ଦରଖଁଡ଼ିଆ ହେଇ ପଡ଼ିଛେ ଡାଇନିଂ ହଲ୍‌: ତଲେ ବସି ଖାଉଛନ୍‌ ଛାତ୍ରୀଛାତ୍ର

ଲାଠୋର, ୨୩।୧ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ମାଲପଡ଼ା ପଁଚେତ୍‌ ସଦରରେ ରହିଛେ ଅନୁସୂଚୀତ ଜାତି ଜନଜାତି ଉନ୍ନୟନ ବିଭାଗ ଦୁଆରା ପରିଚାଲିତ ଉଚ୍ଚ ମାଧ୍ୟମିକ ବିଦ୍ୟାଲୟ। ହେଲେ ସ୍କୁଲରେ ଡାଇନିଂ ହଲ୍‌ ତିଆରି କାମ୍‌ ଅନେକ ଦିନୁ ଦରଖଁଡ଼ିଆ ହେଇ ପଡ଼ିଛେ। ଏନ୍‌ତାଥି ସ୍କୁଲର ଶତାଧିକ୍‌ ଛାତ୍ରୀଛାତ୍ର ତଲେ ବସି ଖାଏଦ୍‌ ଖାଉଥିବାର ଅଭିଯୋଗ ହେଉଛେ।
ସୂଚନା ଅନ୍‌ସାରେ ୧୯୫୧ ସାଲେ ଅନୁସୂଚୀତ ଜାତି ଜନଜାତି ଉନ୍ନୟନ ବିଭାଗ ତରଫୁ ଅଂଚଲର ଆଦିବାସୀ ଛାତ୍ରୀଛାତ୍ରକଁର ପାଠ୍‌ପଢ଼ାର ସୁବିଧା ଲାଗି ମାଲପଡ଼ାରେ ଗୁଟେ ଆଶ୍ରମ ସ୍କୁଲର ଥାପନା କରାଯାଇଥିଲା। ଏହେଦେ ସ୍କୁଲରେ ୬ଷ୍ଠରୁ ଯୁକ୍ତ ଦୁଇ ବିଜ୍ଞାନ ଆର ବାଣିଜ୍ୟ ତକ୍‌ ପଢ଼ବାର ବେବସ୍‌ତା ରହିଛେ। ସେନ୍‌ତା ସ୍କୁଲରେ ମୋଟ ୭୫୦ ଛାତ୍ରୀଛାତ୍ର ରହି ପାଠ୍‌ପଢ଼ୁଛନ୍‌। ପାଠ୍‌ପଢ଼ାବାର ଲାଗି ଶିକ୍ଷୟିତ୍ରୀ ଶିକ୍ଷକ, ଅଧ୍ୟାପିକା ଅଧ୍ୟାପକ ରହିଥିଲେ ବି ୨୦୧୮ରୁ ପ୍ରଧାନଶିକ୍ଷକ ତଥା ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଛେ। ଯାଜପୁରରୁ ବିଷ୍ଣୁଚରଣ ମହାନ୍ତି ଆର ବଲାଙ୍ଗୀରରୁ ଚନ୍ଦ୍ରକାନ୍ତି ମିଶ୍ରକୁଁ ମାଲପଡ଼ା ସ୍କୁଲକେ ବଦଲି ହେଇଥିଲେ ବି ସେମାନେ କାଯ୍‌ରେ ଯୋଗ ନାଇଁଦେଇ। ଏନ୍‌ତାଥି ସ୍କୁଲର ଝନେ ଟିଜିଟି ଶିକ୍ଷକ ଦାଇତିଅରେ ରହିଛନ୍‌। ସେନ୍‌ତା ଛାତ୍ରୀଛାତ୍ରକଁର ସୁବିଧା ଲାଗି ଆଏଜ୍‌କେ ୪ ବଛର ତଲେ ଲକ୍ଷାଧିକ୍‌ ଟଁକା ଖରଚ୍‌ ଅଟକଲରେ ଗୁଟେ ଡାଇନିଂ ହଲ୍‌ ତିଆରି କାମ୍‌ ମୂଲ ହେଇଥିଲା। ହେଲେ ସେଟା ଆଏଜ୍‌ତକ ଦରଖଁଡ଼ିଆ ହେଇ ପଡ଼ିଛେ। ଏନ୍‌ତାଥି ଛାତ୍ରୀଛାତ୍ର ଭିନେ ଭିନେ ଜାଗାରେ ବାହାରେ ବସି ଖାନାପିନା କରୁଛନ୍‌। ସ୍କୁଲର ଛାତ୍ରୀଛାତ୍ର ଅନେକ ଦିନ ହେଲା ଡାଇନିଂ ହଲ୍‌ ଲାଗି ଦାବି କରି ଆସୁଥିଲେ ବି କେହି ତାକର କଥା ନାଇଁ ଶୁନବାର ବଲି ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ବଲାଙ୍ଗୀର ଡିଡବ୍ଲୁଓ ପରମାନନ୍ଦ ପୃଷ୍ଟିକୁଁ ପଚ୍‌ରାଲାରୁ ଆମେ ଡାଇନିଂ ହଲ୍‌ କାମ୍‌ ପୂରା କରବାକେ ଖପ୍ରାଖୋଲ ବିଡିଓକୁଁ ଚିଠି ଲେଖିଛୁଁ। କାମ୍‌ କେତେଦୂର ହେଇଛେ ସେଟାକେ ଦେଖି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ। ହେଲେ ଛାତ୍ରୀଛାତ୍ରକଁର ସୁଆରଥ୍‌କେ ଦେଖି ସ୍କୁଲରେ ଝନେ ଥାଇ ପ୍ରଧାନଶିକ୍ଷକ ତଥା ଅଧ୍ୟକ୍ଷକୁଁ ନିଯୁକ୍ତି ଦେବାର ସଂଗେ ଡାଇନିଂ ହଲ ପୂରା କରବାକେ ସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?