ଥାନାଜଗିଛି ଅଚଳ ସିସି ଟିଭି କ୍ୟାମେରା

ବାରିପଦା ଅଫିସ,୧୭।୯- ମୟୂରଭଞ୍ଜ ଜିଲାରେ କିଛିଦିନ ହେବ ଅପରାଧ ମାମଲା ବୃଦ୍ଧି ପାଇଛି। ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚୋରି ଓ ଡକାୟତି ଭଳି ଅପରାଧ କମିବାର ନାଁ ଧରୁନି। କେବଳ ବାରିପଦା ଟାଉନ ଥାନାରେ ଚଳିତ ବର୍ଷର ୯ ମାସ ମଧ୍ୟରେ ୭୦ରୁ ଅଧିକ ଚୋରି ଓ ଡକାୟତି ଘଟଣା ଘଟିଛି। ଅପରପକ୍ଷରେ ରାଜ୍ୟ ସରକାର ଏବେ ପୋଲିସ ସେବା ବ୍ୟବସ୍ଥାରେ ପରିବର୍ତ୍ତନ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଥାନାଗୁଡିକର ଭିତ୍ତିଭୂମି ସୁଧାରିବା ସହିତ ଅଧିକାରୀମାନଙ୍କ ସ୍ବଭାବରେ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଛି। ଅନ୍ୟପକ୍ଷେ ଜିଲାରେ ପୋଲିସ ସେବାକୁ ଲୋକାଭିମୁଖୀ କରାଯାଇଥିବା ଜିଲା ପୋଲିସ ମୁଖ୍ୟ ବିଭିନ୍ନ ସଭା ସମିତିରେ ଡିଣ୍ଡିମ ପିଟି ବୁଲୁଛନ୍ତିି। ନିକଟରେ ବାରିପଦା ଟାଉନ ଥାନା ସମେତ ଜିଲାର ଅନ୍ୟ ଥାନାଗୁଡିକରେ ସିସି ଟିଭି କ୍ୟାମେରା ଲଗାଇବା ପାଇଁ ଜିଲା ପୋଲିସ ଯୋଜନା କରିଛି। ବାରିପଦା ସହରର ବିଭିନ୍ନ ସ୍ଥାନରେ ସିସି ଟିଭି କ୍ୟାମେରା ଲଗାଯିବା ପାଇଁ ଜିଲା ପୋଲିସ ପକ୍ଷରୁ ସ୍ଥାନ ଚିହ୍ନଟ କରାଯାଇଛି। ବାରିପଦା କୃଷ୍ଣଚନ୍ଦ୍ର ଗୋଲେଇ, ମୁଖ୍ୟ ମାର୍କେଟ, ଟ୍ରାଫିକ ଛକ, ଷ୍ଟାଡିୟମ ଗୋଲେଇ, ମଧୁବନ ଛକ, ମୁର୍ଗାବାଡି ଛକ, ଦାରୋଗାଡାହି ଛକ, ତକତପୁର ଛକ, ପାଳବଣି ଛକ, ପାଳବଣି ବାଇପାସ ଛକ, ପୋଡା ଅସ୍ତିଆ ଛକ, ଜିଲାପାଳଙ୍କ କାର୍ଯ୍ୟାଳୟ ରାସ୍ତା ଆଦି ସହରର ମୁଖ୍ୟ ରାସ୍ତାଗୁଡିକରେ ସିସି ଟିଭି କ୍ୟାମେରା ଲାଗିବ। ଏହି ସିସି ଟିଭି କ୍ୟାମେରାର ଫୁଟେଜ ମନିଟରିଂ କରିବା ପାଇଁ ଏକ ସ୍ବତନ୍ତ୍ର ସେଲ୍‌ ଖୋଲାଯିବ। ତେବେ ସିସି ଟିଭି କ୍ୟାମେରା ଦ୍ୱାରା ପୋଲିସ କିପରି ଅପରାଧ ନିୟନ୍ତ୍ରଣ କରିବ ତାହା ପ୍ରଶ୍ନବାଚୀ। କାରଣ ବିଶେଷଜ୍ଞଙ୍କ କହିବା ମୁତାବକ ସିସି ଟିଭି କ୍ୟାମେରା ଦ୍ୱାରା ଅପରାଧ ହ୍ରାସ ପାଇବାର