ଦାଦନଙ୍କ ଗଣପଳାୟନକୁ ରୋକ

ନୂଆଦିଲ୍ଲୀ,୧ା୪: କୋଭିଡ୍‌-୧୯ ଲକ୍‌ଡାଉନ ଯୋଗୁ ଲକ୍ଷାଧିକ ଦାଦନ ଶ୍ରମିକ ଜୀବିକା ହରାଇ ନାନା ଦୁର୍ଦ୍ଦଶା ଭୋଗିଛନ୍ତି। ଲକ୍ଷ ଲକ୍ଷ ଶ୍ରମିକ ଦିଲ୍ଲୀ ଛାଡ଼ିବା ପାଇଁ ବାହାରିଥିବାବେଳେ ଏହା ଗୁରୁତର ସଙ୍କଟ ସୃଷ୍ଟି କରିଛି। କେବଳ ଦିଲ୍ଲୀ ନୁହେଁ ବିଭିନ୍ନ ରାଜ୍ୟରେ ମଧ୍ୟ ଦାଦନ ଶ୍ରମିକମାନେ ଚାଲି ଚାଲି ଘରକୁ ଫେରୁଥିବା ଦେଖାଯାଇଛି। ତୁରନ୍ତ ଦାଦନଙ୍କ ଗଣପଳାୟନକୁ ରୋକିବା ପାଇଁ ମଙ୍ଗଳବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏ ସମ୍ପର୍କିତ ଏକାଧିକ ପିଟିଶନର ଶୁଣାଣି କରି ସୁପ୍ରିମକୋର୍ଟ ଦାଦନ ଶ୍ରମିକଙ୍କ ସ୍ଥିତି ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ଦାଦନ ଶ୍ରମିକମାନଙ୍କୁ ରୋକିବା ଦିଗରେ କ’ଣ ପଦକ୍ଷେପ ନିଆଯାଇଛି ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ସୋମବାର ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ସବୁ ଦାଦନଙ୍କୁ ଆଶ୍ରୟସ୍ଥଳକୁ ନିଆଯାଇଛି। ଏବେ କୌଣସି ଶ୍ରମିକ ରାସ୍ତାରେ ନ ଥିବା କେନ୍ଦ୍ର ସରକାର ଅଦାଲତଙ୍କୁ ଅବଗତ କରାଇଛନ୍ତି। ବିଭିନ୍ନ ସହରରେ ୪.୪ କୋଟି ଦାଦନ କାମ କରୁଥିଲେ। ଲକ୍‌ଡାଉନ ଯୋଗୁ ସେମାନେ ନିଜ ନିଜ ରାଜ୍ୟକୁ ଯିବାକୁ ଚାହୁଁଥିଲେ। ଫେରାଇନିଆଯାଇଥିବା ପ୍ରତି ୧୦ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ସଂକ୍ରମଣ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଥିବା ସରକାର କହିଛନ୍ତି।
କୋଭିଡ୍‌-୧୯ର ଚିକିତ୍ସା ଏବେ ସବୁଠୁ ଅଧିକ ପ୍ରାଥମିକତା ବୋଲି ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ କହିଛନ୍ତି। କରୋନା ମହାମାରୀ ସମ୍ପର୍କିତ ସଦ୍ୟତମ ସୂଚନା ପ୍ରଦାନ ଲାଗି ୨୪ ଘଣ୍ଟା ମଧ୍ୟରେ ପୋର୍ଟାଲ ସ୍ଥାପନ କରିବାକୁ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା କରୋନାକୁ ନେଇ ପ୍ରସାରିତ ହେଉଥିବା ମିଛ ଖବର ଜନିତ ଆତଙ୍କ ରୋକାଯାଇପାରିବ। ଭୂତାଣୁ ଅପେକ୍ଷା ଆତଙ୍କ ଅଧିକ ଜୀବନ ନେଇପାରେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ସେଥିପାଇଁ ଅଟକି ରହିଥିବା ଦାଦନମାନଙ୍କୁ ଶାନ୍ତ କରିବା ଲାଗି ଭଜନ ଓ ନମାଜ ପାଠ ବ୍ୟବସ୍ଥା କରିବାକୁ କୋର୍ଟ କହିଛନ୍ତି। ସେମାନଙ୍କୁ ବୁଝାଶୁଝା କରିବାରେ ତାଲିମପ୍ରାପ୍ତ ପରାମର୍ଶଦାତା ଓ ସବୁ ଧର୍ମର ନେତୃବୃନ୍ଦଙ୍କୁ ନିୟୋଜିତ କରିବା ଲାଗି ମଧ୍ୟ ଅଦାଲତ ପରାମର୍ଶ ଦେଇଛନ୍ତି। ଏଥିସହିତ ସେମାନଙ୍କୁ ଖାଦ୍ୟ, ଆଶ୍ରୟ ଓ ଚିକିତ୍ସା ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦାଦନ ଶ୍ରମିକଙ୍କୁ ବିଶୋଧନ କରିବାରେ ରାସାୟନିକ ମିଶା ପାଣି ସ୍ପ୍ରେ କରିବାକୁ ପରାମର୍ଶ ଦିଆଯାଇଥିଲା। ତେବେ ତାହା ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବା ସରକାର ଅଦାଲତଙ୍କୁ ଜଣାଇଛନ୍ତି। ପ୍ରଧାନ ବିଚାରପତି ବୋବ୍‌ଡେ ଏବଂ ଜଷ୍ଟିସ ନାଗେଶ୍ୱର ରାଓ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଦାଦନ ସମ୍ପର୍କିତ ଦୁଇଟି ଜନସ୍ବାର୍ଥ ମାମଲାର ଶୁଣାଣି କରିଥିଲେ। କେରଳ ଏମ୍‌ପି ରାଜମୋହନ ଉନ୍ନିଥାନ ଏବଂ ପଶ୍ଚିମବଙ୍ଗର ଜଣେ ଏମ୍‌ପି ଏହି ପଟିଶନ ଦାଏର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ କାଗଜପତ୍ର ଫିଙ୍ଗିଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବନି କୌଣସି କାର୍ଯ୍ୟାନୁଷ୍ଠାନ: CJI ନେଲେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୧।୭: ସୁପ୍ରିମକୋର୍ଟ ଖଣ୍ଡପୀଠ ସମ୍ମୁଖରେ କାଗଜ ଫିଙ୍ଗିଥିବା ଏବଂ ଅପମାନଜନକ ଭାଷା ବ୍ୟବହାର କରିଥିବା ଆବେଦନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ମୁଖ୍ୟ ବିଚାରପତି…

କ୍ୟାଶ୍, ନା କ୍ରେଡିଟ୍ କାର୍ଡ! ଜାଣନ୍ତୁ ବିଦେଶ ଗସ୍ତରେ କେମିତି ପେମେଣ୍ଟ କରନ୍ତି ପିଏମ ମୋଦି?

ନୂଆଦିଲ୍ଲୀ,୧୧।୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟତଃ ବିଦେଶ ଗସ୍ତରେ ରହିଥାନ୍ତି। ଏହି ସମୟରେ ମଧ୍ୟ ପିଏମ ତିନୋଟି ଦେଶର ଯାତ୍ରାରେ ଅଛନ୍ତି। ବର୍ତ୍ତମାନ ସେ ଏହି…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ଆଉ ଜଣେ IPS ଦେଲେ ଇସ୍ତଫା, ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୧୧।୭: ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର ଚର୍ଚ୍ଚା ଥମିନଥିବା ବେଳେ ଏବେ ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ IPS ଅଫିସର ଚାକିରିରୁ…

ନିଜ ହତ୍ୟାକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା: କହିଦେଲେ ଏମିତି…ସାରା ବିଶ୍ୱ ସ୍ତବ୍ଧ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଶେଷକୃତ୍ୟ ସମୟରେ ଟ୍ରମ୍ପଙ୍କୁ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଇରାନକୁ ଟ୍ରମ୍ପଙ୍କ ୨୪ ଘଣ୍ଟାର ଅଲ୍ଟିମେଟମ ଦେଲେ ଟ୍ରମ୍ପ: ନ ମାନିଲେ ଭୟଙ୍କର ହେବ ପରିଣାମ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ଅତି ବିପଜ୍ଜନକ ମୋଡ଼ରେ ପହଞ୍ଚିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ଟ୍ରମ୍ପ ପ୍ରଶାସନ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri