Posted inଜାତୀୟ

ଥାଲାସେମିଆ ଶିଶୁଙ୍କ ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖିଲେ ମାତାପିତା

ମୌନପୁରୀ,୨୬।୭: ଉତ୍ତର ପ୍ରଦେଶର ମୌନପୁରୀରେ ଏବେ ଅସହାୟ ମାତାପିତା ନିଜ ସନ୍ତାନଙ୍କ ଚିକିତ୍ସା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟ ନାଥଙ୍କ ନିକଟକୁ ପତ୍ର ଲେଖିଛନ୍ତି। ତାହା ପୁଣି ରକ୍ତରେ। ଶିଶୁମାନେ ଥାଲାସେମିଆରେ ପୀଡିତ ଥିବା ବେଳେ ରକ୍ତ ଓ ଅର୍ଥର ଅଭାବ ଦର୍ଶାଇ ଏହି ଚିଠି ଲେଖାଯାଇଛି। କିଶାନି ଅଞ୍ଚଳର ବୀର ସିଂ ନାମକ ବ୍ୟକ୍ତିଙ୍କର କରିଷ୍ମା(୮) ଓ ଦିବ୍ୟାଂଶୁ(୬) ଦୁଇ ପିଲାଙ୍କୁ ୨ ବର୍ଷ ହେବା ପରେ ସେମାନେ ଥାଲାସେମିଆରେ ପୀଡିତ ବୋଲି ଜଣାପଡିଥିଲା। ସେବେଠାରୁ ଏପର୍ଯ୍ୟନ୍ତ ବୀର ସିଂ ତାଙ୍କର ଚିକିତ୍ସା ପାଇଁ ତାଙ୍କ ନିକଟରେ ଥିବା ୪ ଏକର ଜମି ବିକ୍ରି କରି ସାରିଲେଣି। ଏଥିପାଇଁ ସେ ଏପର୍ଯ୍ୟନ୍ତ ପାଖାପାଖି ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଥିବା ବେଳେ ଶିଶୁ ୨ ଜଣ ଏବେ ବି ଠିକ୍‌ ହୋଇ ନାହାଁନ୍ତି। ଏହାପରେ ତାଙ୍କର ତୃତୀୟ ସନ୍ତାନ ମଧ୍ୟ ଜନ୍ମରୁ ଥାଲାସେମିଆରେ ପୀଡିତ ବୋଲି ଜଣାପଡିବା ପରେ ଏହି ଦମ୍ପତି ଭାଙ୍ଗି ପଡିଛନ୍ତି। ଡାକ୍ତର ଏବେ ଏମାନଙ୍କ ଅପରେଶନ ପାଇଁ ପ୍ରାୟ ୨୨ ଲକ୍ଷ ଟଙ୍କା ଆବଶ୍ୟକ ବୋଲି କହିଥିବା ବେଳେ ଏତେ ପରିମାଣର ଟଙ୍କା ଯୋଗାଡ କରିବାକୁ ଅକ୍ଷମ ଥିବା ବୀର ସିଂ ଓ ତାଙ୍କ ସ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାହାଯ୍ୟ ପାଇଁ ରକ୍ତରେ ଚିଠି ଲେଖି ପଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇ ପୋଲିସକୁ ବଦନାମ୍‌ କରିବା ଲାଗି ତିଆରି ହୋଇଥିଲା ୮୦ ହଜାରରୁ ଅଧିକ ଫେକ୍‌ ଆକାଉଣ୍ଟ

ମୁମ୍ବାଇ, ୬।୧୦: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ନୂଆ ଖବର ଯୋଡ଼ି ହେବାରେ ଲାଗିଛି। ଏବେ ମୁମ୍ବାଇ ପୋଲିସ ପକ୍ଷରୁ...