କିଛି ପ୍ରମାଣ ନାହିଁ। କେବଳ ଅପରାଧୀଙ୍କୁ ଚିହ୍ନଟ କରିବାରେ ଏହା ସହାୟକ ହୋଇଥାଏ। ଅନ୍ୟପକ୍ଷରେ ବାରିପଦା ସହରର ବସ୍ତି ଅଞ୍ଚଳଗୁଡିକରେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ଦୁର୍ଦ୍ଦାନ୍ତ ଅପରାଧୀମାନେ ରହି ଆପରାଧିକ କାର୍ଯ୍ୟକଳାପ ଚଳାଇଛନ୍ତି। କେବଳ ମୁଖ୍ୟ ଛକଗୁଡିକରେ ସିସି ଟିଭି କ୍ୟାମେରା ଲଗାଇଲେ ଅପରାଧ ନିୟନ୍ତ୍ରଣ କିଭଳି ହେବ ତାହା ପ୍ରଶ୍ନବାଚୀ ସୃଷ୍ଟିକରିଛି। ଏପରିସ୍ଥଳେ ବାରିପଦା ଟାଉନ ଥାନାରେ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ଏହା ପ୍ରାୟ ୩ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଅଚଳ ହୋଇ ପଡିଛି। ଏହା ପୋଲିସ ବ୍ୟବସ୍ଥାର କାର୍ଯ୍ୟଶୈଳୀ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛି। ଏହି ୩ ବର୍ଷ ମଧ୍ୟରେ ୩ରୁ ଊର୍ଦ୍ଧ୍ୱ ଥାନା ଅଧିକାରୀ ଏହି ଥାନାରେ କାର୍ଯ୍ୟ କରିଥିବା ବେଳେ ୪ ଜଣ ଏସପି ଜିଲାରେ କାର୍ଯ୍ୟ କରିସାରିଲେଣି। ମାତ୍ର ଏହାକୁ କାର୍ଯ୍ୟକ୍ଷମ କରିବା ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ରାଜ୍ୟ ସରକାର ଥାନାଗୁଡିକର ଭିତ୍ତିଭୂମି ସୁଧାରିବା ପାଇଁ ପଦକ୍ଷେପ ନେବା ପରେ ଜିଲା ପୋଲିସ ତପତ୍ର ହୋଇଉଠିଛି। ଏକ ସ୍ବତନ୍ତ୍ର ଟିମ୍‌କୁ ନେଇ ସହରର ବିଭିନ୍ନ ପ୍ରମୁଖ ଛକ ଓ ଥାନାରେ ସିସି ଟିଭି କ୍ୟାମେରା ଲଗାଇବା ପାଇଁ ସମୀକ୍ଷା କରାଯାଇଥିବା ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ କହିଛନ୍ତି। କେବଳ ବାରିପଦା ସହର ଓ ଟାଉନ ଥାନା ନୁହେଁ ଜିଲାର ସମସ୍ତ ଥାନାରେ ସିସି ଟିଭି କ୍ୟାମେରା ଲଗାଯିବ। ଏଥିପାଇଁ ରାଜ୍ୟ ପୋଲିସ ବିଭାଗକୁ ଜିଲା ପୋଲିସ ପକ୍ଷରୁ ସ୍ବତନ୍ତ୍ର ତଥ୍ୟ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରେ ହେବ ବସ୍‌ ଡିପୋ ନିର୍ମାଣ: ଖର୍ଚ୍ଚହେବ ୧୬୦.୬୬ କୋଟି, ୨୪ ମାସରେ ପ୍ରକଳ୍ପ ନିର୍ମାଣ ପାଇଁ ଦିନ ଧାର୍ଯ୍ୟ

