ ଜଣେ ଯୁବକଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର...

ମହତିପୁର-ଚରମ୍ପା ରାସ୍ତା ନିର୍ମାଣରେ ଅନିଶ୍ଚିତତା

ଖଇରା,୮।୫(ଡି.ଏନ୍‌.ଏ.): ବାଲେଶ୍ୱରରୁ ଭଦ୍ରକ ଜିଲାକୁ ସଂଯୋଗ କରୁଥିବା ମହତିପୁର-ଚରମ୍ପା ଭାୟା ବାରାପୁର ରାସ୍ତା ନିର୍ମାଣ ୬ମାସ ଧରି ଦ୍ରୁତଗତିରେ ଚାଲିବା ପରେ ଏବେ ଏହାର ଗତି...

‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୦ା୧: ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ଗୁରୁବାର ସଫଳ ପରୀକ୍ଷଣ ହୋଇଛି। ଚାନ୍ଦିପୁର ପରିକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ଆଜି ପୂର୍ବାହ୍ନ...

Advertisement
Archives

Model This Week