ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍‌ ଚକା ତଳେ ଆସି ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଦିଗପହଣ୍ଡି,୫।୧୨(ଡି.ଏନ.ଏ.): ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟ ରାସ୍ତାର କୃଷି କାର୍ଯ୍ୟାଳୟ ନିକଟରେ ଗୁରୁବାର ସକାଳେ ଏକ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତ ଜଣକ ପାଟପୁର ଥାନା ମାଟିଆ ବୋରେଇ ଗାଁର ନାରାୟଣ ସେଠୀ ଓ ଆହତ ଜଣକ ତାଙ୍କ ସ୍ତ୍ରୀ ରୂପା ସେଠୀ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଆହତଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ସକାଳେ ତାଙ୍କ ଶାଳକଙ୍କ ମୃତ୍ୟୁ ଖବର ପାଇ ନାରାୟଣ ଓ ତାଙ୍କ ସ୍ତ୍ରୀ ରାଜପୁର ଗଁ।କୁ ଯାଉଥିଲେ। ସେହି ସମୟରେ ଅପରପକ୍ଷରୁ ଦ୍ରୁତ ଗତିରେ ଆସୁଥିବା ଦିଲଖୁସ୍‌ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ତାଙ୍କ ଗାଡିକୁ ଧକ୍କା ଦେଇଥିଲା। ବସ୍‌ର ଚକା ତଳେ ନାରାୟଣଙ୍କ ମୁଣ୍ଡ ଆସିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଖବରପାଇ ଦିଗପହଣ୍ଡି ଥାନା ଆଇଆଇସି ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଏଥିସହ ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅପରପକ୍ଷରେ ବସ୍‌ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ବସ୍‌ ଓ ମୃତ ନାରାୟଣଙ୍କ ଗାଡ଼ିକୁ ଜବତ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri