ଦିନରେ ଆହାର କେନ୍ଦ୍ର, ରାତିରେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ଗଞ୍ଜାମ,୨୦ା୫(ଡି.ଏନ.ଏ.)-ଗଞ୍ଜାମ ସହରର ବହୁ ପୁରାତନ ଭାରତୀ ବିଦ୍ୟାପୀଠ ନିକଟରେ ରହିଛି ମିନି ଷ୍ଟାଡିୟମ। ଏନ୍‌ଏସିର ପୂର୍ବତନ ନଗରପାଳ ସ୍ବର୍ଗତ ଶରତ ଚନ୍ଦ୍ର ପଣ୍ଡାଙ୍କ ସମୟରେ ଏହାର ଭିତ୍ତିପ୍ରସ୍ତର କରାଯାଇଥିଲା। ୨୦୧୧ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଓଡ଼ିଶା କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ୨୦ ଲକ୍ଷ ଏବଂ ବିଧାୟକ ଡ଼ା. ପ୍ରିୟାଂଶୁ ପ୍ରଧାନଙ୍କ ହାତପାଣ୍ଠିରୁ ୫ ଲକ୍ଷ ଏପରି ମୋଟ ୨୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟାଡ଼ିୟମ ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଭାରତୀ ବିଦ୍ୟାପୀଠ ଅଧୀନରେ ଥିବା ଏହି ମିନି ଷ୍ଟାଡିୟମରେ ଜିଲା ପ୍ରଶାସନ ପକ୍ଷରୁ ଜାନୁୟାରୀ ୨୬ରୁ ଅସ୍ଥାୟୀ ଭାବେ ଆହାର କେନ୍ଦ୍ର ଚାଲିଛି। ଷ୍ଟାଡିୟମରେ ଦିନରେ ଆହାର ପାଇଁ ଲୋକଙ୍କ ଗହଳି ହେଉଥିବା ବେଳେ ସନ୍ଧ୍ୟା ଏବଂ ରାତିରେ ଅସାମାଜିକ ଓ ମଦ୍ୟପଙ୍କ ଭିଡ଼ ଜମୁଛି। ଏପରିକି ଏହିଠାରୁ ରାହାଜାନି ଓ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ସହରରେ ଚର୍ଚ୍ଚା ଜୋର ଧରିଛି। ଗତ କିଛିମାସ ହେଲା ଗଞ୍ଜାମ ଥାନା ପୋଲିସ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି କରାଯାଉ ନ ଥିବା ଯୋଗୁ ଅସାମାଜିକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି। କେବଳ ଲୋକ ଦେଖାଣିଆ ପାଇଁ ପୋଲିସ ବଜାରଠାରେ କିଛି ସମୟ ପାଇଁ ଗାଡ଼ି ରଖି ଫେରିଯାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଏ ସମ୍ପର୍କରେ ଥାନା ସେକେଣ୍ଡ ଅଫିସର (ଏସ୍‌ଆଇ) ହୃଷୀକେଶ ପଣ୍ଡାଙ୍କୁ ପଚାରିବାରୁ ଆଇଆଇସି ଯେପରି କହୁଛନ୍ତକି ସେପରି କରାଯାଉଛି ବୋଲି କହିଛନ୍ତି। ପାଟ୍ରୋଲିଂ ବ୍ୟବସ୍ଥା ଢ଼ିଲା ସମ୍ପର୍କରେ ଆଇଆଇସି ସୁଦାମ ମଲିକ କହିଛନ୍ତି ଯେ, ସେ ଏଠାକୁ ଆସିବା ଦିନଠାରୁ ନିର୍ବାଚନ ଡ୍ୟୁଟିରେ ବ୍ୟସ୍ତ ଅଛନ୍ତି। ଏଣିକି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଭାରତୀ ବିଦ୍ୟାପୀଠ କ୍ଲର୍କ ହରି ବାରିକ କହିଛନ୍ତି ଫନୀ ପାଇଁ ଉକ୍ତ ଷ୍ଟାଡିୟମ ଖୋଲା ଯାଇଥିଲା। ଏବେ ତାଲା ପଡିଥିଲେ ମଧ୍ୟ ଅସାମାଜିକମାନେ ପାଚେରି ଡେଇଁ ଭିତରେ ମଦ୍ୟପାନ କରୁଛନ୍ତି। ସ୍କୁଲ ହାଇମାଷ୍ଟ ଲାଇଟ ଚୋରି ନେଇ ଥାନାରେ ଅଭିଯୋଗ ହୋଇଛି, ହେଲେ କିଛି ସୁଫଳ ମିଳିନି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

‘କିଶୋରୀମାନେ ପରିବାରର ବୋଝ ନୁହନ୍ତି’

ଛତ୍ରପୁର,୨୧ା୫(ଦିଲ୍ଲୀପ ସାମଲ): କିଶୋରୀମାନେ ପରିବାରର ବୋଝ ନୁହନ୍ତି। ସେମାନେ ଦେଶର ସ୍ବର୍ଣ୍ଣିମ ଭବିଷ୍ୟତ। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତା’ସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମ…

ଗୋଟିଏ ମଞ୍ଚରେ ଏକାଠି ହୋଇପାରୁନାହାନ୍ତି କଂଗ୍ରେସ ନେତା

ଭଞ୍ଜନଗର,୨୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସର ସବୁ ନେତା ଏକାଠି ହୋଇ ପାରୁନାହାନ୍ତି ଗୋଟିଏ ମଞ୍ଚରେ। ଇତିମଧ୍ୟରେ ଭଞ୍ଜନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା…

ଇଞ୍ଜିନିୟର ହେବା ଲକ୍ଷ୍ୟରେ ଶୁଭମ୍‌-କାର୍ତ୍ତିକେୟ, ଯୁକ୍ତ୨ ବିଜ୍ଞାନରେ ରଖିଛନ୍ତି…

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ର…

ଯୁକ୍ତ ୨ ବିଜ୍ଞାନରେ ବିଘ୍ନେଶ ଚୌଧୁରୀ ଛତ୍ରପୁର ବ୍ଲକ ଟପ୍ପର, ମିଷ୍ଟାନ ବାଣ୍ଟି ଖୁସି ଜାହିର କଲେ ବିଦ୍ୟାର୍ଥୀ

ଛତ୍ରପୁର, ୨୧।୫(ଦିଲ୍ଲୀପ ସାମଲ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚଏସଇ ) ଦ୍ୱାରା +୨ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି l ଏହି ପରିପ୍ରେକ୍ଷୀରେ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri