ଦକ୍ଷତା ବିକାଶ କେନ୍ଦ୍ରକୁ ଜିଲାପାଳଙ୍କ ପରିଦର୍ଶନ

ଛତ୍ରପୁର,୨୦ା୬(ଡି.ଏନ.ଏ)-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ପୂର୍ବାହ୍ନରେ ଅଚାନକ ଛତ୍ରପୁରଠାରେ ଥିବା ୨ଟି ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଓ ବିଜୁ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ। କେନ୍ଦ୍ରରେ ଛାତ୍ରୀଛାତ୍ରମାନଙ୍କ ସହ ଆଲୋଚନା କରିବା ସହ ହଷ୍ଟେଲ, ରୋଷେଇ ଘର, ତାଲିମ କେନ୍ଦ୍ର, କ୍ଲାସ୍‌ ରୁମ୍‌ ଓ ପରିମଳ ବ୍ୟବସ୍ଥାର ଜିଲାପାଳ ଅନୁଧ୍ୟାନ କରିଥିଲେ। ହଷ୍ଟେଲରେ ଦିଆଯାଉଥିବା ଖାଇବା ପର୍ଯ୍ୟାପ୍ତ ହେଉନି ବୋଲି କେତେଜଣ ଛାତ୍ରୀଛାତ୍ରଙ୍କ ପକ୍ଷରୁ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ଖାଦ୍ୟର ସୁଷମ ବଣ୍ଟନ ସହ ଏହାର ମାନ ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ଛାତ୍ରୀମାନେ ହଷ୍ଟେଲରେ ରହୁଥିବାରୁ ସୁରକ୍ଷା ବ୍ୟବସ୍ଥା ବଢାଇବା, ଫାୟାର ସେଫ୍ଟି ଉପରେ ଧ୍ୟାନ ଦେବା, ଅଧିକରୁ ଅଧିକ ଗରିବ ଛାତ୍ରୀଛାତ୍ରମାନଙ୍କୁ ଏହି ୨ କେନ୍ଦ୍ରରେ ଭର୍ତ୍ତି କରିବାକୁ ଜିଲାପାଳ କହିଥିଲେ। ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଦକ୍ଷତା ବିକାଶ କେନ୍ଦ୍ରରେ ୧୫୬ ଛାତ୍ରୀଛାତ୍ର ପଢୁଛନ୍ତି। ଏଠାରେ ଡୋମେଷ୍ଟିକ୍‌ ଇଲେକ୍ଟ୍ରିସିଟି ଓ ସିଲେଇ ଶିକ୍ଷା ଦିଆଯାଉଛି। ସେହିପରି ବିଜୁ ଦକ୍ଷତା ବିକାଶ କେନ୍ଦ୍ରରେ ୭୦ ଜଣ ଛାତ୍ରୀଛାତ୍ର ଅଛନ୍ତି। ପରିମଳ ଓ ଚାରା ରୋପଣ ଉପରେ ଧ୍ୟାନ ଦେବାକୁ ଜିଲାପାଳ କହିଥିଲେ। ଜିଲାପାଳଙ୍କ ପରିଦର୍ଶନ ବେଳେ ଡିଆରଡିଏ ପିଡି ଦେବବ୍ରତ ସାହୁ, ଓରମାସ ସହକାରୀ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ମହାନ୍ତି, ଡିଆଇସିର ଜିଏମ୍‌ ସୂର୍ଯ୍ୟ ମାଧବ ପାଣିଗ୍ରାହୀ, ରିଜିଓନାଲ ଆସିଷ୍ଟାଣ୍ଟ ଡାଇରେକ୍ଟର (ଏମ୍ପ୍ଲୟମେଣ୍ଟ) ଆର୍‌ ଏମ୍‌ ଖିଲାନା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ଜମି ଅଧିକାର କର୍ମଶାଳା

ଆସିକା,୨୦ା୧୦(ଡି.ଏନ୍‌.ଏ.) -ରାଜ୍ୟର ବିଭିନ୍ନ ଜଙ୍ଗଲରେ ବସବାସ କରୁଥିବା ବନବାସୀ ପରିବାରର ସାମଗ୍ରୀକ ସୁରକ୍ଷା ନିମନ୍ତେ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ନିଆଯାଇଛି। ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ...

ଗଜପତିର ମହେନ୍ଦ୍ରଗିରିରେ ନାଚ, ଗୀତ, ଆମିଷ ଭୋଜନ ଘଟଣା: କ୍ଷମା ମାଗିଲେ ତିବ୍ବତୀୟ ଶରଣାର୍ଥୀ

ପାରଳାଖେମୁଣ୍ଡି:୨୮।୩: କ୍ଷମା ମାଗିଲେ ତିବ୍ବତୀୟ ଶରଣାର୍ଥୀ। ତିବ୍ବତୀୟ କିଛି ଯୁବତୀଯୁବକ ମହେନ୍ଦ୍ରଗିରି ଭ୍ରମଣ କରିବାକୁ ଯାଇ ଆମିଷ ଭୋଜନ କରିଥିଲେ। ଏହାସହ ବିଭିନ୍ନ ବଲିଉଡ, ଓଲିଉଡ...

ଡାଲା ଅଟୋ- ବାଇକ୍‌ ଧକ୍କା: ଜଣେ ମୃତ, ୭ ଆହତ

ଆସିକା,୧୦।୩(ଡି.ଏନ୍‌.ଏ.)- ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଗାଙ୍ଗପୁର ଥାନା ନିମିନା ଗ୍ରାମ ନିକଟରେ ସୋମବାର ରାତିରେ ଏକ ଡାଲା ଅଟୋ ସହ ବାଇକ୍‌ ମୁହଁାମୁହିଁ ଧକ୍କା ହେବାରୁ...

ବାହାରେ ମଳତ୍ୟାଗ: ୨୪ ପରିବାରର ରାଶନ ବନ୍ଦ

ପାଟପୁର,୨ା୧୧-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ସରପଞ୍ଚ ତାଙ୍କ ପଞ୍ଚାୟତରେ ଗତମାସ ୨୦ ତାରିଖରେ ବାହ୍ୟ ମଳତ୍ୟାଗକୁ ନେଇ ଏକ ଅଭିନବ ଫତ୍‌ଓ୍ବା ଜାରି କରିଥିଲେ।...

ବେପରୁଆ ଗାଡ଼ି ଚାଳକଙ୍କୁ ଜଗିବ ସ୍ପିଡ୍‌ ହଣ୍ଟର କ୍ୟାମେରା

ଛତ୍ରପୁର,୨୮ା୧୨(ଡି.ଏନ.ଏ)-ଗଞ୍ଜାମ ଜିଲାରେ ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଚିହ୍ନଟ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଆରମ୍ଭ ହୋଇଛି। ଏଥିପାଇଁ ସ୍ପିଡ୍‌ ହଣ୍ଟର ୨ ପ୍ଲସ୍‌ କ୍ୟାମେରା...

୮୪ ଲକ୍ଷ ଟଙ୍କା ଠକେଇ ଘଟଣା: ଜେଲ ଗଲେ ହନିକମ୍ବ ଏମ୍‌ଡି

ବ୍ରହ୍ମପୁର ଅଫିସ,୧୩ା୧୧-ଅଧିକ ସୁଧ ଦେବା ନାଁରେ ସୋନପୁର ଜିଲା ବିନିକା ଅଞ୍ଚଳର ୫୦ରୁ ଉର୍ଦ୍ଧ୍ୱ ଜମାକାରୀଙ୍କ ୮୪ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ବୈଦ୍ୟନାଥପୁର...

ଗଞ୍ଜାମରେ ନୂଆ ୫ ଆକ୍ରାନ୍ତ ସୁରଟ ଫେରନ୍ତା: କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ; ଜିଲାରେ ପଜିଟିଭ୍‌ ସଂଖ୍ୟା ୮୯

ଭୁବନେଶ୍ୱର,୯।୫(ବ୍ୟୁରୋ): ଗଞ୍ଜାମରେ ଚିହ୍ନଟ ହୋଇଥିବା ନୂଆ ୫ ଆକ୍ରାନ୍ତ ସୁରଟ ଫେରନ୍ତା। ସମସ୍ତେ ପୁରୁଷ ହୋଇଥିବା ବେଳେ ବୟସ ଯଥାକ୍ରମେ ୩୯,୪୯,୧୬,୪୮,୪୫ ବର୍ଷ। ସମସ୍ତେ କ୍ୱାରାଣ୍ଟାଇନ୍‌...

ଛାତ୍ରୀଙ୍କୁ ଅସଦାଚରଣ ମାମଲା: ୩ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୨୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ମାଆ ଏନେଇ କେ. ନୂଆଗାଁ...

Advertisement


Archives

Model This Week