‘ତାଳି ନ ବଜାଇ ଆର୍ଥିକ ପ୍ୟାକେଜ୍‌ର ଘୋଷଣା କରନ୍ତୁ ସରକାର’: ରାହୁଲ

ନୂଆଦିଲ୍ଲୀ,୨୧।୩: କରୋନା ଭାଇରସ କବଳରେ ଏବେ ସାରା ବିଶ୍ୱ। ଭାରତରେ ମଧ୍ୟ କରୋନାର ପ୍ରଭାବ କିଛି କମ୍‌ ନାହିଁ। ଏବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା...

୨୦୨୪ ନିର୍ବାଚନରେ ଭାଜପା କରିବ ଐତିହାସିକ ପ୍ରଦର୍ଶନ ସର୍ଭେ ରିପୋର୍ଟ ନେଇ ବିରୋଧୀଙ୍କ ମନରେ ଛନକା…

ନୂଆଦିଲ୍ଲୀ,୨୮।୧ : ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ଶେଷ ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରଠାରୁ ଭାଜପା ଲୋକସଭା ନିର୍ବାଚନ ପାଇଁ ମିଶନ...

ନବ ନିର୍ବାଚିତ ଏମ୍‌ପିଙ୍କୁ ଶୀଘ୍ର ମିଳିବ ସରକାରୀ ଘର: ପରାଜିତ ଏମ୍‌ପି ମାସକ ମଧ୍ୟରେ ଛାଡିବେ ଆବାସ

ନୂଆଦିଲ୍ଲୀ,୨୫।୫: ଦେଶର୧୭ତମ ଲୋକ ସଭା ନିର୍ବାଚନରେ ବିଜୟ ହାସଲ କରିଥିବା ଏମ୍‌ପିମାନଙ୍କୁ ଖୁବ୍‌ ଶୀଘ୍ର ସରକାରୀ ଘର ଯୋଗାଇ ଦିଆଯିବ। ଏଥିଲାଗି ପରାଜିତ ଏମ୍‌ପିମାନଙ୍କୁ ଏକମାସ...

ଦିଦିଙ୍କ ନିଦ ହଜିଯାଇଛି: ମୋଦି

ବୁନିଆଦପୁର,୨୧ା୪(ପି.ଟି.): ଲୋକ ସଭା ନିର୍ବାଚନର ଦୁଇଟି ପର୍ଯ୍ୟାୟ ଶେଷ ହୋଇଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ (ସ୍ପିଡ୍‌ ବ୍ରେକର ଦିଦି)ଙ୍କ...

ମୋଦିଙ୍କୁ ଭେଟିବା ପୂର୍ବରୁ ଯଶୋଦାବେନଙ୍କୁ ଭେଟିଲେ ମମତା

କୋଲକାତା,୧୮।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିଲେ। ହେଲେ ସେ ମୋଦିଙ୍କୁ ଭେଟିବା ପୂର୍ବରୁ ତାଙ୍କ ପତ୍ନୀ...

ଲେହରେ ଭାରତୀୟ ଯୁଦ୍ଧବିମାନ

ନୂଆଦିଲ୍ଲୀ,୨୦ା୬: ଗଲ୍‌ଓ୍ବାନ ଉପତ୍ୟକାରେ ଚାଇନା ସୈନ୍ୟଙ୍କ ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ପୂର୍ବ ଲଦାଖ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ବାୟୁସେନା...

କାମକୁ ନୁହେଁ, ନାମକୁ

ନୂଆଦିଲ୍ଲୀ,୨ା୨: କରୋନା ଭୂତାଣୁ ଓ ଏହାର ମୁକାବିଲା ପାଇଁ ପର୍ଯ୍ୟାୟକ୍ରମେ ଜାରି ଲକ୍‌ଡାଉନ୍‌ ସାରା ଦେଶର ଅର୍ଥନୀତିକୁ ଉଜାଡ଼ି ଦେଇଥିବାବେଳେ ଅର୍ଥ ବ୍ୟବସ୍ଥାକୁ ସଜାଡ଼ିବା କେନ୍ଦ୍ର...

Advertisement
Archives

Model This Week