Posted inଖେଳ

ଦଳ ସହ ରାଜକୋଟ ଗସ୍ତ କରିବେ ନାହିଁ ପନ୍ତ

ମୁମ୍ବାଇ, ୧୫।୧- ଅଷ୍ଟ୍ରେଲିଆ ଓ ଭାରତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ରାଜକୋଟଠାରେ ଶୁକ୍ରବାର ଖେଳାଯିବ। ସେଠାକୁ ଭାରତୀୟ ଦଳ ସହ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଗସ୍ତ କରିବେ ନାହିଁ। ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ବ୍ୟାଟିଂ କରୁଥିବାବେଳେ ତାଙ୍କ ହେଲମେଟରେ ବଲ ବାଜିଥିଲା। ଏହି କାରଣରୁ ତାଙ୍କ ବଦଳରେ ଲୋକେଶ ରାହୁଲ ଉଇକେଟକିପିଂ କରିଥିଲେ। ତାଙ୍କୁ ଏବେ ମଧ୍ୟ ଡାକ୍ତରଙ୍କ ତଦାରଖରେ ରଖାଯାଇଛି। ଭାରତୀୟ ଦଳର ଅନ୍ୟ ସଦସ୍ୟଙ୍କ ସହ ପନ୍ତ ରାଜକୋଟ ଗସ୍ତ କରିବେ ନାହିଁ। ସେ ପରେ ଦଳରେ ଯୋଗଦେବେ। ସାଧାରଣତଃ ଖେଳାଳିଙ୍କ ହେଲମେଟରେ ବଲ ବାଜିଲେ ୨୪ ଘଣ୍ଟା ପର୍ଯ୍ୟନ୍ତ ଡାକ୍ତରଙ୍କ ତଦାରଖରେ ରଖାଯାଏ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ତେବେ ସେ ଦ୍ୱିତୀୟ ଦିନିକିଆ ପାଇଁ ଉପଲବ୍ଧ ହେବେ କି ନାହିଁ, ସେ ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇନାହିଁ। ଭାରତୀୟ ଇନିଂସର ୪୪ତମ ଓଭରରେ ୨୨ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନଙ୍କ ହେଲମେଟରେ ପ୍ୟାଟ କୁମିନ୍ସଙ୍କ ବଲ ବାଜିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୀରାବାଈଙ୍କୁ ସ୍ବର୍ଣ୍ଣ

ଆପିଆ (ସାମୋଆ), ୯।୭ (ପି.ଟି.)- ପ୍ରାକ୍ତନ ବିଶ୍ୱ ବିଜୟିନୀ ତଥା ଭାରତର ତାରକା ଭାରୋତ୍ତୋଳିକା ମୀରାବାଈ ଚାଣୁ ଏଠାରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ସମ୍ମାନଜନକ ରାଜ୍ୟଗୋଷ୍ଠୀ...

ଶିମରୋନ ହିଟ୍‌ମେୟରଙ୍କ ଶତକ: ଓ୍ବେଷ୍ଟଇଣ୍ଡିଜ୍‌ ସ୍ଥିତି ଦୃଢ

ଚେନ୍ନାଇ,୧୫।୧୨: ଭାରତ ବିପକ୍ଷ ପ୍ରଥମ ଏକଦିବସୀୟ ମ୍ୟାଚ୍‌ରେ ଶିମରୋନ ହିଟ୍‌ମେୟର ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍‌ ସ୍ଥିତି ଦୃଢ ରହିଛି। ୨୮୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି...

ପ୍ରଥମ ଭାରତୀୟ ଭାବେ ଏଭଳି କାରନାମା କଲେ କୋହଲି

କ୍ରିକେଟ୍‌ ପରେ ସୋସିଆଲ ମିଡିଆରେ ମଧ୍ୟ କୋହଲିଙ୍କ ଜଲଓ୍ବା ଦେଖିବାକୁ ମିଳିଛି। ନିକଟରେ କୋହଲିଙ୍କ ଇନ୍‌ଗ୍ରାମ ଫଲୋଅର୍ସ ସହଖ୍ୟା ୧୦କୋଟିରେ ପହଞ୍ଚିଛି। ଏହି ଉପଲବ୍ଧି ହାସଲ...

ଭାରତ ବିପକ୍ଷ ଘରୋଇ ସିରିଜ ପରାଜୟ ନର୍ଣ୍ଣାୟକ ଥିଲା: ଲାଙ୍ଗର

ସିଡନୀ,୧୧।୪(ପି.ଟି.): ୧୦୧୮-୧୯ରେ ଭାରତଠାରୁ ଅଷ୍ଟ୍ରେଲିଆ ନିଜ ମାଟିରେ ଟେଷ୍ଟ ସିରିଜ ପରାଜୟ ବରଣ କରିଥିଲା। ଏହା ମୋ କୋଚିଂ କ୍ୟାରିୟରର ନିର୍ଣ୍ଣାୟକ ମୁହୂର୍ତ୍ତ ତଥା ସବୁଠାରୁ...

ରାଜସ୍ଥାନ ରୟାଲ୍ସକୁ ଫେରିଲେ ଓ୍ବର୍ନ

ଦୁବାଇ, ୧୫।୯: ଅଷ୍ଟ୍ରେଲିଆର ପୂର୍ବତନ ମହାନ ଲେଗ୍‌-ସ୍ପିନର ଶେନ୍‌ ଓ୍ବର୍ନ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟିମ୍‌ ରାଜସ୍ଥାନ ରୟାଲ୍ସକୁ ପୁଣିଥରେ ଫେରିଛନ୍ତି। ଓ୍ବର୍ନଙ୍କୁ ରାଜସ୍ଥାନ...

ଧୋନୀଙ୍କ ଛକାରେ ଝୁମିଉଠିଲେ ପତ୍ନୀ ସାକ୍ଷୀ

ଚେନ୍ନାଇ,୨।୫: ଧୋନୀଙ୍କ ଛକାରେ ଝୁମିଉଠିଲେ ପତ୍ନୀ ସାକ୍ଷୀ। ସାକ୍ଷୀଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ...

ଓସିଏ ଆନ୍ତଃ ଜିଲା ସିନିୟର ଟି୨୦: ସୁପର ଲିଗ୍‌ରେ କଟକ- ବି, ସୁକେଶଙ୍କ ଶତକ

ଭୁବନେଶ୍ୱର,୨୦।୧୨(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱର ଓ କଟକର ବିଭିନ୍ନ ଗ୍ରାଉଣ୍ଡରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆନୁକୂଲ୍ୟରେ ଚାଲିଥିବା ଆନ୍ତଃ ଜିଲା ସିନିୟର ପୁରୁଷ ଟି ୨୦ କ୍ରିକେଟ...

ସେଲ୍‌ଫ ଆଇସୋଲେଶନରେ ରହିବେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୦।୩- ଷ୍ଟାର ଜଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କୁ ଏନ୍‌ଆଇଏସ୍‌ ପଟିଆଲଠାରେ ୧୪ ଦିନ ପାଇଁ ସେଲ୍‌ଫ ଆଇସୋଲେଶନରେ ରହିବାକୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)...

Advertisement


Archives

Model This Week

Why Dharitri