ଥୋରାସିସ୍‌ ଏନ୍ୟୁରିଜମ୍‌ର ବିରଳ ଅସ୍ତ୍ରୋପଚାର ଅତ୍ୟଧିକ ଧୂମ୍ରପାନ, ଉଚ୍ଚ ରକ୍ତଚାପ ରୋଗର କାରଣ: ବିଶେଷଜ୍ଞ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଥୋରାସିସ୍‌ ଆଓର୍ଟା ଏନ୍ୟୁରିଜମ୍‌ ଓ କୋରୋନାରୀ ବ୍ଲକ୍‌ ସମସ୍ୟାର ଚିକିତ୍ସା କରାଯାଇଛି। ବିରଳ ଅସ୍ତ୍ରୋପଚାର କରାଯାଇ ଥୋରାସିସ୍‌ ଏନ୍ୟୁରିଜମ୍‌କୁ ବାହାର କରାଯାଇଥିବାବେଳେ ଉକ୍ତ ସ୍ଥାନରେ ସିନ୍ଥେଟିକ୍‌ ଗ୍ରାଫ୍ଟର ପ୍ରତିରୋପଣ କରାଯାଇଛି। ପିଠି ଯନ୍ତ୍ରଣାରେ ପୀଡ଼ିତ ୬୨ ବର୍ଷୀୟ ତ୍ରିଲୋଚନ ଜେନାଙ୍କୁ ବିଆର୍‌ ଲାଇଫ୍‌ କଳିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାରମ୍ଭିକ ପରୀକ୍ଷଣ ଓ ସିଟିସ୍କାନ ପରେ ତାଙ୍କର ସେଣ୍ଟ୍ରାଲ ଆଓର୍ଟା ବା ହୃଦୟରୁ ଶରୀରର ଅନ୍ୟ ଭାଗକୁ ରକ୍ତ ପଠାଉଥିବା ବୃହତ୍ତ ଧମନୀର ଆକାର ସାଧାରଣ ଆକାରଠାରୁ ୭ ସେ.ମିକୁ ବୃଦ୍ଧି ପାଇଥିବା ଜଣାପଡ଼ିଥିଲା। ୫ ସେ.ମିରୁ ଅଧିକ ବଡ଼ ହେଲେ ଧମନୀର ବାହ୍ୟ ଆବରଣ ଚିରିହେବାର ସମ୍ଭାବନା ରହିଥାଏ ଏବଂ ଏହା ଶରୀରରେ ଆଭ୍ୟନ୍ତରୀଣ ରକ୍ତସ୍ରାବର କାରଣ ହୋଇଥାଏ। ଡାକ୍ତର କରୁଣାକର ପାଢ଼ୀଙ୍କ ଦ୍ୱାରା ଏହି ବିରଳ ଅସ୍ତ୍ରୋପଚାରରେ ପ୍ରଥମେ କୋରୋନାରୀ ବ୍ଲକ୍‌କୁ ଔଷଧ ମାଧ୍ୟମରେ ଠିକ୍‌ କରାଯାଇଥିଲା। ପରେ ରୋଗୀ ସାମାନ୍ୟ ସୁସ୍ଥ ହେବାପରେ ଏକ ହାର୍ଟ-ଲଙ୍ଗ୍‌ ମେସିନ୍‌ର ବ୍ୟବହାର କରି ଆଓର୍ଟା ବାଇପାସ୍‌ ସହ ଓପନ୍‌ ହାର୍ଟ ସର୍ଜରି କରାଯାଥିଲା। ଦୀର୍ଘ ୭ ଘଣ୍ଟା ଧରି ଏହି ଓପନ୍‌ ହାର୍ଟ ସର୍ଜରି ହୋଇଥିଲା। ଅସ୍ତ୍ରୋପଚାର ପରେ ତ୍ରିଲୋଚନ ଏବେ ସୁସ୍ଥ ହେଉଥିବାବେଳେ ଖୁବ୍‌ଶୀଘ୍ର ସେ ଏକ ସାଧାରଣ ଜୀବନ ବଞ୍ଚିପାରିବେ। ଅତ୍ୟଧିକ ଧୂମ୍ରପାନ, ପୂରୁଣା କିମ୍ବା ଚିକିତ୍ସିତ ହୋଇ ନ ଥିବା ଉଚ୍ଚ ରକ୍ତଚାପ ଯୋଗୁ ଏହି ରୋଗ ହୋଇଥାଏ। ଛାତି ଓ ପିଠିରେ ଯନ୍ତ୍ରଣା, ହୃଦୟ ସ୍ପନ୍ଦନରେ ପରିବର୍ତ୍ତନ, ଥକ୍କାପଣ, ମୁଣ୍ଡ ବୁଲାଇବା ଓ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ଭଳି ଲକ୍ଷଣ ସାଧାରଣତଃ ଧମନୀର ବାହ୍ୟ ଆବରଣ ଚିରିଯିବା କିମ୍ବା ଫାଟିଯିବାର ସଙ୍କେତ ଦେଇଥାଏ ବୋଲି ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ଡା. ମଞ୍ଜିନ୍ଦର ଭଟ୍ଟି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri