ଦକ୍ଷତା, ନିଯୁକ୍ତି କ୍ଷେତ୍ରରେ ନୂତନ ସମ୍ଭାବନା: ଏଆଇ ଉତ୍କର୍ଷ କେନ୍ଦ୍ର, ବିପିଓ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସ୍ଥାନୀୟ କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଇଟି)ଠାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉତ୍କର୍ଷ କେନ୍ଦ୍ର (ସେଣ୍ଟର ଫର୍‌ ଏକ୍ସିଲେନ୍ସ)କୁ ଉଦ୍‌ଘାଟନ କରିଛନ୍ତି। ଟେକ୍‌ ମହିନ୍ଦ୍ରା ଲିମିଟେଡ ସହଯୋଗରେ ସିଇଟି ପକ୍ଷରୁ ସେଣ୍ଟର ଫର ଏକ୍ସିଲେନ୍ସ ମାଧ୍ୟମରେ ଯୁବତୀଯୁବକଙ୍କୁ ଏଆଇ ବିଷୟରେ ତାଲିମ ଦିଆଯିବ। ଏହା ଓଡ଼ିଶାକୁ ଦେଶର ତୃତୀୟ ବୃହତ୍‌ ପୁଞ୍ଜି ନିବେଶକାରୀ ରାଜ୍ୟ ଭାବେ ପରିଗଣିତ କରିବାରେ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଉତ୍ତମ ବିକଳ୍ପ ଉଦ୍‌ଭାବନ କରିବା ପାଇଁ ଏହା ବର୍ତ୍ତମାନର ଯୁବପିଢିଙ୍କୁ ଏକ ସୁଯୋଗ ଦେବା ସହ ପରବର୍ତ୍ତୀ ପିଢିଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବ। ସିଇଟି ଏବଂ ଟେକ୍‌ ମହିନ୍ଦ୍ରା ମଧ୍ୟରେ ହୋଇଥିବା ବୁଝାମଣା(ଏମଓୟୁ) ସ୍ବରୂପ ସେଣ୍ଟର ଅଫ ଏକ୍ସିଲେନ୍ସ ରାଜ୍ୟର ଯୁବବର୍ଗଙ୍କୁ ନୂତନ ଜ୍ଞାନକୌଶଳ ହାସଲ କରିବା ପାଇଁ ଏକ ସୁଯୋଗ ସୃଷ୍ଟି କରିବ। ଦୈନନ୍ଦିନ ଜୀବନରେ ଏଆଇ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ରାଜ୍ୟର ଅର୍ଥନୀତି ଓ ଲୋକମାନଙ୍କ ଜୀବନ ଜୀବିକା ଉପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଅଡିଟୋରିୟମ ଏବଂ ସେଣ୍ଟ୍ରାଲ ଲାଇବ୍ରେରିର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଏହି ଅବସରରେ ସ୍ଥାନୀୟ ଫର୍ଚୁନ ଟାଓ୍ବାରଠାରେ ମୁଖ୍ୟମନ୍ତ୍ରୀ ଟେକ୍‌ ମହିନ୍ଦ୍ରାର ଇଣ୍ଟରନ୍ୟାଶନାଲ ବିପିଓ ସେଣ୍ଟରର ଉଦ୍‌ଘାଟନ କରିଛନ୍ତି। ଭୁବନେଶ୍ୱରରେ ଟେକ୍‌ ମହିନ୍ଦ୍ରାର ପୂର୍ବରୁ ଏହାର ସେଣ୍ଟର ଖୋଲି ସାରିଛି। ନୂଆ ସୁବିଧା ଦେବାକୁ ବିପିଓ ସେଣ୍ଟର ସ୍ଥାପନ କରାଯାଇଛି ବୋଲି ଟେକ୍‌ ମହିନ୍ଦ୍ରା ସିଇଓ ସି.ପି. ଗୁର୍‌ନାନୀ କହିଛନ୍ତି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହା ଆମ ପାଇଁ ଐତିହାସିକ ଦିବସ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ବିନା ପେଟ୍ରୋଲ୍‌ରେ ଚାଲିବ ବାଇକ୍‌! Hero ଆଣୁଛି ଦେଶର ପ୍ରଥମ ଇଥାନଲ୍ ଚାଳିତ ଫ୍ଲେକ୍ସ-ଫ୍ୟୁଏଲ୍ ବାଇକ୍‌; ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୫: ଭାରତରେ ପରିବେଶ ଅନୁକୂଳ ତଥା ବିକଳ୍ପ ଜାଳେଣିର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଦିଗରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି ଦେଶର ସବୁଠାରୁ ବଡ଼ ଦୁଇଚକିଆ ଯାନ…

‘VVIPଙ୍କ ଗସ୍ତ ସୂଚନା ଲିକ୍‌ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର,୨୮ା୫: ଭିଭିଆଇପିଙ୍କ ଗସ୍ତ ସୂଚନା ଲିକ୍‌ ନେଇ କଡ଼ା ସତର୍କତା ଜାରି କରିଛନ୍ତି ସରକାର। ସୋସିଆଲ ମିଡିଆରେ ସୁରକ୍ଷା ସୂଚନା ଶେୟାର୍‌ କଲେ ଏଣିକି ହେବ କାର୍ଯ୍ୟାନୁଷ୍ଠାନ।…

ମା’ଙ୍କୁ ନେଇ ହସ୍ପିଟାଲ ଯାଉଥିବା ବେଳେ ଜଳିଗଲା କାର୍; ୪ ଜୀବନ୍ତ ଦଗ୍ଧ, ଜିଲା ପରିଷଦ…

ଜୟପୁର,୨୮ା୫:  ରାଜସ୍ଥାନର ଆଜମେର ଜିଲାର ବୋରାଡା ପୋଲିସ ଷ୍ଟେସନ ଅଞ୍ଚଳର ଶ୍ରୀରାମପୁରା ଗାଁରେ ଗୁରୁବାର ସକାଳେ ଏକ ହୃଦୟ ବିଦାରକ ଦୁଃଖଦ ଘଟଣା ଘଟିଛି । ହଠାତ୍…

ମଣ୍ଡି ଉଦ୍‌ଘାଟନ ପରେ ବି ଉଠୁନି ଚାଷୀଙ୍କ ଧାନ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେ ଥିବା ବିଭିନ୍ନ ଧାନମଣ୍ଡି ଉଦଘାଟନ ହେବାର ୭ଦିନ ବିତିଯାଇଥିଲେ ସୁଦ୍ଧା ଚାଷୀଙ୍କ ଧାନ ଉଠିବାରେ ବିଳମ୍ବ…

ଆଉଟ୍‌ ହେବା ପରେ କାହାକୁ ଗାଳି ଦେଲେ ବୈଭବ ସୂର୍ଯ୍ୟବଂଶୀ? ଚମକାଉଛି Video

ନୂଆଦିଲ୍ଲୀ,୨୮।୫: ଆଇପିଏଲ୍‌ ୨୦୨୬ର ଏଲିମିନେଟର୍‌ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ଏକତରଫା ଭାବେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ। ଏହି ମ୍ୟାଚ୍‌ରେ ରାଜସ୍ଥାନର ବିଜୟର ହିରୋ ସାଜିଛନ୍ତି ୧୫…

ବିଜୁଳି ଚୋରି ଧରିବାକୁ ଯାଇଥିବା JEଙ୍କ ଉପରକୁ ମରଣାନ୍ତକ ଆକ୍ରମଣ; ପ୍ରଥମେ ଲାତ ଗୋଇଠା ମାରିଲେ, ପରେ ପୋଷା କୁକୁର ଛାଡିଦେଲେ

ଲକ୍ଷ୍ନୌ,୨୮।୫: ବିଦ୍ୟୁତ୍ ବିଭାଗ ବର୍ତ୍ତମାନ ସାରା ଦେଶରେ ବିଦ୍ୟୁତ୍ ଚୋରମାନଙ୍କୁ ଦମନ କରିବା ପାଇଁ ଏକ ଅଭିଯାନ ଚଳାଇଛି। ଏହି ଅଭିଯାନ ସମୟରେ, ବୁଧବାର ସନ୍ଧ୍ୟାରେ LESA…

ନିର୍ମାଣ ପରେ ବି ହସ୍ତାନ୍ତର ହେଉନି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ନୂତନ କୋଠା, ଗ୍ରାମବାସୀ କହିଲେ…

ଛତ୍ରପୁର,୨୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରେ ଲୋକଙ୍କୁ ରାଜସ୍ବ ସେବା ଯୋଗାଇଦେବା ଲାଗି ସରକାରୀ ଅର୍ଥ ଖର୍ଚ୍ଚରେ ନିର୍ମାଣ କରାଗଲା ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri