ଦସ୍ତଖତ ଜାଲିଆତି କରି ଆକାଉଣ୍ଟରୁ ୫୯ ଲକ୍ଷ ଗାଏବ ଘଟଣା : ଟଙ୍କା ଫେରିପାଇଲେ ଜିଲାପାଳ

ଅନୁଗୋଳ ଅଫିସ,୧୫।୯: ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ଗାଏବ ହୋଇଥିବା ୫୯ଲକ୍ଷ ୪୧ହଜାର ୪୮୧ଟଙ୍କା ଫେରସ୍ତ ହୋଇଛି। ସମ୍ପୃକ୍ତ ବ୍ୟାଙ୍କ ଉକ୍ତ ଟଙ୍କା ଫେରସ୍ତ କରିଥିବା ବର୍ତ୍ତମାନର ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଟଙ୍କା ଗାଏବ ହୋଇଥିଲା। ୨୦୧୭ ଡିସେମ୍ବର ୧୫ରୁ ୨୦୧୮ ମେ ୩୧ ମଧ୍ୟରେ ତତ୍‌କାଳୀନ ଜିଲାପାଳ ଅନିଲ ସାମଲଙ୍କ ଦସ୍ତଖତ ଜାଲିଆତି କରାଯାଇ ଟଙ୍କା ଉଠାଇ ନିଆଯାଇଥିଲା। ମାତ୍ର କ୍ୟାଶବୁକ୍‌ରେ କିନ୍ତୁ ସୁଧ ସହ ଅପ୍‌ଡେଟ୍‌ କରାଯାଉଥିବା ସେପ୍ଟେମ୍ବରର ଅଡିଟ୍‌ରୁ ଜଣାପଡ଼ିଥିଲା। ବର୍ତ୍ତମାନର ଜିଲାପାଳ ମନୋଜ କୁମାର ମହାନ୍ତି ନିଜେ ଏହି ଠକେଇ ଧରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଏନେଇ ଜିଲାପାଳ ମହାନ୍ତି ଆକାଉଣ୍ଟ ଥିବା ବ୍ୟାଙ୍କର ତତ୍‌କାଳୀନ ମ୍ୟାନେଜର ଶକ୍ତି ବେଦାନ୍ତ ଦାସଙ୍କ ନାମରେ ଅନୁଗୋଳ ଥାନାରେ ଏତଲା ଦେଇଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଶନିବାର ଅଭିଯୁକ୍ତ ତଥା ତତ୍‌କାଳୀନ ମ୍ୟାନେଜର ଦାସଙ୍କୁ ଗିରଫ କରିଥିବା ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଜେଣ୍ଟ, ଗ୍ରାହକଙ୍କୁ ମିଳୁନି ମାଚୁରିଟି ଟଙ୍କା

ବ୍ରହ୍ମପୁର ଅଫିସ,୧୦ା୭-ସାହାରା ଇଣ୍ଡିଆ ଚିଟଫଣ୍ଡ ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା ଏଜେଣ୍ଟ(କ୍ଷେତ୍ର କର୍ମଚାରୀ) ଓ ଜମାକାରୀଙ୍କୁ ଦୀର୍ଘ ମାସ ଧରି ମିଳିନି ମାଚୁରିଟି, ଏମ୍‌ଆଇଏସ (ମାସିକ...

ବାଲେଶ୍ୱରରେ ହେବ ଦେଶର ପ୍ରଥମ ପାଇଲଟ ପ୍ରୋଜେକ୍ଟ

ଭୋଗରାଇ, ୧୧ା୬(ଡ଼ି. ଏନ. ଏ. )-ମତ୍ସ୍ୟଚାଷ ଓ ମତ୍ସ୍ୟଜୀବୀଙ୍କ ସକାଶେ ଭାରତର ପ୍ରଥମ ପାଇଲଟ ପ୍ରୋଜେକ୍ଟ କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀଙ୍କ ପ୍ରଚେଷ୍ଟାରେ ବାଲେଶ୍ୱରରେ ଖୁବ୍‌ଶୀଘ୍ର ହେବାକୁ...

ଆଜି ଜାତୀୟ ଡେଙ୍ଗୁ ଦିବସ : ଫନୀ ପରେ ସତର୍କ ରହିବାକୁ ପରାମର୍ଶ

ତିହିଡ଼ି,୧୬ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସଭାଗୃହରେ ଗୁରୁବାର ପୂର୍ବାହ୍ନରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଡା.ଦେବସ୍ମିତା...

‘ମିଶନ ବିୟୁଟି ସିଟି’ ତ୍ୱରାନ୍ବିତ: ଓଟି ରୋଡ୍‌ରୁ ହଟିଲା ଜବରଦଖଲ

ବାଲେଶ୍ୱର ଅଫିସ, ୯।୮-ବାଲେଶ୍ୱର ସହରରେ ବିଭିନ୍ନ ସ୍ଥାନରେ ଜବରଦଖଲ ଓ ହୋର୍ଡ଼ିଂ ଉଚ୍ଛେଦ ଗତ ଜୁଲାଇ ୨୨ତାରିଖରୁ ଆରମ୍ଭ ହୋଇଥିବା ବେଳେ ଗୁରୁବାର ପୂର୍ବାହ୍ନ ୧୧ଟାରେ...

ଶବ ସଂରକ୍ଷଣ ଗୃହରେ ମୃତଦେହ ରଖିବାକୁ ଭୟ: ରାତିସାରା ବାରଣ୍ଡାରେ ପଡ଼ି ରହିଲା ଦୁଇ ମୃତ ଶରୀର

ଅନୁଗୋଳ ଅଫିସ, ୧୮।୮: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଶବ ସଂରକ୍ଷଣ ଗୃହରେ ମୃତଦେହ ରଖିଲେ ଖଣ୍ଡିଆ ହୋଇଯାଉଥିବା ଅଭିଯୋଗ ହେଉଥିବାରୁ ଏବେ କର୍ମଚାରୀମାନେ...

ମଦ ଜବତ, ୩ ଗିରଫ

ଆଠମଲ୍ଲିକ,୧୫।୧୦(ଡି.ଏନ.ଏ.)-ଆଠମଲ୍ଲିକ ଅବକାରୀ ବିଭାଗ ଗତ ୨ଦିନ ମଧ୍ୟରେ ୩୧ ଲିଟର ଚୋରା ମହୁଲି ମଦ, ୨୦୦ କେଜି ପୋଚ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ...

ପୋଲିସ-ମାଓବାଦୀ ଗୁଳିବିନିମୟ ଘଟଣା: ବହୁ ସାମଗ୍ରୀ ଜବତ

ମାଲକାନଗିରି,୧୭।୨(ଡି.ଏନ୍‌.ଏ): ମାଲକାନଗିରି ଜିଲା ମୁଦୁଲିପଡ଼ା ଥାନା ଅନ୍ତର୍ଗତ ବଣ୍ଡାପଡ଼ା ଓ ସମ୍ବଲପୁର ଗ୍ରାମ ଜଙ୍ଗଲରେ ରବିବାର ପୂର୍ବାହ୍ନରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ...

କରୋନା ସହାୟତା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ହଜାର ଟଙ୍କା ପ୍ରଦାନ

କେସିଙ୍ଗା, ୨୨।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ତୁର୍ଲାଖମନ ପଞ୍ଚାୟତ ଅଧୀନ ଲିମଗାଁରେ ଥିବା ଦୀପ୍ତିଦାନ ଚର୍ଚ୍ଚ ପକ୍ଷରୁ ୨୫ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ...

Coronavirus Update


Archives

Model This Week

Why Dharitri