ଭୁବନେଶ୍ୱର,୨୬।୯(ବ୍ୟୁରୋ): ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଆଧୁନିକୀକରଣ କରାଯିବ। ଏହାକୁ ଅତ୍ୟାଧୁନିକ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ପରିଣତ କରାଯିବ। ଏଥିସହିତ ବରମୁଣ୍ଡାଠାରେ ଥିବା ରାଜ୍ୟ ସଡ଼କ ପରିବହନ ନିଗମର...

ବେନିୟମ ଚାଲାଣ ହେଉଛି କେନ୍ଦୁପତ୍ର: ବିନା ନଥିପତ୍ରରେ ଚାଲିଛି କାରବାର

ମାଲକାନଗିରି,୪ା୫(ଡି.ଏନ୍‌.ଏ.) : ମାଲକାନଗିରି ଜିଲାରେ ବର୍ଷକୁ କୋଟି କୋଟି ଟଙ୍କାର କେନ୍ଦୁପତ୍ର କାରବାର ହୋଇଥାଏ। ଜିଲାର ଆଦିବାସୀ ଏବଂ ଅଣ ଆଦିବାସୀ କେନ୍ଦୁପତ୍ର ସଂଗ୍ରହକରି ଗୁଜୁରଣ...

କାଲି ହୋଇଥିଲା ଭିଜିଲାନ୍ସ ଚଢ଼ାଉ, ଆଜି ବନ୍ଧାହେଲେ ୨ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୪ା୩(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁଇ ବରିଷ୍ଠ ଅଧିକାରୀ ଗିରଫ ହୋଇଛନ୍ତି। ସେମାନେ ହେଲେ ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର...

ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ମହିଳା ଥାନାର ଦ୍ୱାରସ୍ଥ ହେଲେ ପତ୍ନୀ

କଟକ ଅଫିସ,୧୮।୧: ପୁଣି ବିବାଦରେ ଫସିଛନ୍ତି ଓଲିଉଡ ଗାୟକ ହ୍ୟୁମାନ ସାଗର। ହ୍ୟୁମାନ ଶାରିରୀକ ଏବଂ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ଆଣିଛନ୍ତି ପତ୍ନୀ।...

ଅପ୍ରମୟୀଙ୍କ ଗୋଟିଏ ଫୋନ୍‌ କଲ୍‌ ଧରାଇଲା ବଡ଼ ଡକାୟତ ଗ୍ୟାଙ୍ଗ

କେନ୍ଦ୍ରାପଡା ଅଫିସ,୨୩ା୪: କେନ୍ଦ୍ରାପଡ଼ା ଜିଲା ତନ୍ତିଆପାଳ ଥାନା କାକଟପୁର ଗ୍ରାମର ଅପ୍ରମୟୀ ସ୍ବାଇଁଙ୍କ ଗୋଟିଏ ଫୋନ୍‌ କଲ୍‌ ଏକ ଆନ୍ତଃରାଜ୍ୟ ଡକାୟତ ଦଳର ପର୍ଦ୍ଦାଫାଶ କରିଛି।...

ଆଜି ରାଜ୍ୟରେ ୬୧୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୬୮ ଜଣ...

ବିହନ ଯୋଗାଉନି ବିଭାଗ

ବଅଁରପାଳ,୧୭ା୧୨(ଡି.ଏନ.ଏ.) ରବି ଚାଷ ପାଇଁ କୃଷି ସମବାୟ ସମିତିଗୁଡ଼ିକୁ ଆବଶ୍ୟକ ବିହନ ଯୋଗାଇ ଦେଉନି କୃଷି ବିଭାଗ। ଫଳରେ ଅନୁଗୋଳ କୃଷି ଜିଲା ଅଧୀନ ବଅଁରପାଳ ବ୍ଲକ...

ଫୁଟିଲା ପାରିଜାତ

ବୈଶିଙ୍ଗା,୧୧ା୫(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୈଶିଙ୍ଗା ଗ୍ରାମର ରାଜୀବ କୁମାର ଜେନାଙ୍କ ବାଡ଼ିରେ ରବିବାର ସକାଳେ ଏକ ପାରିଜାତ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି।...

Advertisement
Archives

Model This Week