ଦଳ ଭିତରେ ଅନ୍ତର୍ଘାତୀ କାର୍ଯ୍ୟ ହୋଇଛି କହିଲେ ରାଧାରାଣୀ

ଭୁବନେଶ୍ୱର, ୧୦।୬(ବ୍ୟୁରୋ) : ୨୦୧୯ ସାଧାରଣ ନିର୍ବାଚନରେ ଭାଜପାର ପ୍ରଦର୍ଶନ କିପରି ଥିଲା ସେ ନେଇ ରବିବାର ଦଳୀୟ କାର୍ଯ୍ୟାଳୟଠାରେ ବିସ୍ତୃତ ଆଲୋଚନା ହୋଇଛି। ବୈଠକ ଶେଷରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୂର୍ବତନ ବିଧାୟିକା ରାଧାରାଣ୍ଡୀ ପଣ୍ଡା ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ ହାରିବା ପାଇଁ ଅନ୍ତର୍ଘାତୀ କାମ ହୋଇଥିବା ସେ ଅଭିଯୋଗ ଆଣିଛନ୍ତି। ତେବେ ଦଳର କିଏ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟ କରିଛନ୍ତି ଏବଂ ସେ କାହାକୁ ଇଙ୍ଗିତ କରି ଦୋଷ ଦେଇଛନ୍ତି ତାହା ବର୍ତ୍ତମାନ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।
ରାଧାରାଣୀ କହିଛନ୍ତି ଯେ, ନିର୍ବାଚନ ସମ୍ପର୍କିତ ଫଳ ନେଇ ତର୍ଜମା ଚାଲିଛି। ତାଙ୍କର ହାରିବାର ତିନୋଟି ମୁଖ୍ୟ କାରଣ ରହିଛି। ଦ୍ଯଯ ଅନ୍ତର୍ଘାତୀ କାର୍ଯ୍ୟ ହେଲା। ବିଜେଡି ହାରିଯିବା ଭୟରେ ଥିଲା। ସେଥିଲାଗି ନେତାଙ୍କ ମଧ୍ୟରେ ଅଘୋଷିତ ମେଣ୍ଟ ହୋଇଥିଲା। ଗୋଟେ ପଦ୍ମ ଗୋଟେ ଶଙ୍ଖ ଭୋଟ ଦେବା ଲାଗି କେତେଜଣ କାର୍ଯ୍ୟ ଆରମ୍ଭ କରିଦେଲେ। ଯଦି ଅନ୍ତର୍ଘାତୀ କାର୍ଯ୍ୟ ହୋଇନି ତେବେ ତାଙ୍କୁ ଯେତେବେଳେ ୬୮ ହଜାର ଭୋଟ ମିଳିଲା ସେତେବେଳେ ଏମ୍‌ପି ପ୍ରାର୍ଥୀଙ୍କୁ କେମିତି ୨୨ ହଜାର ଅଧିକ ମିଳିଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଦୁର୍ବଳ କଂଗ୍ରେସ ପ୍ରାର୍ଥୀ ପାଇଁ ଭାଜପା ସେଠାରେ ହାରିଗଲା। ୨୦୧୪ ନିର୍ବାଚନରେ ସିପିଆଇ ଏକାକୀ ୭ ହଜାର ଭୋଟ ନେଇଥିଲା। ଏଥର କଂଗ୍ରେସ ଏବଂ ସିପିଆଇ ମଧ୍ୟରେ ମେଣ୍ଟ ହେବାସତ୍ତ୍ୱେ ସେମାନେ ମୋଟ ୯ହଜାର ଭୋଟ ପାଇଲେ। କଂଗ୍ରେସର ଭୋଟକୁ ବିଜେଡି ୫୦୦ଟଙ୍କା ଲେଖା ହିସାବରେ କିଣିଲା। ଏ ସମ୍ପର୍କରେ ଜାଣିପାରିଲୁ ନାହିଁ। ୧୮ରେ ଏ ବିଷୟରେ ଜାଣିବାକୁ ପାଇଲୁ। ପୋଲିସ୍‌, ପ୍ରଶାସନ, ଅର୍ଥ ଏବଂ ବାହୁବଳ ଲଗାଇ ବିଜେଡି ନିର୍ବାଚନ ଲଢିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବ: ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର,୬।୧୨: ବାତ୍ୟା ମିଗ୍‌ଜୋମ୍‌ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହୋଇଛି।  ଆଗାମୀ କିଛି ଘଣ୍ଟା...

ଦୁର୍ଗନ୍ଧକୁ ନେଇ ତେଜୁଛି ଜନଅସନ୍ତୋଷ

ଭୁବନେଶ୍ୱର, ୬।୧୨ (ବନ୍ଦନା ସେଠୀ): ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ (ଟେମ୍ପରାରି ଟ୍ରାନ୍‌ଜିଟ୍‌ ଷ୍ଟେଶନ) ପାଇଁ ଦିନକୁ ଦିନ ସ୍ଥିତି ବିଗିଡି ଚାଲିଛି। ଦୁର୍ଗନ୍ଧରେ ଅଧା...

ଓଡ଼ିଶାର ୪ ଶିକ୍ଷାଧିକାରୀଙ୍କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର, ୭।୧୨ (ଅସମାପିକା ସାହୁ):ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ଶୈକ୍ଷିକ ଯୋଜନା ଓ ପ୍ରଶାସନ ଅନୁଷ୍ଠାନ (ଏନ୍‌ଆଇଇପିଏ) ଦ୍ୱାରା ନୂଆଦିଲ୍ଲୀର ଡ. ଆମ୍ବେଡକର ଅନ୍ତର୍ଜାତୀୟ କେନ୍ଦ୍ରଠାରେ...

ଆଜି ୮ ଜିଲାକୁ ବର୍ଷା ନେଇ ୟେଲୋ ୱାର୍ନିଂ

ଭୁବନେଶ୍ୱର,୬।୧୨(ଅନୁରାଧା ମହାରଣା):ସାମୁଦ୍ରିକ ବାତ୍ୟା ମିଗ୍‌ଜୋମ୍‌ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୩୦ରୁ ୨ଟା ୩୦ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଛି। ନେଲୋର ଏବଂ ମଛଲିପଟନମ୍‌ ମଧ୍ୟବର୍ତ୍ତୀ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର,୬।୧୨(ସତ୍ୟଜିତ୍‌ ରାଉତ):ରାଜ୍ୟରେ ବହୁ ସରକାରୀ କର୍ମଚାରୀ ଦୁର୍ନୀତିରେ ଲିପ୍ତ ରହି ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରୁଛନ୍ତି। ଭିଜିଲାନ୍ସ ପକ୍ଷରୁ ବହୁ ସମୟରେ ସେମାନଙ୍କ...

ସ୍କ୍ରାପିଂ କଲେ ଟିକସ, ଜରିମାନା ଛାଡ଼

ଭୁବନେଶ୍ୱର,୬।୧୨(ଅନିଲ ଦାସ):ପୁରୁଣା ଗାଡ଼ି ଉପରେ ଥିବା ସମସ୍ତ ବକେୟା ଟିକସ ଓ ଜରିମାନା ଛାଡ଼ କରାଯିବ। ଯେଉଁ ଗାଡ଼ି ମାଲିକମାନେ ନିଜ ଗାଡ଼ିକୁ ସ୍କ୍ରାପିଂ କରିବାକୁ...

ବଦଳିଲେ ଆଉ ଜଣେ ଆଇଏଏସ୍‌ ଅଫିସର: ଥିରୁମାଳା ନାଏକ ହେଲେ ଅତିରିକ୍ତ ସିଇଓ

ଭୁବନେଶ୍ୱର, ୫।୧୨: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ଜଣେ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କୁ ନିର୍ବାଚନ ଦାୟିତ୍ୱ ଦେଇଛନ୍ତି । ୨୦୦୯ ବ୍ୟାଚ୍‌...

ରାଜ୍ୟରେ କମିଲା ଝିଅ ସଂଖ୍ୟା: ପ୍ରତି ୧୦୦୦ ପୁଅରେ ଅଛନ୍ତି…

ଭୁବନେଶ୍ୱର, ୫।୧୨(ଅସମାପିକା ସାହୁ)- ଓଡ଼ିଶାରେ କମିଛନ୍ତି ଝିଅ ସଂଖ୍ୟା। ଦେଶରେ ଝିଅ ସଂଖ୍ୟା ହ୍ରାସରେ ଓଡ଼ିଶା ୬ ନମ୍ବର ସ୍ଥାନରେ ରହିଛି। କେରଳ, ଛତିଶଗଡ଼, ହିମାଚଳପ୍ରଦେଶ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri