Posted inଖେଳ

ଦିନେ ପଡିଆରେ କ୍ୟାମେରା ଅପରେଟର ଭାବେ କାର୍ଯ୍ୟ କରୁଥିଲେ, ଏବେ ଅଷ୍ଟ୍ରେଲିଆ ପକ୍ଷରୁ ଖେଳିବେ ଆସେସ୍‌ ସିରିଜ୍‌

ସିଡନୀ, ୩୦।୯: କୁହାଯାଏ, ସମୟ କେତେବେଳେ କାହାକୁ କୋଉଠି ନେଇ ପହଞ୍ଚାଏ ତାହା କହିବା ମୁସ୍କିଲ। ସେମିତି ଏକ ଘଟଣା ଘଟିଛି ଅଷ୍ଟ୍ରେଲିଆରେ। ୯ ବର୍ଷ ପୂର୍ବରୁ ଏକ ଚ୍ୟାନେଲ ପାଇଁ ପଡିଆରେ କ୍ୟାମେରା ଅପରେଟର ଭାବେ କାର୍ଯ୍ୟ କରୁଥିବା ମାର୍ନସ ଲାବୁସାନେଙ୍କୁ ଆଗାମୀ ଆସେସ୍‌ ସିରିଜ୍‌ ପାଇଁ ଅଷ୍ଟ୍ରେଲିଆ ଦଳରେ ସାମିଲ କରାଯାଇଛି। ୯ ବର୍ଷ ପୂର୍ବେ ଆସେସ୍‌ ସିରିଜ୍‌ର ଏକ ମ୍ୟାଚ ବ୍ରିସ୍‌ବେନ୍‌ରେ ଖେଳାଯାଉଥିଲା। ଅଷ୍ଟ୍ରେଲିଆ ବୋଲର ପିଟର ସିଡଲ୍‌ ହ୍ୟାଟ୍ରିକ୍‌ ନେଇଥିବା ଏହି ମ୍ୟାଚ୍‌ରେ ଚ୍ୟାନେଲ୍‌-୯ ପକ୍ଷରୁ କ୍ୟାମେରା ଅପରେଟର ଦାୟିତ୍ୱ ତୁଲାଇଥିଲେ ମାର୍ନସ। ସେତେବେଳେ ସେ କେବେ ବି ଭାବି ନ ଥିଲେ ଦିନେ ତାଙ୍କୁ ଅଷ୍ଟ୍ରେଲିଆ ଆସେସ୍‌ ଦଳରେ ସାମିଲ କରାଯିବ। ଗ୍ଲେମାର୍ଗନ ପକ୍ଷରୁ କାଉଣ୍ଟି ଖେଳୁଥିବା ମାର୍ନସ ଏକ ହଜାରରୁ ଅଧିକ ରନ୍‌ କରିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ୫ଟି ଟେଷ୍ଟ ଖେଳି ସେ ୨୧୦ରନ୍‌ କରିଛନ୍ତି। ସେହିପରି ୬୦ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳି ୩୯୨୬ରନ୍‌ କରିଛନ୍ତି। କ୍ରିକେଟ ଖେଳିବା ସହ ଜଣାଶୁଣା କ୍ରିକେଟରଙ୍କ ବ୍ୟାଟ୍‌ ସଂଗ୍ରହ କରିବା ତାଙ୍କ ଆଉ ଏକ ସଉକ ବୋଲି କହନ୍ତି ମାର୍ନସ।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଆଉ ନାହାନ୍ତି। ରବିବାର ବିଳମ୍ବିତ ରାତିରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି।…

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri