ତ୍ରୁଟିପୂର୍ଣ୍ଣ ନିର୍ମାଣ ସାଜିଛି ଦୁର୍ଘଟଣା କାରଣ

ରସୁଲପୁର,୧୧।୮(ଡି.ଏନ୍‌.ଏ.)- ରସୁଲପୁର ବ୍ଲକ ଦେଇ ଅତିକ୍ରମ କରିଥିବା ୧୬ ନଂ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁ ଦିନକୁ ଦିନ ଦୁର୍ଘଟଣା ବଢୁଛି । ଏଦିଗରେ ଉଭୟ ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ଓ ରାଜପଥ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବକୁ ଦାୟୀ କରାଯାଉଛି। ଫଳରେ ଧନଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଶୁକ୍ରବାର ସନ୍ଧ୍ୟାରେ ରାଜପଥ ନିର୍ମାଣରେ ବ୍ୟବହୃତ ଡମ୍ଫର ଧକ୍କାରେ ଯାଜପୁର ସଦର ଥାନା ଅନ୍ତର୍ଗତ ଝାଲପଡା ପଞ୍ଚାୟତ କାକୁଡି କୁଦ ଗ୍ରାମର ସଞ୍ଜିତ ରାୟ(୩୦) ନାମକ ଜଣେ ଯୁବକ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆହତ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସେହିପରି ବାରବାଟୀ ନିକଟରେ ଗଳି ପୋଲ ଆପ୍ରୋଚ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ଖାମଖିଆଲ ଭାବରେ କରାଯାଉଥିବାରୁ ଦୁଇଟି ଟ୍ରକ୍‌ ରାସ୍ତା ତଳକୁ ଖସି ପଡ଼ି ଚାଳକ ଗୁରୁତର ଆହତ ହୋଇଥିଲେ। ଏହିଭଳି ଭାବରେ ନିର୍ମାଣଧୀନ ରାଜପଥର ବିଭିନ୍ନ ସ୍ଥାନରେ ଘଟୁଥିବା ଦୁର୍ଘଟଣା ରାସ୍ତା ନିର୍ମାଣରେ ରହୁଥିବା ତ୍ରୁଟି ଯୋଗୁ ବୋଲି ଅଭିଯୋଗ ହେଉଛି।

ବ୍ଲକର ବାରବାଟୀଠାରୁ ଖଣ୍ଡିତର ପର୍ଯ୍ୟନ୍ତ ୧୦କି.ମି ଲମ୍ବ ରାଜପଥ ବିଭିନ୍ନ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲିଛି। ରାସ୍ତା ନିର୍ମାଣ ବେଳେ ସୁରକ୍ଷା ସତର୍କତା ଅବଲମ୍ବନ କରାଯାଉ ନ ଥିବାରୁ ଦୁର୍ଘଟଣା ଘଟୁଛି। ଠିକା ସଂସ୍ଥା ଦୀଲିପ ବିଲ୍ଡକନ୍‌ କମ୍ପାନୀ ରାସ୍ତା ନିର୍ମାଣରେ ବ୍ୟବହୃତ ସାମଗ୍ରୀ ବାଲି, ଚିପ୍ସ, ମାଟି ଆଦି ପରିବହନ ସମୟରେ ଲଘୁ ଖଣିଜ ଜାତ ସାମଗ୍ରୀ ପରିବହନ ସମ୍ପର୍କିତ ନିୟମକୁ ପାଳନ କରୁନାହିଁ । ନିର୍ମାଣ ସାମଗ୍ରୀ ଖୋଲାମେଲାରେ ପରିବହନ କାରଣରୁ ଗାଡ଼ି, ମୋଟର ଚାଳକ, ବାଇକ୍‌ ଚାଳକଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ପରିବହନରେ ବ୍ୟବହୃତ ଗାଡ଼ିଗୁଡିକ ଓଭର ଲୋଡିଂ କରି ସାମଗ୍ରୀ ପରିବହନ କରୁଛନ୍ତି । ନିର୍ମାଣ ସ୍ଥଳର ୫୦୦ମିଟର ପୂର୍ବର ରାସ୍ତା ପାର୍ଶ୍ୱରେ ସୂଚନା ଫଳକ ଲାଗିବା ବିଧିକୁ ମଧ୍ୟ ପାଳନ କରାଯାଉ ନାହିଁ। ଏପରି କି ରାସ୍ତା ପାର୍ଶ୍ୱରେ ସୁରକ୍ଷା ବାଡ଼ ଲଗା ନ ଯାଇ ନିର୍ମାଣ କାର୍ଯ୍ୟ ଚାଲୁ ରହୁଛି। କେବଳ କାମଚଳାଇବା ପାଇଁ ରାସ୍ତାପାର୍ଶ୍ୱରେ ଗୋଟିଏ ଲେଖାଏ ସିମେଣ୍ଟ ସ୍ଲାବ ରଖାଯାଇ ବିପଦକୁ ଆମନ୍ତ୍ରଣ କରାଯାଉଛି। ମାଲ୍‌ ପରିବହନରେ ବ୍ୟବହୃତ ଡମ୍ପର ଓ ହାଇୱା ଗାଡିଗୁଡିକ ଆପ୍ରୋଚ ରାସ୍ତାକୁ ବ୍ୟବହାର ନ କରି ରାଜପଥର ଗାଡ଼ି ଚଳାଚଳରେ ବାଧା ଉପୁଯାଉଛନ୍ତି। ଠିକା ସଂସ୍ଥା ପକ୍ଷରୁ ନିୟୋଜିତ ଗାଡି ଚାଳକଙ୍କ ବେପରୁଆ ଗାଡ଼ି ଚାଲାଣ ଯୋଗୁ କୁଆଖିଆ ବିଜୁନଗର ନିକଟସ୍ଥ ପୋଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥାର ଜନୈକ କର୍ମଚାରୀ ମୃତ୍ୟୁ ବରଣ କରିଥିଲେ। ଏହାଛଡ଼ା ଖୋଲାରେ ପରିବହନ ହେଉଥିବା ବାଲି, ମାଟି ଓ ଚିପ୍ସ ଆଦି ଗାଡ଼ିରୁ ସାମଗ୍ରୀ ଖସି ରାସ୍ତା ପାର୍ଶ୍ୱରେ ଜମି ରହୁଛି। ପୋଲ ଉପରେ ବର୍ଷପାଣି ନିଷ୍କାସନ ପାଇଁ ରହିଥିବା ଗର୍ତ୍ତଗୁଡିକ ପୋତିହୋଇ ଯାଉଛି ା ଫଳରେ ରାସ୍ତା ଓ ପୋଲ ଉପରେ ବଷର୍ର୍ାପାଣି ଜମି ରହି ବିପଦ ସୃଷ୍ଟି କରୁଛି। ଏହା ସତ୍ତ୍ୱେ ବି ଠିକା ସଂସ୍ଥା ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉ ନାହିଁ ା ଗାଡ଼ି ଚାଳନାରେ ଅସାବଧାନତା କାରଣରୁ ଦୁର୍ଘଟଣା ଘଟିବାର ମୂଳ କାରଣ ବୋଲି କୁହାଯାଉଛି। ରାସ୍ତା ନିର୍ମାଣ ବେଳେ ଠିକାସଂସ୍ଥା ସରକାରୀ ନିୟମକୁ ମାନୁ ନ ଥିବା କାରଣରୁ ଜନଅସନ୍ତୋଷ ସୃଷ୍ଟି ହେଉଛି। ରାସ୍ତା ଓ ଯାତ୍ରୀଙ୍କ ସୁରକ୍ଷା ଦିଗରେ ରାଜପଥ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ମଣ୍ଡି ଉଦ୍‌ଘାଟନ ପରେ ବି ଉଠୁନି ଚାଷୀଙ୍କ ଧାନ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେ ଥିବା ବିଭିନ୍ନ ଧାନମଣ୍ଡି ଉଦଘାଟନ ହେବାର ୭ଦିନ ବିତିଯାଇଥିଲେ ସୁଦ୍ଧା ଚାଷୀଙ୍କ ଧାନ ଉଠିବାରେ ବିଳମ୍ବ…

ନିର୍ମାଣ ପରେ ବି ହସ୍ତାନ୍ତର ହେଉନି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ନୂତନ କୋଠା, ଗ୍ରାମବାସୀ କହିଲେ…

ଛତ୍ରପୁର,୨୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରେ ଲୋକଙ୍କୁ ରାଜସ୍ବ ସେବା ଯୋଗାଇଦେବା ଲାଗି ସରକାରୀ ଅର୍ଥ ଖର୍ଚ୍ଚରେ ନିର୍ମାଣ କରାଗଲା ନୂତନ…

ଅମୃତ ଧାରା ପ୍ରକଳ୍ପ ଅଚଳ: ଲୋକେ ହଟହଟା

ଲୋଇସିଂହା,୨୮।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର୍‌ ଅମୃତ ଧାରା ପ୍ରକଳ୍ପ ଦୀର୍ଘ ଦିନ ହେଲା ଅଚଳ ହୋଇପଡିଛି। ଫଳରେ ଡ଼ାକ୍ତରଖାନାକୁ ଆସୁଥିବା…

ପିଇବା ପାଣି ଲାଗି ବିକ୍ଷୋଭ: ଟ୍ରାକ୍ଟର ଜବତ କଲା ପୋଲିସ

ଲୋଇସିଂହା ୨୮।୫ (ସୁଶାନ୍ତ ବାଇକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡ଼ା ପଞ୍ଚାୟତ ଅଧୀନ ଛେଲବାହାଲ ସୁକତେଲ ନଦୀ ଗ୍ୟାଲେରୀ ଉପରୁ ବେଇଆନ ବାଲି ଚାଲାଣ ହେଉଛି। ଏହାର…

ଦେବଗଡରେ ଅଭାବନୀୟ ଘଟଣା, ବିଦ୍ୟୁତ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ଦେବଗଡ଼,୨୮।୫(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟୁତ କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ। ରିଆମାଳ ଥାନା ଦୁଧିଆନାଳୀ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଯାଇଛି । ସୂଚନା ଅନୁସାରେ,…

ବେକରେ ଗାମୁଛା ବାନ୍ଧି ଘରେ ଝୁଲିପଡ଼ିଲେ ଯୁବକ, ପୁଅକୁ ହରାଇ ମା-ବାପା…

ଝରିଗାଁ,୨୮ା୫(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାର ରବିନ ମଣ୍ଡଳଙ୍କ ପୁଅ ଶୁଭେନ୍ଧୁ (୨୭) ନିଜ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା…

ଗାଁ ମୁହାଁ ହାତୀ: ଭୟରେ ଗାଁ ଲୋକେ

ବାଙ୍କୀ,୨୮/୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ଜାତ ମୁଣ୍ଡିଆଠାରେ କାଲି ରାତିରୁ ୪ ଟିକିଆ ହାତୀପଲ ବୁଲୁଥିବା ଦେଖି ଅଞ୍ଚଳବାସୀ ଭାୟଭୀତ ଅବସ୍ଥାରେ ଅଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri