Posted inଖେଳ

ଥିମ୍‌ଙ୍କ ପ୍ରତିଶୋଧ

୨୦୧୮ ଓ ୨୦୧୯ ଫ୍ରେଞ୍ଚ୍‌ ଓପନ୍‌ ଫାଇନାଲରେ ରାଫାଲ ନାଡାଲଙ୍କଠାରୁ ପରାସ୍ତ ହୋଇ ଡୋମିନିକ୍‌ ଥିମ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲେ। ତେବେ ଚଳିତ ଅଷ୍ଟ୍ରେଲିଆନ ଓପନରେ ଥିମ୍‌ ବିଶ୍ୱର ଏକ ନମ୍ବର ଖେଳାଳି ନାଡାଲଙ୍କୁ ହରାଇ ଏହାର ମଧୁର ପ୍ରତିଶୋଧ ନେଇଛନ୍ତି। ୨୬ ବର୍ଷରେ ପଦାର୍ପଣ କରିଥିବାରୁ ଆଗାମୀ ଦିନରେ ଏହି ପ୍ରତିଭାବାନ ଟେନିସ ତାରକା ଆହୁରି ସଫଳତା ହାସଲ କରିବେ ବୋଲି ଆଶା କରାଯାଉଛି…

ଅଷ୍ଟ୍ରିଆ ଟେନିସ୍‌ ତାରକା ଡୋମିନିକ୍‌ ଥିମ୍‌ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆ ଓପନ୍‌ରେ ଦମ୍‌ଦାର ପ୍ରଦର୍ଶନ କରି ନିଜର ଉପସ୍ଥିତି ଜାହିର କରିଛନ୍ତି। ବିଶ୍ୱର ୧ ନମ୍ବର ଖେଳାଳି ସ୍ପେନର ରାଫାଲ ନାଡାଲଙ୍କୁ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍‌ରେ ପରାସ୍ତ କରି ସେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୧୯ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ନାଡାଲଙ୍କୁ ପରାସ୍ତ କରିବା ଏତେ ସହଜ ହୋଇ ନ ଥିଲେ ମଧ୍ୟ ସେ ମାରାଥନ ୭-୬, ୭-୬, ୪-୬, ୭-୬ ସେଟ୍‌ରେ ହରାଇ ଅଗ୍ରଗତି କରିଛନ୍ତି। ବିଶ୍ୱର ୫ ନମ୍ବର ଖେଳାଳି ଥିମ୍‌ ଏବେ ଫାଇନାଲ ଟିକେଟ ପାଇଁ ସେମିରେ ବିଶ୍ୱର ୭ ନମ୍ବର ଖେଳାଳି ଜର୍ମାନୀର ଆଲେକ୍‌ଜାଣ୍ଡର ଜେଭେରେଭଙ୍କୁ ଭେଟିବେ। ଏପର୍ଯ୍ୟନ୍ତ କୌଣସି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରି ନ ଥିବା ୨୬ ବର୍ଷୀୟ ଥିମ୍‌ କିନ୍ତୁ ୨ଥର ଫ୍ରେଞ୍ଚ୍‌ ଓପନ ଫାଇନାଲରେ ପ୍ରବେଶ କରିଥିଲେ। ସେ ୨୦୧୮ ଓ ୨୦୧୯ରେ ସେତେବେଳର ଡିଫେଣ୍ଡିଂ ଚାମ୍ପିୟନ ନାଡ଼ାଲଙ୍କଠାରୁ ପରାସ୍ତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲେ। ନାଡ଼ାଲଙ୍କୁ କ୍ୱାର୍ଟର ଫାଇନାଲରେ ପରାସ୍ତ କରି ଏବେ ଥିମ୍‌ ଫ୍ରେଞ୍ଚ୍‌ ଓପନ ଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି। ଜଣେ ପ୍ରତିଭାସମ୍ପନ୍ନ ଖେଳାଳି ହୋଇଥିଲେ ମଧ୍ୟ ଥିମ୍‌ ଆଶାନୁରୂପ ସଫଳତା ହାସଲ କରିପାରି ନାହାନ୍ତି। ୬ ଫୁଟ ୧ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ଥିମ୍‌ ୨୦୧୧ର ପେସାଦାର ଟେନିସରେ ପାଦ ଦେଇଥିଲେ। ଏପର୍ଯନ୍ତ ୧୬ଟି ଏଟିପି ଟାଇଟଲ ଜିତିଥିବା ଥିମ୍‌ ୨୦୧୮ରେ ୟୁଏସ୍‌ ଓପନ କ୍ୱାର୍ଟର ଫାଇନାଲ ଓ ୨୦୧୭ରେ ଓ୍ବିମ୍ବେଲଡନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ୨୦୧୭ ନଭେମ୍ବର ୬ ତାରିଖରେ ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ କ୍ୟାରିୟର ଶ୍ରେଷ୍ଠ ୪ ନମ୍ବର ସ୍ଥାନ ହାସଲ କରିଥିଲେ। ଡବଲ୍ସରେ ଅବଶ୍ୟ ଥିମ୍‌ ସେତେଟା ପ୍ରଭାବୀ ସାବ୍ୟସ୍ତ ହୋଇନାହାନ୍ତି। ଜୁନିୟର ଟେନିସରେ ଥିମ୍‌ ବେଶ୍‌ ସଫଳ ରହିଛନ୍ତି। ଜୁନିୟରସ୍ତରରେ ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ କ୍ୟାରିୟର ଶ୍ରେଷ୍ଠ ୨ ନମ୍ବର ସ୍ଥାନ ହାସଲ କରିଥିଲେ। ୨୦୧୯ରେ ସେ ଇଣ୍ଡିଆନ ଓ୍ବେଲ୍ସରେ ରୋଜର ଫେଡରରଙ୍କୁ ହରାଇ ଏଟିପି ମାଷ୍ଟର୍ସ ଟାଇଟଲ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଜଣେ ଆଗ୍ରେସିଭ୍‌ ବ୍ୟାକ୍‌ଲାଇନ୍‌ ଖେଳାଳି ହୋଇଥିଲେ ମଧ୍ୟ ସିଙ୍ଗଲ୍‌ ହ୍ୟାଣ୍ଡେଡ ବ୍ୟାକ୍‌ ହ୍ୟାଣ୍ଡ ବ୍ୟବହାର କରିଥାନ୍ତି। ୨୦୧୭ରେ ଥିମ୍‌ ଫ୍ରାନ୍‌ ମହିଳା ଟେନିସ ଖେଳାଳି କ୍ରିଷ୍ଟିନା ମ୍ଲାଡେନୋଭିକଙ୍କ ସହ ଡେଟିଂ କରିଆସୁଥିଲେ। ୨୦୧୮ରେ ଦୁହେଁ ନିଜର ସମ୍ପର୍କଥିବା କଥା ସର୍ବସାଧାରଣରେ ପ୍ରକାଶ କରିଥିଲେ। କିନ୍ତୁ ୨୦୧୯ରେ ସେମାନେ ଅଲଗା ହୋଇଥିଲେ। ଥିମ୍‌ ଫୁଟବଲ୍‌ରେ ଜଣେ ବଡ଼ ପ୍ରଶଂସକ। ଚେଲସି ଏଫ୍‌ସିର ସେ ଜଣେ ବଡ଼ ସମର୍ଥକ ମଧ୍ୟ। ମାତ୍ର ୨୬ ବର୍ଷରେ ପଦାର୍ପଣ କରିଥିବାରୁ ଥିମ୍‌ ଆଗକୁ ଆହୁରି ସଫଳତା ହାସଲ କରିବେ । ଫର୍ମ ଓ ଫିଟ୍‌ନେସ ବଜାୟ ରଖିଲେ ସେ ଆଗାମୀ ଦିନରେ ବିଶ୍ୱ ଟେନିସ୍‌ରେ ପ୍ରଭାବ ବିସ୍ତାର କରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତି ଗୁଜରାଟର ବ୍ୟାଟିଂ ଜାରି

ଲକ୍ଷ୍ନୌ,୨୨।୪: ଭରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଉଥିବା ଆଇପିଏଲ୍‌ର ୩୦ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା...

ଟାଇଟଲ ସହ କୋର୍ଟକୁ ଫେରିଲେ ମୁରେ

ଲଣ୍ଡନ,୨୪।୬: ପୁରୁଷ ସିଙ୍ଗଲ୍ସ ବର୍ଗର ପୂର୍ବତନ ଶୀର୍ଷ ର଼୍ୟାଙ୍କ୍‌ଧାରୀ ଖେଳାଳି ଆଣ୍ଡି ମୁରେ ସଫଳତାର ସହ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ କୁଇନ୍ସ କ୍ଲବ ଟୁର୍ନାମେଣ୍ଟରେ...

ଆଇପିଏଲ୍‌ରେ ବିଶ୍ୱରେକର୍ଡ ହାସଲ କରିବେ ଧୋନୀ

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଇଣ୍ଡିଆନ୍‌ ପ୍ରିମିୟମ ଲିଗ୍‌ର ୧୩ତମ ସିଜିନରେ ସେମିତି କିଛି ଖାସ୍‌ ପ୍ରଦର୍ଶନ କରିପାରି ନ...

ଅଜବ ସଂଯୋଗ ସହ ଧୋନୀଙ୍କ ରେକର୍ଡ

ଆବୁଧାବି,୨୬।୯: ମହେନ୍ଦ୍ର ସିଂ ଧୋନୀ ରବିବାର ଆଇପିଏଲରେ ଏକ ମାଇଲଷ୍ଟୋନର ଅଧିକାରୀ ହୋଇଛନ୍ତି। କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ...

 ଅଷ୍ଟ୍ରେଲିଆ ଆଗରେ ୩୪୧ ରନର ବିଜୟଲକ୍ଷ୍ୟ

ରାଜକୋଟ,୧୭।୧- ପ୍ରଥମ ଦିନିକିଆରେ ସହଜ ବିଜୟ ହାସଲ କରିଥିବା  ଅଷ୍ଟ୍ରେଲିଆ ଦଳ ଆଗରେ ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ୩୪୧ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି...

ଧୋନୀ, ସିଏସ୍‌କେ ଫ୍ୟାନଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨୪।୧୧: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦୀର୍ଘ ଦିନର କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କୁ ଆଇପିଏଲର ଆଗାମୀ ୩ ସିଜନ ପାଇଁ ରିଟେନ କରିଛି। ଧୋନୀଙ୍କ...

ମୁମ୍ବାଇ ବିମାନବନ୍ଦରରେ ୭୪ ଦିନ ରହିଲେ ଘାନା ଫୁଟବଲର

ମୁମ୍ବାଇ, ୮।୬ : ଘାନାର ଜାତୀୟ ଫୁଟବଲ ଖେଳାଳି ର଼୍ୟାଣ୍ଡି ଜୁଆନ ମୁଲେର ଲକ୍‌ଡାଉନ୍‌ କାରଣରୁ ୭୪ ଦିନ ମୁମ୍ବାଇ ବିମାନବନ୍ଦରରେ ଫସି ରହିଥିବା ଘଟଣା...

ଦିଲ୍ଲୀକୁ ହରାଇ ମୁମ୍ବାଇ ଫାଇନାଲରେ

ଦୁବାଇ: ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶନଙ୍କ ଦ୍ରୁତ ଅର୍ଦ୍ଧଶତକ ଏବଂ ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ୍‌ ବୁମ୍‌ରାଙ୍କ ଘାତକ ବୋଲିଂ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ...

Advertisement
Archives

Model This Week